ହନୁମାନ ଜୟନ୍ତୀ ଠାରୁ ବିରୋଧୀ ଦଳ ନେତା ହେବା ପର୍ଯ୍ୟନ୍ତ । ପୁଲିସ-ଜୟ ନାରାୟଣଙ୍କ ବିବାଦର ରହିଛି ଲମ୍ୱା ଇତିହାସ । କେତେବେଳେ ଧସ୍ତାଧସ୍ତି ତ ଆଉ କେତେବେଳେ ମ-ରା-ମ-ରି । ଗିରଫ ବି ହୋଇଛନ୍ତି ଜୟ ନାରାୟଣ, ରାଜନୀତି ବି ଜୋର ଧରିଛି । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଏବଂ ଓଡିଶା ପୋଲିସ ମଧ୍ୟରେ ବିବାଦର ଲମ୍ବା ଇତିହାସ ରହିଛି । କେତେବେଳେ ନିର୍ଦୋଷକୁ ଅମାନ୍ୟ କରି ଜୟ ନାରାୟଣ ଭଣ୍ଡା ବୁଲାଇ ଛନ୍ତି ତ ଆଉ କେତେବେଳେ ପୋଲିସ ସହିତ ଧ-ସ୍ତା ଧ-ସ୍ତି ହୋଇଛନ୍ତି ।
ପୂର୍ବରୁ ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ଖଣ୍ଡା ଏବଂ ଅନ୍ୟ ଅ-ସ୍ତ୍ର ଶ-ସ୍ତ୍ର ବୁଲାଇବାର ପରମ୍ପରା ଥିଲା । ମାତ୍ର ପରବର୍ତ୍ତୀ ସମୟରେ ପୋଲିସ ପକ୍ଷରୁ ଏହାକୁ ବାରଣ କରା ଯାଇଥିଲା କିନ୍ତୁ ଜୟା ନାରାୟଣ ଏହାକୁ ମାନି ନଥିଲେ । ସେହି କାରଣରୁ ପୋଲିସ ସହ ତାଙ୍କର ଝଗଡା ହୋଇଥିଲା । ପୋଲିସ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ସେତେବେଳେ ଜୟ ନାରାୟଣକୁ ଗିରଫ କରା ଯାଇ ଜେଲ ପଠା ଯାଇଥିଲା ।
ଏହା ପ୍ରତିବାଦରେ ବିଜେପି ସମ୍ବଲପୁର ବନ୍ଦ ଡାକରା ଦେଇଥିଲା । ସେ ସମୟରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ ସମ୍ବଲପୁର ଆସିଥିଲେ । ସେତେବେଳେ ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଜୟ ନାରାୟଣ ଏବଂ ଅନ୍ୟ ସ୍ଥାନୀୟ ନେତା ହୀରାକୁଦ ବନ୍ଧ ଉପରେ ଯିବା ପାଇଁ ଚାହୁଁ ଥିଲେ ମାତ୍ର ହୀରାକୁଦ ପୋଲିସ ଏନେଇ ଅନୁମତି ଦେଇ ନଥିଲା ।
ସେହି କାରଣ ପାଇଁ ହୀରାକୁଦ ଥାନା ଅଧିକାରୀଙ୍କ ସହ ଜୟ ନାରାୟଣଙ୍କ ବଚସା ହୋଇଥିଲା । ଏନେଇ ହୀରାକୁଦ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ବିଜେପୁର ଉପ ନିର୍ବାଚନ ସମୟରେ ବିଜେପି-ବିଜେଡି କର୍ମୀ ମଧ୍ୟରେ ଗ-ଣ୍ଡୋ-ଗଳ ହେଇଥିଲା । ଆଉ ଏହି ଗ-ଣ୍ଡୋ-ଗଳକୁ ନେଇ ପୋଲିସ ଜୟ ନାରାୟଣଙ୍କୁ ତାଙ୍କ ସମ୍ବଲପୁର ବାସ ଭବନରୁ ଗିରଫ କରି ଜେଲ ପଠାଇ ଥିଲା ।
କରୋନା ସମୟରେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସାଧାରଣ ଲୋକଙ୍କ ପାଇଁ ବନ୍ଦ ଥିଲା । କୌଣସି କଥାକୁ ନେଇ ଜୟ ନାରାୟଣ ସେଠାକୁ ଜବରଦସ୍ତ ପସିବାକୁ ଚାହୁଁ ଥିଲେ ସ୍ଥାନୀୟ ପୋଲିସ ସେତେବେଳେ ବାଧା ଦେବାରୁ ଜୟା ନାରାୟଣ ଆଉ ପୋଲିସ ମଧ୍ୟରେ ଝଗଡା ହେଇଥିଲା ।
ଆଉ ଏବେ ଧନୁପାଲ୍ଲୀ ଥାନା ଆଇଆଇସି ଆଉ ଜୟା ନାରାୟଣଙ୍କ ବିବାଦ ସାରା ଓଡିଶାରେ ଚହଳ ପକାଇଛି । ଜୟା ନାରାୟଣ ଧନୁପାଲ୍ଲୀ ଥାନା ଆଇଆଇସିଙ୍କୁ ଚା-ପୁ-ଡା ମା-ରି-ଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।