2ଟା କି 3 ଟା ନୁହେଁ ଏକା ସହିତ 9 ସ୍ତ୍ରୀ ଙ୍କୁ ଉପଭୋଗ କରୁଛନ୍ତି ଜଣେ ସ୍ଵାମୀ, ଯାହାଙ୍କ Life Style ବିଷୟରେ ଶୁଣିଲେ ଆପଣ ବେହୋସ ହେଇଯିବେ…

୯ ମହିଳାଙ୍କ ସ୍ଵାମୀ, ଜଣଙ୍କୁ ଛାଡପତ୍ର ଦେଇ ଆଉ ଦୁଇଙ୍କୁ ବିବାହ, ୧୦ ପତ୍ନୀଙ୍କ ସହ ରହିବାକୁ ଇଛା । ପ୍ରତି ପତ୍ନୀଙ୍କ ଠାରୁ ଗୋଟେ ସନ୍ତାନ ମଧ୍ୟ ଆଶା । ସମସ୍ତଙ୍କ ପ୍ରତି ସମାନ ଭଲ ପାଇବା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏହି ଖବରକୁ ନେଇ ଏବେ ସାରା ବିଶ୍ଵରେ ଚର୍ଚ୍ଚା । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ବ୍ରାଜିଲର ଜଣେ ମଡେଲ ଏବେ ନିଜର ୯ ଜଣ ପତ୍ନୀଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି । ୯ ଜଣ ପତ୍ନୀଙ୍କ ମଧ୍ୟରୁ ଜଣେ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁ ଛନ୍ତି ତାହା ଏବେ ତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆର୍ଥର ଓଉର୍ସ ନାମକ ଏହି ମଡେଲ ୨୦୨୨ ମସିହାରେ ନିଜର ସମସ୍ତ ବାନ୍ଧବୀଙ୍କ ସହ ବିବାହ କରି ନଜରକୁ ଆସିଥିଲେ ।

ନିକଟରେ ସେ ଏକ ଗଣମାଧ୍ୟମକୁ କହିଛନ୍ତି, ତାଙ୍କର ଜଣେ ପତ୍ନୀ ତାଙ୍କ ଠାରୁ ଛାଡପତ୍ର ଚାହୁଁ ଛନ୍ତି କାରଣ ଏକକ ବିବାହକୁ ସେ ଝୁରୁ ଛନ୍ତି । ୨୦୨୧ ମସିହାରେ ୮ ଜଣ ଯୁବତୀଙ୍କୁ ବିବାହ କରିବା ପୂର୍ବରୁ ଆର୍ଥର ନିଜ ପ୍ରଥମ ପତ୍ନୀ ଲୁଆନା କାଜାକିଙ୍କୁ ବିବାହ କରିଥିଲେ । ଏକକ ବିବାହ ପ୍ରଥାକୁ ବିରୋଧ କରିବା ଉଦ୍ଦେଶ୍ୟରେ ସେ ଏକାଧିକ ମହିଳାଙ୍କୁ ବିବାହ କରିବା କଥା କହିଥିଲେ ।

ତେବେ ସାଓ ପାଓଲୋ ଠାରେ ଅନୁଷ୍ଠିତ ଏହି ବିବାହ ବୈଧ ହୋଇ ପାରି ନଥିଲା କାରଣ ବ୍ରାଜିଲରେ ବହୁ ବିବାହ ବୈଧ ନୁହେଁ । ଏବେ କିନ୍ତୁ ଆର୍ଥରଙ୍କର ଜଣେ ପତ୍ନୀ ଆଗାଧା ବହୁ ବିବାହ ସମ୍ପର୍କ ଛିନ କରିବାକୁ ଚାହୁଁ ଛନ୍ତି । କାରଣ ସେ ଏକାକୀ ଉର୍ସଙ୍କ ପତ୍ନୀ ହୋଇ ରହିବାକୁ ଚାହାଁନ୍ତି । ଏହା ଶୁଣିବା ପରେ ଆର୍ଥର ଖୁବ ଦୁଃଖ ପ୍ରକାଶ କରିଛନ୍ତି । ହେଲେ ପ୍ରଥମ ପତ୍ନୀଙ୍କ ଠାରୁ ଛାଡପତ୍ର ଆର୍ଥରଙ୍କୁ ନିଜ ଭବିଷ୍ୟତ ବିଷୟରେ ଚିନ୍ତା କରିବାକୁ ଅଟକାଇ ପାରିନି ।

ସେ ଏବେ ଆଉ ଦୁଇ ମହିଳାଙ୍କୁ ବିବାହ କରିବାକୁ ଚେଷ୍ଟା କରୁଛନ୍ତି । କାରଣ ଆର୍ଥର କୁହନ୍ତି ୧୦ ଜଣ ମହିଳାଙ୍କ ସହ ରହିବା ପାଇଁ ସେ ସବୁବେଳେ ଇଛା କରିଛନ୍ତି ଏବଂ ତାଙ୍କର କେବଳ ଜଣେ ଝିଅ ଅଛି । ହେଲେ ପ୍ରତ୍ୟକ ପତ୍ନୀଙ୍କ ଠାରୁ ସେ ଗୋଟେ ଗୋଟେ ସନ୍ତାନ ଚାହୁଁ ଛନ୍ତି । ଏହା ସହ ସେ ସମସ୍ତ ପତ୍ନୀଙ୍କୁ ସମାନ ଭଲ ପାଇବା ଦେବାକୁ ଚାହୁଁ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *