ବାର ପତ୍ରରେ ବୋହୁ Rajeswari ଙ୍କୁ ମନେ ପକେଇ ଭୋ-ଭୋ ହେଇ କାନ୍ଦିଲେ ଶାଶୁ, ଆଉ ଯାହା ସବୁ କହିଲେ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ଵରୀ ରାୟ ମହାପାତ୍ରଙ୍କ ଦେହାନ୍ତକୁ ଗତ କିଛି ଦିନ ହୋଇଛି ଆଉ ଏବେ ବି ସାରା ଓଡିଶାରେ ରାଜେଶ୍ଵରୀଙ୍କ ପାଇଁ ଶୋକର ଛାୟା ଖେଳି ଯାଇଛି । ରାଜେଶ୍ଵରୀ ଜଣେ ଆଗ ଧାଡିର ଅଭିନେତ୍ରୀ ଥିଲେ ସେ ନିଜ ଦମଦାର ଅଭିନୟ ପଦର୍ଶନ କରି ଓଡିଆ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତେବେ ବନ୍ଧୁଗଣ ରାଜେଶ୍ଵରୀ ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗ ସହ ଲଢେଇ କରୁଥିଲେ ଏମିତି କି ସେ କ୍ୟାନ୍ସରରୁ ସୁସ୍ଥ ମଧ୍ୟ ହୋଇଯାଇଥିଲେ ।

ହେଲେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ପ୍ରାଣ ହରାଇଛନ୍ତି । ରାଜେଶ୍ଵରୀ ଯିବା ପରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ରାଜେଶ୍ଵରୀଙ୍କ ଶାଶୁ ଗଣମାଧ୍ୟମ ସାମ୍ନାକୁ ଆସି କାନ୍ଦି କାନ୍ଦି ନିଜର ଦୁଃଖ ପ୍ରକାଶ କରିଛନ୍ତି ।

ରାଜେଶ୍ଵରୀଙ୍କ ଶାଶୁ କହିଛନ୍ତି-‘ମୁଁ ତା ବିଷୟରେ କଣ କହିବି ଯେତେ କହିଲେ ବି ସରିବ ନାହିଁ । ସେ ମୋର ଝିଅ ନଥିଲା ସେ ଦୁଇ କୁଳକୁ ହିତା ହୋଇଥିଲା କିନ୍ତୁ ସେ ଆଜି ଆମ ପାଖରେ ନାହିଁ । ସେ ଆମ ମାନଙ୍କୁ ଛାଡି ଚାଲିଗଲା । ରାଜେଶ୍ଵରୀ ସମସ୍ତଙ୍କ ମନ କଥା ବୁଝି ଯାଉଥିଲା । ସେ ସବୁ ବୁଝି ନିଜେ ସବୁ ଠିକ କରି ଦେଉଥିଲା । କିଏ କଣ ଖାଇବ, କିଏ କଣ ପିନ୍ଧିବ, କିଏ ମେକ ଅପ୍ କରିବ କଣ ସେ ତାକୁ ସଜେଇ ଦେଉଥିଲା ।

ଆଜି କିଏ ସଜେଇବ ତାର କେହି ବି ନାହିଁ  । ଖାସ କରି ମୋତେ ସେ ବହୁତ ସଜାଉ ଥିଲା । ଆଉ ତ ସିଏ ନାହିଁ ଆଉ କିଏ ମୋତେ ସଜେଇବ । ମୋ ମନ କଥା କିଏ ଜାଣିବ । ଏତିକି ଠାକୁରଙ୍କୁ ପ୍ରାର୍ଥନା କରୁଛି ସେ ଯେଉଁଠି ଅଛି ମୋ ପାଖରେ ଅଛି । ତା ଆତ୍ମାକୁ ଶାନ୍ତି ମିଳୁ ସେ ଭଲରେ ରହୁ ସେ ଖୁସିରେ ରହୁ । ମୁଁ ଏତିକି କହୁଛି ଆଉ ତା ବିଷୟରେ କିଛି କହିପାରିବି ନାହିଁ’ ।

ତା ହେଲେ ବନ୍ଧୁଗଣ ଏଭଳି ଭାବରେ ରାଜେଶ୍ଵରୀଙ୍କ ଶାଶୁ ମା କାନ୍ଦି କାନ୍ଦି ନିଜର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *