ଭଉଣୀର ସଫଳତାରେ ଖୁସିରେ ଭାବପ୍ରବଣ ହେଇଗଲେ Draupadi Murmu ଙ୍କ ଭାଇ, ଭଉଣୀ ପାଇଁ କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ରାଇରଙ୍ଗପୁରରୁ ରାଇସିନା ରେସ୍‌ । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଶାର ଦ୍ରୌପଦୀ ମୁର୍ମୁ । ୨୪ ତାରିଖରେ ନାମାଙ୍କନ ଦାଖଲ କରିବେ । ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ତାଙ୍କ ନାଁ ଘୋଷଣା ପରେ ସାରା ରାଜ୍ୟରେ ଖୁସିର ଲହରି । ରାଜନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଖୁସ । ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଯୋଗାଇ ଦିଆଯାଇଛି ଜେଡ୍‌ ପ୍ଲସ୍‌ ସୁରକ୍ଷା । କେନ୍ଦ୍ର ସରକାର ତାଙ୍କ ସୁରକ୍ଷାକୁ ବଢ଼ାଇଛନ୍ତି ।

ତେବେ ଆଜି ସକାଳୁ ସେ ରାଇରଙ୍ଗପୁରର ବିଭିନ୍ନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ବେଢ଼ା ଓଳାଇବା ସହ ଭଗବାନଙ୍କ ଆଶୀର୍ବାଦ ନେଇଥିଲେ ଦ୍ରୌପଦୀ ମୁର୍ମୁ । ପରେ ଯାଇଥିଲେ ପ୍ରତାପତି ବ୍ରହ୍ମକୁମାରୀ ଆଶ୍ରମ । ଆଜି ରାଇରଙ୍ଗପୁରରୁ ଭୁବନେଶ୍ୱର ଆସିବା ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଜଣେ ଓଡ଼ିଆଙ୍କୁ ଦେଶର ସର୍ବୋଚ୍ଚ ପଦ ପାଇଁ ଏନଡିଏ ପ୍ରାର୍ଥୀ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଓଡ଼ିଶାବାସୀଙ୍କ ପାଇଁ ଗର୍ବର ମୁହୂର୍ତ୍ତ । ଏନେଇ ପ୍ରଧାନମନ୍ତ୍ରୀ ତାଙ୍କ ସହ କଥା ହୋଇଥିଲେ । ମହିଳା ସଶକ୍ତିକରଣ କ୍ଷେତ୍ରରେ ଦ୍ରୌପଦୀ ମୁର୍ମୁ ଅନନ୍ୟ ଉଦାହରଣ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତାଙ୍କୁ ସମର୍ଥନ କରିଛି ବିଜେଡି । ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଦଳ ମତ ନିର୍ବିଶେଷରେ ଓଡ଼ିଶା ମାଟିର ଝିଅଙ୍କୁ ନିର୍ବାଚିତ କରିବା ପାଇଁ ଅପିଲ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆବଶ୍ୟକ ସଂଖ୍ୟକ ନମ୍ବର ଏନଡିଏ ପାଖରେ ନାହିଁ । ବିଜେପି ଓ ସହଯୋଗୀ ଦଳଗୁଡ଼ିକର ୪୮.୯ ପ୍ରତିଶତ ଭୋଟ୍‌ ରହିଛି । ଅଣ-ଏନଡିଏ ଦଳଙ୍କ ପାଖରେ ରହିଛି ୫୧.୧ ପ୍ରତିଶତ ଭୋଟ୍‌ । ଅର୍ଥାତ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ୨.୨ ପ୍ରତିଶତ କମ୍‌ ଭୋଟ୍‌ ରହିଛି । ବିଜେଡିର ସମର୍ଥନ ପରେ ଦ୍ରୌପଦୀ ମୁର୍ମୁ ଜିତିବା ସୁନିଶ୍ଚିତ । କାରଣ ବିଜେଡି ପାଖରେ ଅଛି ୨.୯ ପ୍ରତିଶତ ଭୋଟ୍‌ ।

ନିର୍ବାଚନ ଜିତିଲେ ଦ୍ରୌପଦୀ ମୁର୍ମୁ ହେବେ ଦ୍ୱିତୀୟ ଓଡ଼ିଆ ରାଷ୍ଟ୍ରପତି । କଂଗ୍ରେସ ବିଧାୟକ କହିଛନ୍ତି, ଦଳର ନିଷ୍ପତ୍ତିକୁ ଗ୍ରହଣ କରିବେ । ତେବେ ବର୍ତ୍ତମାନ ଦ୍ରୌପଦୀ ଙ୍କ ଏକମାତ୍ର ଭାଇ ତରଣୀସେନ ଟୁଡୁ ମିଡ଼ିଆ ଆଗରେ ନିଜର କଥା ରଖିଛନ୍ତି । ତେବେ ସେ କହିଛନ୍ତି କି ତାଙ୍କ ଭଉଣୀ ସକାଳ ୩ ଟା ରୁ ଉଠନ୍ତି ଏବଂ ମର୍ଣିଂ ୱାର୍କ କରନ୍ତି ପରେ ଜୁସ ଆଉ ସେକ ପିଅନ୍ତି । ୧୨ ଟା ରେ ଭାତ ଫିର ରାତିରେ ରୁଟି ନ ହେଲେ ଫଳ ଖାଆନ୍ତି ।


ତେବେ ସେ ବହୁତ ସାଧାରଣ ଜୀବନ ଯାପନ କରନ୍ତି ଅବଶ୍ୟ ସେ ନିଜ ସ୍ୱାମୀ ଏବଂ ପୁଅ ଙ୍କୁ ଖୋଜନ୍ତି କିନ୍ତୁ ଭାଙ୍ଗି ନାହାନ୍ତି । ତେବେ ସେ କହିଥିଲେ କି ତାଙ୍କ ଭଉଣୀ କେବେବି ବିରକ୍ତି ହୁଅନ୍ତି ନାହିଁ କିମ୍ବା ରାଗନ୍ତି ନାହିଁ ସେ ବହୁତ ଶାନ୍ତ ଏବଂ ସେ ରାଷ୍ଟ୍ରପତି ଭବନ ଗଲେ ମୁଁ ମଧ୍ୟ ତାଙ୍କ ସହ ଯିବି । ତେବେ ସେ ନିଜ କାର୍ଯ୍ୟ ରେ ସଫଳ ହୁଅନ୍ତୁ ବୋଲି ଆଶା ଏବଂ ଶୁଭକାମନା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *