ସ୍ଵାମୀଙ୍କ ଠାରୁ ଅଲଗା ହୋଇ ଏକୁଟିଆ ହିଁ ନିଜ ପିଲାଙ୍କୁ ପାଳୁଛନ୍ତି TV ର ଏହି 6 ଜଣ ଫେମସ Actress

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୁହାଯାଏ କି, ବିବାହର ପବିତ୍ର ବନ୍ଧନ ପ୍ରେମ ତଥା ଭରସା ଓ ବୁଝାମଣା ଉପରେ ନିର୍ଭର କରେ । ଯଦି ଏଥିରୁ କୌଣସି ଗୋଟିଏ ବି କମ୍‌ ହୋଇଯାଏ ତବେ ବର୍ଷ ବର୍ଷର ସମ୍ପର୍କ ଭାଙ୍ଗିଯାଏ । ଏମିତି କିଛି ହୋଇଛି ଟିଭିରେ ସାଜିଥିବା ଏହି ଦମ୍ପତ୍ତି ଙ୍କ ସହ । କହିବାକୁ ଗଲେ ଏହି ଦମ୍ପତ୍ତି ମାନେ ଲଭ୍‌ ମ୍ୟାରେଜ୍‌ ତ କରିଛନ୍ତି, କିନ୍ତୁ ସେମାନଙ୍କ ବିବାହକୁ ଏମିତି କିଛି କାରଣରୁ ବାନ୍ଧି ରଖିପାରି ନାହାଁନ୍ତି ।

ଫଳରେ ଲଭ୍‌ ମ୍ୟାରେଜ୍‌ ସତ୍ତ୍ୱେ ସେମାନେ ସବୁ ଦିନ ପାଇଁ ଅଲଗା ହୋଇଯାଇଛନ୍ତି । ଏହା ସହ ବର୍ତ୍ତମାନ ଏହି ଅଭିନେତ୍ରୀ ମାନେ ସିଙ୍ଗଲ ମଦର ଅଛନ୍ତି । ନିଜେ ହିଁ ନିଜ ପିଲାଙ୍କ କଥା ବୁଝୁଛନ୍ତି ଏବଂ ତାଙ୍କର ଲାଳନ ପାଳନ କରୁଛନ୍ତି । ତେବେ ଆସନ୍ତୁ ଏହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଜୁହି ପରମାର । ଜୁହି ଛୋଟ ପରଦାର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀ । ସେ ନିଜର ଅଭିନୟ ଓ ନିଆରା ଅନ୍ଦାଜ ରେ ସମସ୍ତଙ୍କ ହୃଦୟରେ ଯାଗା କରି ପାରିଥିଲେ । ସେ ୨୦୦୯ ରେ ଅଭିନେତା ସଚିନ ଙ୍କ ସହ ବିବାହ କରିଥିଲେ ଏବଂ ୨୦୧୩ ରେ ତାଙ୍କର ଏକ କୁନି ଝିଅ ହୋଇଥିଲା ଯାହାର ନାମ ସମାଏରା । ୨୦୧୯ ରେ ଦୁଇ ଜଣ ଙ୍କ ମଧ୍ୟ ରେ କିଛି ଭୁଲ ବୁଝାମଣା ଯୋଗୁଁ ସେମାନେ ଅଲଗା ହୋଇଗଲେ । ଓ ଛାଡପତ୍ର ପରେ ଏବେ ଏକୁଟିଆ ହିଁ ନିଜ ଝିଅକୁ ପାଳନ କରୁଛନ୍ତି ।


୨- ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଦିଲଜିତ କୋର । ଦିଲଜିତ ଛୋଟ ପରଦାରେ ଏକ ଲୋକପ୍ରିୟ ଚେହେରା । ୨୦୦୯ ରେ ସେ ଅଭିନେତା ଶାର୍ଲିନ ଙ୍କ ସହ ବିବାହ କରିଥିଲେ । ଏବଂ ତାଙ୍କର ଏକ ପୁତ୍ର ମଧ୍ୟ ଅଛି ଯାହାର ନାମ ଜେଡେନ । କିନ୍ତୁ ଘରୋଇ ହିଂସା ଯୋଗୁଁ ସେ ୨୦୧୫ ରେ ଛାଡପତ୍ର ନେଇ ଅଲଗା ହୋଇ ଯାଇଥିଲେ । ଏବଂ ସେ ଏବେ ଏକୁଟିଆ ତାଙ୍କ ପୁଅଙ୍କ ର ଲାଳନପାଳନ କରୁଛନ୍ତି ।


୩- ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଚାହତ ଖନ୍ନା । ଚାହାତ ନିଜ ବୟଫ୍ରେଣ୍ଡ ଫରାନ ମିର୍ଜା ଙ୍କ ସହିତ ୨୦୧୩ ରେ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ ମଧ୍ୟ ଅଛି । ଲଗାତାର ମାନସିକ ଓ ଶାରୀରିକ ନିର୍ଯାତନା ଯୋଗୁଁ ୨୦୧୮ ରେ ସେ ନିଜ ସ୍ୱାମୀ ଙ୍କ ଠାରୁ ଛାଡପତ୍ର ନେଇ ଏବେ ଅଲଗା ରହୁଛନ୍ତି । ଏବଂ ନିଜର ଦୁଇ ଝିଅ ଙ୍କ ଲାଳନପାଳନ ଏବେ ସେ ଏକୁଟିଆ କରୁଛନ୍ତି ।


୪- ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଜେନିଫର ୱିଙ୍ଗେଟ । ଜେନିଫର ଟିଭି ଇଣ୍ଡଷ୍ଟ୍ରିରେ ନିଜର ସଫଳତାକୁ ହାସଲ କରିସାରିଛନ୍ତି । ସେ କରନ ସିଂହ ଗ୍ରୋବରଙ୍କୁ ବିବାହ କରି ଲାଇମ ଲାଇଟରେ ବହୁତ ସମୟ ପର୍ଯ୍ୟନ୍ତ ରହିଥିଲେ । ହେଲେ ବିବାହର ୨ ବର୍ଷ ପରେ ଏହି ଦୁଇଜଣଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ଖବର ଅନୁସାରେ ଜଣା ପଡିଛି ଜେନିଫର ଏକ ପୁଅକୁ ଆଡପ୍ଟ କରିଛନ୍ତି । କିନ୍ତୁ ଏହି କଥାର ଖୁଲାସା ବର୍ତ୍ତମାନ ପର୍ଯ୍ୟନ୍ତ ଜେନିଫର କରି ନାହାନ୍ତି ।


୫- ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଉର୍ବଶୀ ଢୋଲାକିଆ । ଯିଏ ଘରେଘରେ କୋମଲିକା ନାମରେ ପରିଚିତ ଅଟନ୍ତି । ଟିନ ଏଜର ରେ ହିଁ ସେ ଦୁଇ ଜଣ ପୁଅ ସନ୍ତାନ ଙ୍କ ମାଆ ହୋଇଥିଲେ । ଉର୍ବଶୀ ସୋସିଆଲ ମିଡିଆ ରେ ପ୍ରାୟତଃ ସକ୍ରିୟ ରୁହନ୍ତି । ସେ ଏହା କହିଛନ୍ତି ଯେ, ତାଙ୍କ ଦୁଇ ଜଣ ପୁଅ ହିଁ ତାଙ୍କର ସବୁକିଛି ଏବଂ ଉଭୟ ଙ୍କୁ ଏଳୁଟିଆ ପାଳିବା ନିମନ୍ତେ ସେ ସମ୍ପୂର୍ଣ୍ଣ ରୂପରେ ସକ୍ଷମ ଅଟନ୍ତି ।


୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି କାମୟା ପଞ୍ଜାବୀ । ଏହି ଅଭିନେତ୍ରୀ ୨୦୦୩ ମସିହାରେ ବନ୍ଟି ନେଗି ଙ୍କୁ ବିବାହ କରିଥିଲେ । ଉଭୟ ଙ୍କ ଏକ ଝିଅ ମଧ୍ୟ ଅଛି । ଯାହାର ନାମ ସାରା ଅଟେ । କିନ୍ତୁ ୨୦୧୩ ମସିହାରେ ଏହି ଦମ୍ପତ୍ତି ଙ୍କ ଛାଡ଼ପତ୍ର ହୋଇଯାଇଥିଲା । ପରେ କାମୟା ନିଜ ଝିଅ ଙ୍କ ସିଙ୍ଗଲ ମଦର ରୂପରେ ହିଁ ଲାଳନ ପାଳନ କରିଥିଲେ ।

ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *