ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡି ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଗତ ବର୍ଷ ଏହି ସମୟରେ ଉଭୟଙ୍କର ବିବାହ ହୋଇଥିଲା ଆଉ ଆଜିକୁ ଉଭୟଙ୍କ ବିବାହକୁ ୧ ବର୍ଷ ହୋଇ ସାରିଛି । ସବ୍ୟ ଆଉ ଅର୍ଚ୍ଚିତାଙ୍କ ବିବାହ ଚର୍ଚ୍ଚା କେବଳ ଓଡିଶାରେ ନୁହେଁ ଓଡିଶା ବାହାରେ ମଧ୍ୟ ଖୁବ ହୋଇଥିଲା । ତେବେ ଗତ ବର୍ଷ ରାଜସ୍ଥାନରେ ଅତି ଧୁମଧାମର ସହ ଉଭୟଙ୍କ ବିବାହ ହୋଇଥିଲା ।
ତାଙ୍କ ବିବାହରେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ । ହେଲେ ପ୍ରଥମେ ସବ୍ୟ ଆଉ ଅର୍ଚ୍ଚିତା ଆଇନଗତ ବିବାହ କରିଥିଲେ ଆଉ ଏ କଥା ଖୁବ କମ ଲୋକଙ୍କୁ ଜଣା ଥିଲା । ତେବେ ସବ୍ୟ ଆଉ ଅର୍ଚ୍ଚିତାଙ୍କ ବିବାହକୁ ନେଇ ବହୁ ପ୍ରଶଂସକ ଖୁସି ଅଛନ୍ତି ହେଲେ ଅନ୍ୟ ପଟେ ଯଦି ଦେଖିବା ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଏହି ସବୁ ପ୍ରତିକ୍ରିୟା ଯୋଡି ହୋଇ ରହିଛି ସବ୍ୟଙ୍କ ପ୍ରଥମ ପତ୍ନୀଙ୍କ ସହ ।
ହଁ ଦର୍ଶକ ବନ୍ଧୁ ସବ୍ୟ ଅର୍ଚ୍ଚିତାଙ୍କ ସହ ବିବାହ କରିବା ପୂର୍ବରୁ ଏକ ଅନ୍ୟ ଯୁବତୀଙ୍କ ସହ ବିବାହ କରିଥିଲେ ଆଉ ପରବର୍ତ୍ତୀ ସମୟରେ ସେ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ । ତେବେ ସେ କାହିଁକି ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ ତାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ସବ୍ୟ ଯେତେବେଳେ ଇଞ୍ଜିନିୟରିଂ ପାଠ ପଢୁଥିଲେ ସେହି ସମୟରେ ସେ ସୀମା ମିଶ୍ର ନାମକ ଏକ ଯୁବତୀଙ୍କୁ ପ୍ରେମ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଉଭୟ ବିବାହ କରିଥିଲେ । ହେଲେ କିଛି ସମୟ ଉଭୟଙ୍କ ମଧ୍ୟରେ ଭଲ ଚାଲିବା ପରେ ଉଭୟଙ୍କ ସମ୍ପର୍କରେ ଫାଟ ଦେଖା ଦେଇଥିଲା । ଯାହାଫଳରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେଇଥିଲା ।
କିନ୍ତୁ ଏହି ଛାଡପତ୍ର ପଛରେ ଥିବା କାରଣ ସମ୍ପର୍କରେ ସବ୍ୟସାଚୀ କିଛି ବି କହି ନାହାନ୍ତି । ହେଲେ ସେହି ସମୟରେ ସବ୍ୟ ଆଉ ଅର୍ଚ୍ଚିତାଙ୍କ ମଧ୍ୟରେ ବନ୍ଧୁତା ଥିବାରୁ ଅର୍ଚ୍ଚିତାଙ୍କୁ ଏକ ସାକ୍ଷାତ୍କାରରେ ସବ୍ୟଙ୍କ ଛାଡପତ୍ର ବିଷୟରେ ପଚରା ଯାଇଥିଲା । ସେତେବେଳେ ଅର୍ଚ୍ଚିତା କହିଥିଲେ, ସବ୍ୟ ଆଉ ତାଙ୍କ ମଧ୍ୟରେ କେବଳ ଭଲ ବନ୍ଧୁତ୍ଵ ଅଛି ଆଉ ତାଙ୍କ ପାଇଁ ସବ୍ୟ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇ ନାହାନ୍ତି ।
ହେଲେ ଅନ୍ୟ ପକ୍ଷେ ସବ୍ୟଙ୍କ ବାପା ଏକ ସାକ୍ଷାତ୍କାରରେ କହିଥିଲେ, ଅର୍ଚ୍ଚିତାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିବାରୁ ସବ୍ୟ ସୀମାଙ୍କୁ ଛାଡପତ୍ର ଦେଇଥିଲେ । ହେଲେ ଏହି କଥାକୁ ନେଇ ସବ୍ୟ ଏ ପର୍ଯ୍ୟନ୍ତ କିଛି ବି କହି ନାହାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।