ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି । ଜଣେ ରାଜନେତା ହୋଇ ସୁର ଭାଇ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅଧିକାଂଶ ସମୟ ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ କିଛି ଅଲଗା କାରଣ ପାଇଁ ସୁର ଭାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।
ତେବେ ବନ୍ଧୁଗଣ ବର୍ତ୍ତମାନ ପୁଣି ସୁର ଭାଇ ଚର୍ଚ୍ଚାକୁ ଆସିଛନ୍ତି । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଗତ କିଛି ସମୟ ହେବ ସୁର ଭାଇଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ଭିଡିଓରେ ସୁର ଭାଇ ଗଣମାଧ୍ୟମ ସାମ୍ନାରେ କହୁଛନ୍ତି -‘ମୁଁ ଆଜି ପ୍ରଥମେ ମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲି । ଆମ ଭୁବନେଶ୍ଵର କେଦାର ଗୌରି ଅବସ୍ଥା ବହୁତ ଶୋଚନୀୟ । ତେଣୁ ମୁଁ ତାଙ୍କ ସହ ଏବେ କଥା ହେଇକି ଆସିଲି । ଆଉ ଏବେ ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ଅପେକ୍ଷା କରିଛି । ଦ୍ରୌପଦୀଙ୍କ ସହ ସାକ୍ଷାତ କରିବି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ଗଣମାଧ୍ୟମ ସାମ୍ନାରେ ନିଜର ମନ୍ତବ୍ୟ ରଖିଛନ୍ତି ।
ସୁର ଭାଇ ଆଜି ଦ୍ରୌପଦୀଙ୍କ ସହ ସାକ୍ଷାତ କରିବା ପାଇଁ ଅପେକ୍ଷା କରିଥିଲେ । ବନ୍ଧୁଗଣ ବିଜେପି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛିବା ପରେ ଏବେ ଦ୍ରୌପଦୀଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ପ୍ରଥମ ଥର ପାଇଁ ବିଜେପି ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ପାର୍ଥୀ ରୂପେ ବାଛି ଛନ୍ତି ।
ଆଉ ଆମ ଓଡିଶାରୁ ମଧ୍ୟ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଏହା ହେଉଛି ଆମ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର କଥା । ବନ୍ଧୁଗଣ ଅନ୍ୟ ପଟେ ସମସ୍ତ ଓଡିଶା ବାସୀ ଦ୍ରୌପଦୀଙ୍କ ପାଇଁ ବେସ ଖୁସି ଅଛନ୍ତି ଆଉ ଦ୍ରୌପଦୀଙ୍କୁ ସୁବେଚ୍ଚା ଜଣାଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।