ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଡାଇବେଟିସ ବା ମଧୁମେହ ଆମ୍ଭ ମାନଙ୍କର ଅନେକଙ୍କର ଚିର ସାଥୀ ହୋଇ ଗଲାଣି । ପ୍ରାୟତଃ ୧୦୦ ଜଣଙ୍କ ଭିତରେ ୨୦ ରୁ ୨୫ ଜଣ ମଧୁମେହ ରୋଗରେ ଆକ୍ରାନ୍ତ । ଯେଉଁ ପରିବାରକୁ ଥରେ ଡାଇବେଟିସ ଆସେ ତାହା ସହଜରେ ଛାଡ଼ି ଯାଏନି।ଏହା ସେହି ପରିବାରରେ ଚିରନ୍ତନ ବନ୍ଧୁ ଭାବରେ ରହିଯାଏ । ବାସ୍ତବରେ ଏହି ଡାଇବେଟିସ ସମସ୍ୟା ଦିନକୁ ଦିନ ସାଧାରଣ ହୋଇ ଗଲାଣି ।
ଏହା ଏବେ ଛୋଟ ପିଲାଙ୍କ ମଧ୍ୟରେ ବି ଦେଖିବାକୁ ମିଳୁଛି। ଏହା ହେବାର ମୁଖ୍ୟ କାରଣ ହେଉଛି ସୁଗାରର ସ୍ତର ବଢ଼ିବା । ତେବେ ଯଦି ଏହାକୁ କଣ୍ଟ୍ରୋଲରେ ନ ରଖାଯାଏ ତାହେଲେ ଆଖି, କିଡନୀ ଏବଂ ହୃଦ ସମ୍ବନ୍ଧୀୟ ରୋଗର ମଧ୍ୟ ଭୟ ରହିଥାଏ।ତେବେ ଆସନ୍ତୁ ଜାଣିବା ଡାଇବେଟିସ ସମ୍ବନ୍ଧିତ କିଛି ଦରକାରୀ ତଥ୍ୟ । ତେବେ ଏହାର ମୁଖ୍ୟ କାରଣ ହେଉଛି ବଂଶଗତ କାରଣ । ଅଜା, ଆଈ, ବାପା, ମାଆ ଙ୍କ ପାଖରେ ଥିଲେ ଏହା ତାଙ୍କ ସନ୍ତାନ ସନ୍ତତି ପାଖକୁ ଆସିଥାଏ ।
ଦ୍ଵିତୀୟରେ ଅଟୋ ଇମ୍ୟୁନୋ ଡିଜ୍ଅର୍ଡର୍ କାରଣରୁ ମଧ୍ୟ ହୋଇଥାଏ । ଆଉ ତୃତୀୟରେ ଗର୍ଭସ୍ଥ ଶିଶୁ କୁ ହର୍ମନାଲ୍ ଇମବାଲାନ୍ସ କାରଣରୁ ହୋଇଥାଏ । ଇଁସୁଲିନ ରିଲେଟିଭ୍ ଡେଫିଶିଏନଶି କାରଣରୁ ଏହା ହୋଇଥାଏ । ସୁଗାରର ସ୍ତର ବଢ଼ିବା କାରଣରୁ ଏହା ହୋଇଥାଏ । ଅଳସୁଆମି ହେଲେ ଡାଇବେଟିସ ସମସ୍ୟା ଅଧିକ ଥାଏ ।
ତେବେ ଏହାର ଲକ୍ଷଣ ହେଉଛି ଦୁର୍ବଳ ଅନୁଭଵ ହେବା । ଆପଣ ଝଡି ଯିବେ। ଅଧିକ ଭୋକ ଲାଗିବା । ବାରମ୍ବାର ପରିସ୍ରା ଲାଗିବା। ବହୁତ୍ ଶୋଷ ଲାଗିବା । ଦେହରେ କେଉଁଠି ଖଣ୍ଡିଆ ହୋଇଥିଲେ ଶୁଖିବାକୁ ବିଳମ୍ବ ହେବ। ପରିସ୍ରା ଦ୍ଵାର କୁଣ୍ଡେଇ ହେବ । ବେଳେବେଳେ ପୁରୁଷ ମାନଙ୍କର ଏହା ଫାଟି ଯାଇ ଥାଏ। ଅର୍ଶ ଥିବା ଲୋକ ମାନଙ୍କର ଏହା ବଢ଼ି ଯାଇଥାଏ। ଯେ କୌଣସି ଜାଗାରେ ପ୍ରଦାହ ହେଲେ ତାହା ଶୁଖିବାରେ ବିଳମ୍ବ ହେବ ।
ଆଖି ଜାଲ ଜାଲ ଦେଖାଯିବ। ସ୍ନାୟବିକ ଦୁର୍ବଳତା ଦେଖାଦେବ । ପାଦ ଝିମ ଝିମ୍ ଲାଗିବ । ଚାଲିଲେ ପାଦ ବଧିରା ଲାଗିବ । ଏହା ସହ ରକ୍ତ ପରୀକ୍ଷା କରି ରକ୍ତରେ ସୁଗାରର ମାତ୍ରାରୁ ଆପଣ ଏ ବିଷୟରେ ଜାଣି ପାରିବେ ଯେ ଆପଣଙ୍କୁ ଡାଇବେଟିସ ଅଛି କି ନାହିଁ।ତେବେ ଭୟଭୀତ ହୁଅନ୍ତୁ ନାହିଁ ।
ଖାଦ୍ୟ ଖାଇବାରେ ସଂଯମତା ରକ୍ଷା କରନ୍ତୁ । କେଉଁ ଖାଦ୍ୟ କେତେ ପରିମାଣରେ ଖାଇବେ ତାହା ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଏହାସହ ଡାକ୍ତରଙ୍କ ପରାମର୍ଶ ସହ ବଟିକା ସେବନ କରିବା । ଶର୍କରା ର ପରିମାଣ ଅଧିକ ହୋଇଗଲେ ଆପଣଙ୍କୁ ବଟିକା ନନେଇ ଇନସୁଲିନ କୁ ନେବାକୁ ପଡିବ ।
କାରଣ ଇନସୁଲିନ ଅଭାବରୁ ହିଁ ଏହା ହୋଇଥାଏ। ତେଣୁ ଏହା ଡାଇବେଟିସ ର ଭଲ ଚିକିତ୍ସା ଅଟେ । ପ୍ରତିଦିନ ୩-୪ କିମି ଚାଲନ୍ତୁ। ନିଜକୁ ସକ୍ରିୟ ରଖନ୍ତୁ । ଅଳସୁଆ ହୁଅନ୍ତୁ ନାହିଁ । ଜଙ୍କ ଫୁଡ୍ ଠାରୁ ଦୂରେଇ ରୁହନ୍ତୁ । ମାନସିକ ଅବସାଦ ଭିତରେ ରୁହନ୍ତୁ ନାହିଁ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।