ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଗାଁ ସହରରେ ଚୋରି ର ସଂଖ୍ୟା କେତେ ବଢି ଗଲାଣି ଏବଂ ଚୋର ମାନଙ୍କ ର ଚୋରି କରିବାର ଶୈଳୀ ମଧ୍ୟ ଅଲଗା ଏବଂ ନୂତନ ହେବାକୁ ଲାଗିଲାଣି । ତେବେ ଏହା ଛଡା ଆଜିକାଲି ଅଧିକାଂଶ ଚୋରି ପାଠ ପଢ଼ୁଥିବା ଯୁବକ ମାନେ ଏବଂ ନିଜର ଅଭିନବ ଢଂଗ ରେ ଚୋରି କରୁଛନ୍ତି । ତେବେ ସେଥିପାଇଁ ଆପଣ ଙ୍କୁ ସବୁବେଳେ ସାବଧାନ ଏବଂ ସତର୍କ ରହିବା ଆବଶ୍ୟକ ।
କାରଣ ଏହି ଚୋର ମାନେ ଚୋରି କରିବା ସଙ୍ଗେ ସଙ୍ଗେ ଲୁଟ ଏବଂ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି । ତେବେ ବର୍ତ୍ତମାନ ଫୁଣି ଏକ ଲୁଟ ହୋଇଛି । ତେବେ କିନ୍ତୁ ଏହି ଲୁଟ ର ଦୃଶ୍ୟ ସବୁ ରେକର୍ଡ ହୋଇ ଯାଇଛି ସିସିଟିଭି ରେ । ତେବେ ଆସନ୍ତୁ ବର୍ତ୍ତମାନ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଏଟିଏମ୍ ଲୁଟ୍ର ଅନେକ ନଜିର ରହିଛି । ଚୋରି କରିବାକୁ ମାଷ୍ଟର ପ୍ଲାନ୍ କରନ୍ତି ଲୁଟେରା ।
ସିସିଟିଭି ନଜର ଆଢୁଆଳରେ ଲୁଟ କରିନିଅନ୍ତି ଟଙ୍କା । କିନ୍ତୁ ଏଠି ଏଟିଏମ୍ ଅଛି, କ୍ୟାମେରା ବି ଲାଗିଛି କିନ୍ତୁ ଲୁଟ୍ର ତରିକା ପୁରା ପ୍ରଫେସନାଲ୍ । ଏଟିଏମ୍ ଲୁଟିବାକୁ କଟର୍ କି ଲୁହା ରଡ୍ ନୁହେଁ ବରଂ ବ୍ୟବହାର ହେଇଛି ଜେସିବି ମେସିନ୍ । ପୁରା ମୂଳରୁ ତାଡି ଉଡାଇ ନେଲେ । ମହାରାଷ୍ଟ୍ର ମିରଜ ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳି ଅଭିନବ ଏଟିଏମ୍ ଲୁଟ୍ । ବୁଲଡୋଜର ଲଗାଇ ପୁରା ଏଟିଏମ୍କୁ ଉଠାଇ ନେଉଛନ୍ତି ଲୁଟେରା ।
ଭିତରେ ଲାଗିଥିବା ସିସିିଟିଭରେ କଏଦ ହୋଇଛି ଘଟଣାର ପୁରା ଦୃଶ୍ୟ । ବୁଲଡୋଜର ଲଗାଇ ଲୁଟି ନେଇଛନ୍ତି ୨୭ ଲକ୍ଷ ଟଙ୍କା । ତେବେ ଟେକ୍ନିକ୍ ଦେଖିଲେ ଲାଗୁଛି ଲୁଟେରାମାନେ ପୁରା ପ୍ରଫେସନାଲ । ଆଉ ଦିମାକ୍ ବି ତାଜୁବ କରିବା ଭଳି । ସବୁଠାରୁ ବଡ କଥା ହେଉଛି, ଲୁଟରେ ବ୍ୟବହାର ହୋଇଥିବା ଜେସିବି ମେସିନ୍ ବି ଚୋରା ମାଲ୍ । ଅର୍ଥାତ ପ୍ରଥମେ ବୁଲଡୋଜର ଚୋରି କରିବା ପରେ ସେହି ମେସିନ୍ରେ ହିଁ ଏଟିଏମ୍ ଲୁଟିଛନ୍ତି ।
ହାଇପ୍ରୋଫାଇଲ ଚୋରଙ୍କ ହାଇ କାରସାଦି ଲୁଟ୍ । ସୋସିଆଲ ମିଡିଓ ଚୋରି ବେଳର ସିସିିଟିଭି ଫୁଟେଜ୍ ବେଶ୍ ଭାଇରାଲ ହେବାରେ ଲାଗିଛି । ଚୋରି କରିବା ପାଇଁ ପୁରା ବ୍ରେନ୍ ଲଗାଇ ଦେଇଛନ୍ତି ଲୁଟେରା । ମେସିନ୍ ଲଗାଇ ଲୁଟି ନେଇଛନ୍ତି ୨୭ ଲକ୍ଷ ଟଙ୍କା । ପ୍ରମାଣ ଯୋଗାଡ କରିବ କେମିତି ପୋଲିସ ? ସୁରାକ୍ ପାଇବା ତ କଷ୍ଟ । ସେଇଥି ପାଇଁ ତ ଲୁଟେରାଙ୍କୁ କାବୁ କରିବାକୁ ନାକେଦମ ହେଲାଣି ପୋଲିସ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।