ଦର୍ଶକ ବନ୍ଧୁ ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ ଏବେ ଲିଭର ଜନିତ ସମସ୍ୟାରେ ପୀଡିତ ଅଛନ୍ତି । ପିଣ୍ଟୁଙ୍କ ଲିଭର ଜନିତ ସମସ୍ୟା ପାଇଁ ସାରା ଓଡିଶାବାସୀ ତାଙ୍କୁ ଆର୍ଥିକ ସହାୟତା କରିଛନ୍ତି ଅନ୍ୟ ପକ୍ଷେ ଓଡିଆ ଇଣ୍ଡଷ୍ଟ୍ରିର କେତେକ ବଡ ବଡ କଳାକାର ମାନେ ମଧ୍ୟ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି । ତେବେ ବର୍ତ୍ତମାନ ପିଣ୍ଟୁ ଦିଲ୍ଲୀରେ ଅଛନ୍ତି ଆଉ ଖୁବ ଶୀଘ୍ର ତାଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟ କରାଯିବ ।
ଅନେକ କଳାକାର ଜନସାଧାରଣଙ୍କୁ ଆର୍ଥିକ ସହାୟତା ମାଗି ଥିବା ବେଳେ ଲୋକ ମାନେ ଆର୍ଥିକ ସହାୟତା କରିଛନ୍ତି । ଆଉ ଏହାରି ମଧ୍ୟରେ ଓଡିଆ ଅଭିନେତା ବବି ମିଶ୍ର ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ବବି ମିଶ୍ର ଗଣମାଧ୍ୟମ ଆଗରେ କହିଛନ୍ତି-‘ସେ ପିଲା ବିଷୟରେ ମୁଁ ଏତେ କଥା ଜାଣିନି କୁମାର ବୋଲି ଗୋଟେ ପିଲା ତାକୁ ନେଇକି ଆସିଥିଲା । ସେମାନେ ଗଲା ପରେ ଏ ଆସି ପହଞ୍ଚିଲା । ପିଣ୍ଟୁର ଦେହ ଖରାପ ଆଉ ସେ ପିଲା ଆସିଥିଲା ତେଣୁ ଆମେ ତାକୁ ଭଲ ପାଇବା ଦେଇଥିଲୁ । ସେ 50 ହଜାର ଟଙ୍କା ଦେଲା ମୁଁ ତାକୁ ସେଇଠି ପଚାରିଲି ଆଜ୍ଞା ଆପଣଙ୍କ ଚେକ ବାଉନ୍ସ ହେବନି ତ ।
ସେ କହିଲା ଆପଣ କଣ କହୁଛନ୍ତି ଦାଦା । ମୁଁ ପଛରେ ଶୁଣିଲି ସେଇଟା ଗୋଟେ ମାନସିକ ରୋଗୀଟା । ଇଣ୍ଟର୍ବ୍ୟୁରେ ଲୋକ ତାକୁ ଚୋର କହୁଛନ୍ତି କଣ ଗାଡି ଚୋରୀ କରିଛି । ତେଣୁ ମୁଁ ତା ବିଷୟରେ କଣ ଆଉ ଚିନ୍ତା କରିବି । ସେ ଯେଉଁ କଥା କହିଛି ବବି ମିଶ୍ର କେତେ ଟଙ୍କା ଦେଇଛି ଭାଷା ଲଗେଇ । ମୁଁ ଖାଲି ଏତିକି କହୁଛି ପିଣ୍ଟୁର ଭାଇ ଯିଏ ଅଛନ୍ତି ଅଭିରାମ ଆପଣ ତାଙ୍କୁ ପଚାରନ୍ତୁ ମୁଁ ପିଣ୍ଟୁକୁ କଣ ସାହାର୍ଯ୍ୟ କରିଛି ଆଉ ଆଗକୁ ତା ପାଇଁ କଣ ପ୍ଳାନ କରିଛି ।
ପିଣ୍ଟୁ ଏବେ ଧୀରେ ଧୀରେ ସୁସ୍ଥ ହେବା ଆରମ୍ଭ କଲାଣି ଖାଲି ତା ପେଟରେ ପାଣି ହେଇଛି ସେଇଟା କଢା ହେଉଛି ସେଇଟା ଠିକ ହେବା ପରେ ଟ୍ରାନ୍ସପ୍ଳାଣ୍ଟ କରାଯିବ । ଲୋକ ରେଡି ହେଇଗଲେଣି ଲିଭର ଦେବା ପାଇଁ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।