ଦର୍ଶକ ବନ୍ଧୁ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ଶିରୋଷିସ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏନେଇ ଓଡିଶାବାସୀ ଏବେ ବହୁତ ଚିନ୍ତାରେ ଅଛନ୍ତି । ଓଡିଆ ଅଭିନେତା ପିଣ୍ଟୁ ନନ୍ଦ ଅନେକ ବର୍ଷ ପର୍ଯ୍ୟନ୍ତ ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି ସେ ଅନେକ ଫିଲ୍ମ ଏବଂ ଓଡିଆ ଧାରାବାହିକରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି । ହେଲେ ବର୍ତ୍ତମାନ ସେ ଲିଭର ଜନିତ ସମସ୍ୟାରେ ପୀଡିତ ହେବାରୁ ତାଙ୍କୁ ଦିଲ୍ଲୀ ନିଆ ଯାଇଛି ।
ତାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜି ଥିଲା ହେଲେ ଓଡିଆ ଇଣ୍ଡଷ୍ଟ୍ରି ଏବଂ ଓଡିଶାବାସୀ ପିଣ୍ଟୁଙ୍କୁ ବହୁଳ ମାତ୍ରାରେ ଆର୍ଥିକ ସହାୟତା କରିଲେ ଯାହା ଫଳରେ ପିଣ୍ଟୁଙ୍କ ଚିକିତ୍ସା ସମ୍ଭବ ହେଇ ପାରିଲା । ସେ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି ଆଉ ସେଠାରେ ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ କରାଯିବ । ଦିଲ୍ଲୀରେ ସେ ସୁସ୍ଥ ହେଇ ଓଡିଶା ଫେରିବେ ବୋଲି ସମସ୍ତଙ୍କର ଆଶା ଓ ବିଶ୍ଵାସ ରହିଛି ।
ତେବେ ଏହାରି ମଧ୍ୟରେ ଓଡିଆ ଅଭିନେତା ଜ୍ୟୋତି ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ଦେଇଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତେବେ ଜ୍ୟୋତି ଗଣମାଧ୍ୟମ ଆଗରେ କହିଛନ୍ତି-‘ଗୋଟେ କଳାକାର ଜୀବନ କଷ୍ଟ ନାହିଁ ହେଲେ ବହୁତ ଭଲ ଜୀବନ ବି ।
ସେ ଯେଉଁଠି ରହିବ ଲୋକଙ୍କ ମନୋରଞ୍ଜନ କରେଇବ ତ ମୋତେ ଲାଗେନି କି ଦାଦାଙ୍କୁ କିଛି ହେଇଛି ଦାଦା ଯେମିତି ଅଭିନୟ କରନ୍ତି ଏବେ ବି ସେମିତି ସେ ଅଭିନୟ କରୁଛନ୍ତି । ସେ ପୁଣି ଫେରି ଆସିବେ ମୁଁ ଡାଇରେକ୍ଟ ଯାହା କରିବାର ଥିଲା କହି ଦେଇଛି ହସ୍ପିଟାଲରେ । ଦାଦାଙ୍କୁ ମୁଁ ହସ୍ପିଟାଲରେ ଦେଖା କରି କହିଥିଲି ଦାଦା ଆଉ ଭଲ ଲାଗୁନି ପଳେଈ ଆସ । ତାଙ୍କ ପାଇଁ ମୁଁ ବି ବସିଛି ଦୁଇଟି ସିନେମା ନେଇକି । ତେଣୁ ମୁଁ କହିଛି ଦାଦା ଶୀଘ୍ର ପଳେଈ ଆସ ।
ଦାଦା ମୋତେ ଡାକ୍ତରକୁ ଦେଖି କହୁଛନ୍ତି ଶୁଣୁ ତୁ ମୋତେ ତୋ ଲିଭର ଟା ଦେଇଦେ ମୁଁ କାଲି ପଳେଈ ଆସୁଛି । ମୁଁ କହିଲି ଦାଦା ଲିଭର ଟା ତ ଦେଇଦେବି ହେଲେ ପୁଣି ସେ ଲିଭରକୁ ଖରାପ କରିବେନି ପ୍ଳିଜ । ତେଣୁ ମୋର ଆଶା କି ଦାଦା ଶୀଘ୍ର ଫେରି ଆସିବେ । ତାଙ୍କୁ ମୁଁ ଡାଇରେକ୍ଟ କହିବି ଦାଦା ଆମେ ଆପଣଙ୍କୁ ମନେ ପକାଉଛୁ ପ୍ଳିଜ ଶୀଘ୍ର ଆସିଯାଅ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।