ଅଲୌକିକ, ଅବିଶ୍ଵାସନୀୟ, ଥରି ଉଠିଲା ମାଟି, ଫାଟିଗଲା ଘର, ମାଟି ତଳୁ ବାହାରିଲେ ଠାକୁର…ଘର ମାଲିକ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video 

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।


ସ୍ଵପ୍ନରେ ମା କହୁଥିଲେ ମୋତେ ଉଦ୍ଧାର କର ରାତି ୩ଟାରେ ଥରି ଉଠିଲା ମାଟି । ବିଜୁଳି ଘଡଘଡି ସହ ବର୍ଷାରେ କମ୍ପିଲା ଛାଡ଼ ଆଡ । ଆଖି ଖୋଲିଲା ବେଳକୁ ଫାଟି ଯାଇଥିଲା ଘରର ମାର୍ବଲ । ସଙ୍ଗେ ସଙ୍ଗେ ନିଜ ଘରକୁ ଖୋଳି ଦେଲେ ମାଲିକ । ଆଉ ଘର ତଳୁ ବାହାରିଲା ୧୪ଟି ପିତ୍ତଳ ମୂର୍ତ୍ତି । ସ୍ଥାନୀୟ ଅଞ୍ଚଳରେ ପଡିଛି ଚହଳ । ଅଲୌକିକ କୁହନ୍ତୁ କି ଚମତ୍କାର ବେଳେବେଳେ ଆଖି ସାମ୍ନାରେ ଏମିତି କିଛି ଦୃଶ୍ୟ ଆସୁଛି ଯାହା ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଦ ହୋଇଯିବେ ।

ଆଉ ଆପଣ ମାନେ ଭାବିବେ ସତରେ କଣ ଏହା ସମ୍ଭବ । ନ ହେଲେ ସ୍ଵପ୍ନାଦେଶ ପରେ କିଏ କଣ କାହା ଘରକୁ ଖୋଳି ଦେଇ ପାରେ । ଏ ଦୃଶ୍ୟ ଦେଖନ୍ତୁ ଘରର ମାଲିକଙ୍କୁ ସ୍ଵପ୍ନାଦେଶ ହେଲା ଆଉ ତା ପରେ ସେ ନିଜ ଘରକୁ ଖୋଳି ପକାଇ ଥିଲେ । ଆଉ ତା ପରେ ଯାହା ଦେଖିଥିଲେ ସେ ସ୍ତବ୍ଦ ହୋଇଯାଇଥିଲେ । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ମାଟି ତଳୁ ବାହାରିଥିଲା ପ୍ରାୟ ୧୪ଟି ପିତ୍ତଳ ମୂର୍ତ୍ତି ।

କଟକ ଜିଲ୍ଲା ରାଉତି ପାଟଣା ନାହାରଙ୍ଗା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଏହି ୧୪ଟି ପିତ୍ତଳ ମୂର୍ତ୍ତି ଉଦ୍ଧାର ହୋଇଛି । ଉକ୍ତ ଗାଁର ଦୀନବନ୍ଧୁ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଘର ତଳୁ ଏହି ମୂର୍ତ୍ତି ଉଦ୍ଧାର ହୋଇଛି । ଘର ମାଲିକଙ୍କ କହିବା ଅନୁସାରେ ହଠାତ ରାତିରେ ତାଙ୍କୁ ସ୍ଵପ୍ନାଦେଶ ହୋଇଥିଲା । ସ୍ଵପ୍ନରେ ଆସି ମା ତାଙ୍କୁ କହୁଥିଲେ ମୁଁ ତୋ ଘର ତଳେ ଅଛି ମୋତେ ଉଦ୍ଧାର କର ।

ଆଉ ସେ ଆଖି ଖୋଲିଲା ବେଳକୁ ତାଙ୍କ ଘରର ମାର୍ବଲ ଭାଙ୍ଗି ଯାଇଥିଲା ଆଉ ଏହା ପରେ ସେ ନିଜ ଘରକୁ ଖୋଳି ଥିଲେ । ଖୋଳିବା ପରେ ଘରୁ ୧୪ଟି ପିତ୍ତଳ ମୂର୍ତ୍ତି ବାହାରି ଥିଲା । ମୂର୍ତ୍ତି ମିଳିବା ପରେ ଏବେ ଏନେଇ ଗାଁରେ ଚର୍ଚ୍ଚା ଧରିଛି । ତା ହେଲେ ବନ୍ଧୁଗଣ ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *