ଜଳ ଲାଗି ପାଇଁ କେନାଲରୁ ପାଣି ଉଠାଇବା ବେଳେ ଘଟିଗଲା ବଡ ଅଘଟଣ, ଦେଖୁ ଦେଖୁ ଭାସିଗଲେ କାଉଡିଆ, ଦେଖନ୍ତୁ Video

ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର । ଶ୍ରବଣ ସୋମବାର ଦିନ ଶିବଲିଙ୍ଗକୁ ଜଳାଭିଷେକ କରିବା ପାଇଁ ବିଭିନ୍ନ ଶିବ ମନ୍ଦିରରେ ଲକ୍ଷାଧିକ ଲୋକ ଭିଡ ଜମାଇଥାନ୍ତି । ପାଣି ଉଠାଇବା ପରେ ଶିବଲିଙ୍ଗରେ ଅଭିଷେକ କରିବା ପାଇଁ ଅନେକ ରାସ୍ତା ଚାଲି ଚାଲି ଯାତ୍ରା କରିଥାନ୍ତି କାଉଡିଆ ମାନେ । ଏହିଦିନ ଶିବଲିଙ୍ଗରେ ଜଳ ଅଭିଷେକ କରିବା ଦ୍ଵାରା ଅନେକ ମହାଦେବ ପ୍ରସନ୍ନ ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ବୋଲି ମାନ୍ୟତା ରହିଛି । ଆଉ ଆଜି ଭଳି ଦିନରେ ଘଟିଯାଇଛି ଏକ ବଡ ଅଘଟଣ ।

ଜଳଲାଗି ପାଇଁ କେନାଲରୁ ପାଣି ଉଠାଉଥିବା ବେଳେ ଜଣେ କାଉଡିଆ ଭାସି ଯାଇଛନ୍ତି । ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳ ଗ୍ରାମରୁ ଏଭଳି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୁଆଳ ଗ୍ରାମ ନିକଟସ୍ଥ ରେଙ୍ଗାଲି ବାମ କେନାଲରୁ ଜଳଲାଗି ପାଇଁ ପାଣି ଉଠାଇବା ବେଳେ ଜଣେ କାଉଡିଆ ନିଖୋଜ ହୋଇ ଯାଇଛନ୍ତି । ସେହି ନିଖୋଜ କାଉଡିଆ ଜଣକ ହେଉଛନ୍ତି ତାଳଚେର ଆଇଟିଆଇ ଛକ ଅଞ୍ଚଳର ମହେଶ୍ଵର ବାରିକ ।

ସୋମବାର ଦିନ ସକାଳେ ଦୁଇ ଜଣ କଉଡିଆ ଅଷ୍ଟଶମ୍ଭୁ ମନ୍ଦିରକୁ ଜଳଲାଗି ପାଇଁ ଆସିଥିଲେ । ଯେଉଁଥି ପାଇଁ ସେମାନେ ଗାଁ ନିକଟସ୍ଥ ରେଙ୍ଗାଲି ବାମ କେନାଲକୁ ପାଣି ଉଠାଇବା ପାଇଁ ଯାଇଥିଲେ । ହେଲେ ଅସାବଧନତା କାରଣରୁ କେନାଲରେ ଦୁଇଜଣ ଯାକ ଭାସି ଯାଇଥିଲେ ।

ତେବେ ସ୍ଥାନୀୟ ଲୋକେ ଜଣେ କାଉଡିଆଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଭାସିଯାଇ ନିଖୋଜ ହୋଇ ଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଯାହାପରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଖୋଜାଖୋଜା ଜାରି ରଖିଛି । ଆଜି ଭଳି ପବିତ୍ର ଦିନରେ ପୂଣ୍ୟ ଅର୍ଜନ କରିବାକୁ ଆସିଥିବା ବେଳେ ଏଭଳି ଏକ ଅଘଟଣ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

ଶ୍ରାବଣ ମାସ ବର୍ଷା ଯୋଗୁଁ ଜଳାଶୟ ତଥା କେନାଲ ନଦୀ ଆଦି ପୂର୍ଣ୍ଣ ହୋଇ ରହିଛି । ଏଭଳି ବେଳେ ନଦୀରୁ ଜଳ ଉଠାଇବା ବେଳେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *