ଯେତେବେଳେ Pawandeep ଙ୍କୁ ମିଳିଲା Arunita ଙ୍କ ବିବାହ କାର୍ଡ, ଦୁଃଖୀ ହେଇ ଗାଇଲେ ଏହି Sad Song, ଦେଖନ୍ତୁ Video

ବନ୍ଧୁଗଣ ଟିଭିର ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ସୋ ଇଣ୍ଡିଆନ ଆଇଡଲ ଦେଖିବାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଯିଏ ବି ଏହି ସୋ ଜିତି ଥାଏ ତାକୁ ବହୁତ ଅଧିକ ଟଙ୍କା ଓ ଲୋକପ୍ରିୟତା ମିଳିଥାଏ । ତେବେ ଗତ କିଛି ମାସ ତଳେ ଇଣ୍ଡିଆନ ଆଇଡଲ ସିଜନ ୧୨ର ଟାଇଟେଲ ପବନ ଦୀପି ନେଇଛନ୍ତି । ଏହି ସୋ ଜିତିବା ପରେ ପବନ ଦୀପ ନିଜ ଗୀତ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରହୁଛନ୍ତି ।

ସେ ନିଜ ସୁନ୍ଦର କଣ୍ଠ ଓ ସ୍ଵର ଦ୍ଵାରା ସମସ୍ତଙ୍କ ପ୍ରହାବିତ କରିଛନ୍ତି । ଅନ୍ୟ ପକ୍ଷରେ ଏହି ସିଜନର ଦ୍ଵିତୀୟ ନମ୍ବରରେ ଅରୁଣିକା କାଞ୍ଜିଲାଲ ରହିଛନ୍ତି । ତେବେ ପବନ ଦୀପ ଏହି ସୋକୁ ଜିତିବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ପବନ ଦୀପ ଓ ଅରୁଣିତାଙ୍କ ମଧ୍ୟରେ ବହୁତ ନିବିଡ ସମ୍ପର୍କ ରହିଛି । ଅଧିକାଂଶ ସମୟ ଏହି ଦୁଇଜଣ ଏକା ସହ ସୋରେ ଗୀତ ଗାଉଥିବାର ନଜର ଆସନ୍ତି । ପବନ ଦୀପ ଓ ଅରୁଣିତାଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି ।

ଏହି ସୋ ପାଇଁ ଉଭୟ ପବନ ଦୀପ ଓ ଅରୁଣିତା ଚର୍ଚାକୁ ଆସିଥାନ୍ତି । ତେବେ ଗତ କିଛି ସମୟ ହେବ ପବନ ଦୀପ ଓ ଅରୁଣିତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ପବନ ଦୀପ ଓ ଅରୁଣିତାଙ୍କୁ ଏଙ୍କର ମାନେ ପ୍ରଶ୍ନ ପଚାରୁ ଥିବାର ନଜର ଆସୁଛନ୍ତି । ଏଙ୍କର ଏହି ଦୁଇଜଣଙ୍କୁ କିଛି ପରିସ୍ଥିତି ଦେଉଛନ୍ତି ଓ ସେହି ପରିସ୍ଥିତିରେ ସେମାନେ କେଉଁ ଗୀତ ଗାଇବେ ତାହା ଜାଣିବା ପାଇଁ ଚାହୁଁଛନ୍ତି । ପ୍ରଥମେ ଟିଭି ଏଙ୍କର ଅରୁଣିତାଙ୍କୁ ପଚାରୁ ଛନ୍ତି ଯଦି ପବନ ଦୀପ ତାଙ୍କୁ ଦାଣ୍ଡିଆରେ ବାଡାନ୍ତି ତା ହେଲେ ସେହି କେଉଁ ଗୀତ ଗାଇବେ ।

ସେହି ସମୟରେ ଅରୁଣିତା ‘ହମ ପେ ୟେ କିସିନେ ହରା ରଙ୍ଗ ଡାଲା’ ଗୀତ ଦେଡିକେଟ କରିଥିଲେ । ଅନ୍ୟ ପକ୍ଷରେ ପବନଙ୍କୁ ଟିଭି ଏଙ୍କର ଆଦିତ୍ୟ ନାରାୟଣ ପଚାରୁଛନ୍ତି ଯଦି ଆପଣଙ୍କ ପାଖକୁ ଅରୁଣିତାଙ୍କ ବିବାହ କାର୍ଡ ଆସିବ ତା ହେଲେ ଆପଣ କେଉଁ ଗୀତ ଗାଇବେ । ସେହି ସମୟରେ ପବନ ଦୀପ ‘ଚନା ମେରେୟା’ ଗୀତ ଗାଇ ସମସ୍ତଙ୍କ ମନୋରଞ୍ଜନ କରୁଛନ୍ତି ।

ଅବଶ୍ୟ ଏହି ଗୀତଟି ଅଳ୍ପ ବହୁତ ଇମୋସନାଲ ହେଲେ ପବନ ଦୀପ ସବୁବେଳେ ଅରୁଣିତାଙ୍କୁ ଏକ ଭଲ ବନ୍ଧୁ ଭଳି ଦେଖିଥାନ୍ତି । ଅରୁଣିତା ମଧ୍ୟ ପବନ ଦୀପଙ୍କୁ ବେଷ୍ଟ ଫ୍ରେଣ୍ଡ କୁହନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଦୁଇଜଣଙ୍କ ଯୋଡି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *