Baripada ରେ ଅଭାବନୀୟ ଘଟଣା ! ଯୁବକଙ୍କ ପେଟରେ ମଣିଷାକୃତିର ମସ୍ତିଷ୍କ, ଅପରେସନ ସମୟରେ ଡାକ୍ତରମାନେ ଯାହା ଦେଖିଲେ ନା…

ଜଣେ ଯୁବକଙ୍କ ପେଟରୁ ବାହାରିଲା ମଣିଷାକୃତିର ମସ୍ତିସ୍କ । 6ଟି ଦାନ୍ତ ଓ ଚୁଟି ମିଶା ମାଂସ ପିଣ୍ଡୁଳା । ପୁରୁଷ ଦେହରେ ଭୃଣ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ଡାକ୍ତର କହିଲେ ଏହା ଏକ ବିରଳ ରୋଗ । ବନ୍ଧୁଗଣ ବାରିପଦାର ଏକ ଘରୋଇ ହସ୍ପିଟାଲରେ ଜଣେ ଯୁବକଙ୍କର ବିରଳ ଅସ୍ତ୍ର ପ୍ରଚାର ସମ୍ପନ୍ନ ହୋଇଛି । ଯୁବକ ଜଣକ ସଦର ବ୍ଲକ ବଡଚର ପଞ୍ଚାୟତର ଟସରୋଡା ଗ୍ରାମର ଅଟନ୍ତି । ଦୀର୍ଘ 23 ବର୍ଷ ଧରି ତାଙ୍କ ପେଟରେ ବୃଦ୍ଧି ପାଉଥିବା ଏକ ମାଂସ ପିଣ୍ଡୁଳାକୁ ଡାକ୍ତର ଅସ୍ତ୍ର ପ୍ରଚାର କରିଛନ୍ତି ।

ତେବେ ମାଂସ ପିଣ୍ଡୁଳାଟି ମଣିଷାକୃତିର ଆଉ ଏଥିରେ 6ଟି ଦାନ୍ତ ସହ ଚୁଟି ରହିଥିବାରୁ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁଯାଇ ଯୁବକ ଜଣକ ଜନ୍ମ ହେବାର ଏକ ବର୍ଷ ପରେ ତାଙ୍କ ପେଟରେ ଏକ ମାଂସ ପିଣ୍ଡୁଳା ବୃଦ୍ଧି ପାଇଥିଲା । 23 ବର୍ଷ ହେଲା ମାଂସ ପିଣ୍ଡୁଳା ବୃଦ୍ଧି ପାଇବାରୁ ଯୁବକର ପେଟଟି ମଧ୍ୟ ବୃଦ୍ଧି ହୋଇଥିଲା ।

ଏହା ପରେ ବାପା ମା ସରକାରୀ ଓ ବେସରକାରୀ ଡାକ୍ତର ଖାନାରେ ପରାମର୍ଶ ନେଇଥିଲେ । ମାତ୍ର ରୋଗର କାରଣ ଜଣା ନପଡିବାରୁ ସେ କଟକ ବଡ ମେଡିକାଲରେ ଯାଇ ଚିକିତ୍ସା କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ପରବର୍ତ୍ତୀ ସମୟରେ ବାରିପଦାର ଏକ ଘରୋଇ ହସ୍ପିଟାଲରେ ରୋଗର କାରଣ ଅନୁଧ୍ୟାନ କରିବା ପରେ ଅସ୍ତ୍ର ପ୍ରଚାର ମାଧ୍ୟମରେ ଯୁବକଙ୍କୁ ନୂଆ ଜୀବନ ଦେଇହେବ ବୋଲି କହିଥିଲେ ।

ଏହାକୁ ନେଇ ଏସିବି ମେଡିକାଲ କଲେଜର ସିନିୟର ଅସ୍ତ୍ର ପ୍ରଚାର ଡାକ୍ତର ଦୀପକ ରଞ୍ଜନ ନାୟକ ଓ ହସ୍ପିଟାଲର କର୍ମଚାରୀଙ୍କୁ ନେଇ ଅତ୍ୟାଧୁନିକ ଯନ୍ତ୍ରପାତି ସାହାର୍ଯ୍ୟରେ ଅପରେସନ ଆରମ୍ଭ କରିଥିଲେ । ଦୀର୍ଘ 4 ଘଣ୍ଟା ଧରି ଅସ୍ତ୍ର ପ୍ରଚାର କରିବା ପରେ ଯୁବକଙ୍କ ପେଟରେ ଥିବା ମାଂସ ପିଣ୍ଡୁଳାକୁ ବାହାର କରଯାଇଥିଲା । ସେହି ମାଂସ ପିଣ୍ଡୁଳାଟି ଦେଖିବାକୁ ଠିକ ମଣିଷର ଭୃଣ ଭଳି ।

ତେବେ ଏହା ଏକ ଟେଉଟୋମା ରୋଗ ବୋଲି ହସ୍ପିଟାଲ ମାଲିକ ଲକ୍ଷ୍ମୀ କାନ୍ତ ପତି କହିଛନ୍ତି । ମାତୃ ଗର୍ଭରେ ଜନ୍ମଯ ସନ୍ତାନର ଭୃଣ ମଧ୍ୟରୁ ଗୋଟିଏ ସନ୍ତାନର ପେଟ ମଧ୍ୟରେ ଅନ୍ୟ ଭୃଣଟି ରହିଯାଇଥିବାରୁ ଏଭଳି ବିରଳ ଘଟଣା ଦେଖିବାକୁ ମିଳିଥାଏ । ଅସ୍ତ୍ର ପ୍ରଚାର ପରେ ଯୁବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *