ପ୍ରେମରେ ଶାରୀରିକ ସଂପର୍କକୁ ନେଇ କିଛି ଏମିତି କହିଲେ Deepika, କହିଲେ ତାଙ୍କୁ ସେକସ ର କେତେ ଆବଶ୍ୟକତା ଅଛି ?

ନମସ୍କାର ବନ୍ଧୁଗଣ ତେବେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁବେଦୀ ଏବଂ ଅନନ୍ୟା ପାଣ୍ଡେଙ୍କ ଅପକମିଂ ଫିଲ୍ମ ‘ଗେହରାଇୟାଁ’ ଏବେ ବହୁତ ଚର୍ଚ୍ଚାରେ। ଶଗୁନ ବାତ୍ରାଙ୍କ ଏହି ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିବା ବେଳେ ଏବେ ଫିଲ୍ମର ରିଲିଜକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଏହି ଫିଲ୍ମର ପ୍ରଥମ ଗୀତ ‘ଡୁବେ’ ରିଲିଜ ହୋଇଛି। ଗତକାଲି ଏହି ଗୀତର ମୋସନ ପୋଷ୍ଟର ରିଲିଜ ହୋଇଥିଲା। ଗୀତରେ ସିଦ୍ଧାନ୍ତ ଓ ଦୀପିକା ଦୁହେଁ ଦୁହିଁଙ୍କ ସହିତ ହଜିଯାଇଥିବା ଦେଖିବାକୁ ମିଳିଛି । ଦୁହିଁଙ୍କର ହଟ୍ କେମେଷ୍ଟ୍ରୀ ଏଥିରେ ଦେଖିବାକୁ ମିଳିଛି।


ତେବେ ଗୀତରେ ଦୀପିକା ଓ ସିଦ୍ଧାନ୍ତଙ୍କର ଷ୍ଟିମି କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଗୀତରେ ଦୀପିକା ଓ ସିଦ୍ଧାନ୍ତ ବାରମ୍ବାର କିସ୍ କରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଦୀପିକା କହିଛନ୍ତି, ଇଣ୍ଟିମେଟ ସିନ୍‌ କରିବା ବିଲକୁଲ ମଧ୍ୟ ସହଜ ନୁହେଁ। କିନ୍ତୁ ଶଗୁନ ବାତ୍ରା ଏହାକୁ କରିପାରିଛନ୍ତି, ଆଉ ଏହାର ସବୁ ଶ୍ରେୟ ମଧ୍ୟ ତାଙ୍କର।

ଅନନ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ପ୍ରଥମ ଗୀତ ‘ଡୁବେ’ର ମୋସନ ଭିଡିଓ ସେୟାର କରିଛନ୍ତି। ଏହି ମୋସନ ପୋଷ୍ଟରେ ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଥିଲେ। ଅଭିନେତ୍ରୀ ମୋସନ ପୋଷ୍ଟର ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଭାଇବ ଚେକ୍‌- ଫଲିଂ ଇନ ଲଭ’।


ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଏହି ଫିଲ୍ମରେ ଏବେକାର ସମ୍ପର୍କର ଜଟିଳତା ଏବଂ ଭିତର ସ୍ତର, ଯୁବକମାନଙ୍କ ଜୀବନର ବିଶେଷ ଦିଗ ଏବଂ ମୁକ୍ତ ଜୀବନଯାପନ କରିବାର ଇଚ୍ଛାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଏହି ପୋଷ୍ଟରେ ଫିଲ୍ମର ପୂରା ଷ୍ଟାରକାଷ୍ଟ ନଜର ଆସିଛନ୍ତି। ପୋଷ୍ଟରକୁ ଦେଖି ଏବେ ଦର୍ଶକଙ୍କ ଫିଲ୍ମ ପ୍ରତି ଉତ୍ସୁକତା ଓ କୌତୁହଳ ବଢ଼ିଯାଇଛି।


ତେବେ ଏହି ଫିଲ୍ମ ର ପ୍ରମୋସନ ବେଳେ ଦୀପିକା ଙ୍କୁ ଶାରୀରିକ ସମ୍ପର୍କ ଉପରେ ପ୍ରଶ୍ନ କରିବାରୁ ସେ ଉତ୍ତର ରେ କହିଥିଲେ କି ଜୀବନ ରେ ଶାରୀରିକ ସମ୍ପର୍କ ଜରୁରୀ କିନ୍ତୁ ଏତେ ବି ଜରୁରୀ ନୁହେଁ ସେ ଏହାକୁ ୧୦ ରୁ ୭ ମାର୍କ ଦେଇଥିଲେ। ତେବେ ସେ କହିଥିଲେ କି ଗୋଟିଏ ସମ୍ପର୍କ ବା ରିଲେସନ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଶ୍ୱାସ ଯେଉଁଠି ବିଶ୍ୱାସ ନଥାଏ ସେଠାରେ ଏସବୁ ରୁ କୌଣସି ମାନେ ନଥାଏ। ତେବେ ସେ ସାହରୁଖ ଙ୍କ ସହ ପଠାନ ଫିଲ୍ମରେ ମଧ୍ୟ ଆଗକୁ ନଜର ଆସିବେ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *