ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ତାରିଖରୁ ଲାଗୁ ହେବ ନୂଆ ଶ୍ରମ ଆଇନ, ଏଥର ସପ୍ତାହକୁ ମିଳିବ 3 ଦିନ ଛୁଟି… 

ଜୁଲାଇ ପହିଲାରୁ ଦେଶରେ ଲାଗୁ ହେବ ନୂଆ ଶ୍ରମ ଆଇନ । ଶ୍ରମିକ ଓ କର୍ମଚାରୀଙ୍କ ପାଇଁ ଲାଗୁ ହେବ ନୂଆ ନିୟମ । ଜୁଲାଇରୁ ଦେଶରେ ନୂଆ ଶ୍ରମ କୋର୍ଟ କାର୍ଯ୍ୟକାରୀ ହୋଇପାରେ ଦେଶରେ ପ୍ରଚଳିତ ଶ୍ରମ ଆଇନରେ ସଂସ୍କାର ଆଣିବା ପାଇଁ ସରକାର ଯୋଜନା କରିଛନ୍ତି । ଜୁଲାଇ ୧ ତାରିଖରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ସରକାର ୨୯ଟି କେନ୍ଦ୍ରୀୟ ଶ୍ରମ ନିୟମକୁ ପରିବର୍ତ୍ତନ କରି ୪ଟି କୋର୍ଡରେ ପରିବର୍ତ୍ତନ କରିଛନ୍ତି ।

ନୂଆ ଶ୍ରମ କୋର୍ଡ କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ଉପରେ କେଉଁ ସବୁ ପ୍ରଭାବ ପଡିବ ଆସନ୍ତୁ ଜାଣିବା । ନୂଆ ଶ୍ରମ ଆଇନ କାର୍ଯ୍ୟକାରୀ ହେଲେ ଅଫିସରେ କର୍ମଚାରୀ ମାନଙ୍କ କାମ କରିବାର ସମୟ ପରିବର୍ତ୍ତନ ପାଇଁ ସୁଯୋଗ ମିଳିବ । ହେଲେ ଅଧିକ ସମୟ କାମ କରିବାକୁ ପଡିବ ୮ ଘଣ୍ଟା ବଦଳରେ ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡିବ । ସରକାର ୪ ଦିନ କାମ ଓ ୩ ଦିନ ଛୁଟି କହୁଥିବା ବେଳେ ଏହାକୁ ଅସୁଲ କରିବାର ବାଟ ମଧ୍ୟ କରିଛନ୍ତି ।

କାରଣ ୮ ଘଣ୍ଟା ବଦଳରେ ଦିନକୁ ୧୨ ଘଣ୍ଟା କାମ କରିବାକୁ ପଡିବ । ଦରମାର ନଗର ରାଶି ଏବଂ ଭବିଷ୍ୟନିଧି ପାଣ୍ଠିକୁ କର୍ମଚାରୀଙ୍କ ଦରମାରୁ କାଟି ଜମା କରାଯାଉଥିବା ଅର୍ଥର ପରିମାଣ ବଦଳିବ । ମୂଳ ଦରମାକୁ ମୋଟ ଦରମାର ୫୦ ପ୍ରତିଶତରେ ସୀମିତ ରଖାଯିବ । ହେଲେ ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ଦରମା କମିଯିବ । 


ଅବସର ପରେ ମିଳୁଥିବା ଗ୍ରାଚୁଇଟି ଅର୍ଥ ପରିମାଣ ମଧ୍ୟ ବଢିବ । ଫଳରେ କର୍ମଚାରୀ ମାନେ ଅବସର ପରେ ଭଲରେ ଜୀବନ କାଟି ପାରିବେ । ନିଯୁକ୍ତି ସମୟରେ ଜଣେ କର୍ମଚାରୀ ଗୋଟିଏ ବର୍ଷ ଅବଧି ମଧ୍ୟରେ ବକେୟା ଛୁଟିକୁ ପରବର୍ତ୍ତୀ ବର୍ଷରେ ନେଇପାରିବେ । ଯଦି କେହି କର୍ମଚାରୀ ଛୁଟି ନ ନିଅନ୍ତି ତେବେ ତାଙ୍କୁ ଛୁଟି ବାବଦରେ ଅଧିକ ପାଉଣା ମିଳିବ ।

ପୂର୍ବ ନିୟମ ଅନୁଯାଇ ବର୍ଷକୁ 240 ଦିନ କାମ କରୁଥିବା ବେଳେ ଛୁଟି ମିଳୁଥିବା ବେଳେ ଏଣିକି 180 ଦିନ କାମ କଲେ ଛୁଟି ଲାଗୁ ହେବ । ଦେଶରେ ପ୍ରଚଳିତ ଶ୍ରମ ଆଇନରେ ସଂସ୍କାର ଆଣିବା ପରେ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଜୁଲାଇ ପହିଲାରେ ଏହାକୁ କାର୍ଯ୍ୟକାରୀ କରିବାକୁ ଧାର୍ଯ୍ୟ କରାଯାଇଛି । ତା ହେଲେ ବନ୍ଧୁଗଣ ଏହି ସବୁ ନିୟମ ଗୁଡିକ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *