‘ଦ୍ରୌପଦୀ (Draupadi Murmu) ଙ୍କୁ ଆମେ ସମର୍ଥନ କରିବୁନି, ସେ ଜଣେ…’ ଦେଖନ୍ତୁ ଏମିତି କାହିଁକି କହିଲେ ଓଡିଶା କଂଗ୍ରେସ ଲୀଡର Narasingha Mishra, ଦେଖନ୍ତୁ Video

ବନ୍ଧୁଗଣ ବିଜେପି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛିବା ପରେ ଏବେ ଦ୍ରୌପଦୀଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ପ୍ରଥମ ଥର ପାଇଁ ବିଜେପି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛି ଛନ୍ତି । ଆଉ ଆମ ଓଡିଶାରୁ ମଧ୍ୟ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏହା ହେଉଛି ଆମ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର କଥା । ବନ୍ଧୁଗଣ ଅନ୍ୟ ପଟେ ସମସ୍ତ ଓଡିଶା ବାସୀ ଦ୍ରୌପଦୀଙ୍କ ପାଇଁ ବେସ ଖୁସି ଅଛନ୍ତି ଆଉ ଦ୍ରୌପଦୀଙ୍କୁ ସୁବେଚ୍ଚା ଜଣାଉଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ କଂଗ୍ରେସ ନେତା ନରସିଂହ ମିଶ୍ର ନିଜର ପ୍ରତିକ୍ରିୟା ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି । ନରସିଂହ ମିଶ୍ର ଯାହା ସବୁ କହିଛନ୍ତି ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ନରସିଂହ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ବ୍ୟକ୍ତିଗତ ଭାବରେ ଦ୍ରୌପଦୀ ଯେତେ ଭଲ ହୋଇଥାନ୍ତୁ, ନିଷ୍ଟାପର ହୋଇଥାନ୍ତୁ, ଜ୍ଞାନୀ ହୋଇଥାନ୍ତୁ କିମ୍ବା ମାନି ହୋଇଥାନ୍ତୁ ତାଙ୍କର ଯଦି ନୀତି ଆଦର୍ଶ ଆରଏସଏସ କିମ୍ବା ବିଜେପିର ନୀତି ଆଦର୍ଶ ସହ ସମାନ କିମ୍ବା ବିଜେପି ଏବଂ ଆରଏସଏସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଥାନ୍ତି ତାଙ୍କୁ ମୁଁ କିମ୍ବା ମୋ ଦଳ ଭୋଟ ଦେବ ନାହିଁ ।

ରାଷ୍ଟ୍ରପତି ପରିପେଖିରେ ଯେଉଁ ମାନେ ପରନେତ ହୋଇଛନ୍ତି ବିଜେପି ଦଳ ଦ୍ଵାରା ଦ୍ରୌପଦୀ ମୁର୍ମୁଙ୍କ ସହ 5 ବର୍ଷ ପର୍ଯ୍ୟନ୍ତ ମୁଁ ବିଧାନ ସଭାରେ କାମ କରିଛି । ବ୍ୟକ୍ତିଗତ ଭାବରେ ମୁଁ ତାଙ୍କୁ ଭଲ ପାଏ ବ୍ୟକ୍ତିଗତ ଭାବରେ ତାଙ୍କର କିଛି ଖରାପ ଗୁଣ ମୁଁ ଜାଣିନି । ବିଧାନ ସଭାରେ ସେ କହିବା ବେଳେ ଭଲ କୁହନ୍ତି । କିନ୍ତୁ ସେ ବିଜେପି ଦଳର ସଭ୍ୟ ସେ ଦଳର ନୀତି ଆଦର୍ଶରେ ଆଜି ପର୍ଯ୍ୟନ୍ତ ଅନୁପ୍ରାଣିତ ହୋଇଛନ୍ତି ।

ଯେଉଁ ନୀତି ଆଦର୍ଶ ପାଇଁ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରଯାଇଥିଲା ସେ ସେହି ନୀତି ଆଦର୍ଶକୁ ପସନ୍ଦ କରନ୍ତି । ତେବେ ମୋ ଦଳ କେମିତି ତାଙ୍କୁ ସମର୍ଥନ କରିବ । ଏହା ଛଡା ତାଙ୍କ ନାଁ ପରେ ପ୍ରସ୍ତାବ ହେଲା କଂଗ୍ରେସ ଦଳ ତ ଘୋଷଣା କରି ସାରିଛି । ସେମିତିରେ ଆମେ ଜଣଙ୍କୁ ଛିଡା କରେଇବୁ ଆଉ ଜଣଙ୍କୁ ଭୋଟ ଦେବୁ ଏଇଟା ବେଇମାନି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *