ଆସନ୍ତା 7 ରେ ଖୋଲିବ ରାଜ୍ୟର ସମସ୍ତ School ଓ College, ଦେଖନ୍ତୁ ଏ ନେଇ କଣ କହିଲେ ରାଜ୍ୟର ମୁଖ୍ୟ ଶାସନ ସଚିବ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ବଡ ନିଷ୍ପତ୍ତି ନେଇଛନ୍ତି ସରକାର । ୭ ଫେବୃଆରୀରୁ ରାଜ୍ୟରେ ଅଷ୍ଟମରୁ ଉପରକୁ ସମସ୍ତ କ୍ଲାସ ଖୋଲିବାକୁ ନିଷ୍ପତ୍ତି ନିଆ ଯାଇଛି । ଏହା ସହ କେଜିରୁ ନବମ ଯାଏଁ କ୍ଲାସ ପ୍ରମୋସନ ପରୀକ୍ଷା ମଧ୍ୟ ହେବ । ଏହି ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ଆଧାରରରେ ହେବ । ସେହି ପରି ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ବୋର୍ଡ ବ୍ୟବସ୍ଥା କରିବ ।

ପାଠ ପଢାରେ ହୋଇଥିବା କ୍ଷତିକୁ ଭରଣା ପାଇଁ ହେବ ଅତିରିକ୍ତ କ୍ଲାସ । ତେବେ ସୂଚନାଯୋଗ୍ୟ ଯେ ଆସନ୍ତା ୭ ତାରିଖ ଅର୍ଥାତ ସୋମବାର ଠାରୁ ଖୋଲିବ ସ୍କୁଲ । ରାଜ୍ୟରେ ୭ ତାରିଖରୁ ଖୋଲିବ ସମସ୍ତ ସ୍କୁଲ, କଲେଜ । ଅଷ୍ଟମରୁ ଉପରକୁ ସବୁ କ୍ଲାସ ସୋମବାର ଠାରୁ ଖୋଲିବ । କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ସମସ୍ତ ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆ ଯାଇଛି ।

ତେବେ ଛାତ୍ରଛାତ୍ରୀ ମାନେ ଉଭୟ ଅନଲାଇନ୍ ଏବଂ ଅଫଲାଇନରେ କ୍ଲାସ କରି ପାରିବେ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ତେବେ ସେହିପରି ଫେବୃଆରୀ ୧୪ ତାରିଖରୁ ଖୋଲିବ କେଜିରୁ ସପ୍ତମ ଯାଏଁ ସ୍କଲ । କେଜିରୁ ୯ମ ଯାଏଁ କ୍ଲାସ ପ୍ରମୋସନ୍ ପରୀକ୍ଷା ହେବ । ଏହି ପରୀକ୍ଷା କ୍ଲାସରୁମ ଆସେସମେଣ୍ଟ ଆଧାରରେ ହେବ ।

ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ବୋର୍ଡ ବ୍ୟବସ୍ଥା କରିବ । ଦରକାର ପଡ଼ିଲେ ଖରା ଛୁଟି ଅବଧି କମାଇ ପାଠ ପଢ଼ାଯିବ । ତେବେ କୋଭିଡ୍ କାରଣରୁ ଗତ ଦୁଇବର୍ଷ ଧରି ରାଜ୍ୟରେ ସ୍କୁଲ ବନ୍ଦ ରହିଥିଲା । ଅନେକ ସମୟରେ ଅଳ୍ପ ସମୟ ପାଇଁ ସ୍କୁଲ ଖୋଲିଥିଲେ ହେଁ ପୁଣି ସଂକ୍ରମଣ ବଢ଼ିବା କାରଣରୁ ବନ୍ଦ କରାଯାଇଥିଲା । ଏପରି ସ୍ଥଳେ ଅନଲାଇନରେ ଶିକ୍ଷାଦାନ ଜାରି ରହିଥିଲା ।

ତେବେ ବର୍ତ୍ତମାନ ରାଜ୍ୟରେ ସ୍କୁଲ ବନ୍ଦ ରହିଥିବା ବେଳେ ଅନ୍ୟ ସମସ୍ତ ଅଫିସ, ଫ୍ୟାକ୍ଟ୍ରି, ଘରୋଇ ସଂସ୍ଥା, ସିନେମା ହଲ ଆଦି ଖୋଲିଛି । ସ୍କୁଲ ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ ହାଇକୋର୍ଟ । ତେବେ ସ୍କୁଲ ଖୋଲିବା ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ ହାଇକୋର୍ଟ । ଏବଂ ଆସନ୍ତା ୨ ମାସ ମଧ୍ୟରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ରାଜ୍ୟରେ ବର୍ତ୍ତମାନ ସ୍କୁଲ ବନ୍ଦ ଥିବାବେଳେ ସଂକ୍ରମଣ ୩ ହଜାରକୁ ହ୍ରାସ ପାଇଛି ।

ତେଣୁ ଘରେ ବୋର ହୋଇ ପିଲାମାନେ ବାଧ୍ୟହୋଇ ସପିଂ ମଲ, ସିନେମା ହଲ, ପାର୍କରେ ଭିଡ଼ ଜମାଉଛନ୍ତି । ତୃତୀୟ ଲହର ଫେବୃଆରୀ ମାସ ଶେଷ ସୁଦ୍ଧା ଆସିବା ନେଇ ବିଶେଷଜ୍ଞମାନେ ଚେତାବନା ଦେଇଥିବାରୁ ସେହି ଭୟରେ ଏବେ ସ୍କୁଲ ବନ୍ଦ ରହିଛି । ତେବେ ସଂକ୍ରମଣ ଏବେ ନିମ୍ନମୁଖୀ ହୋଇଥିବାରୁ ସ୍କୁଲ ଖୋଲିବା ନିହାତି ଜରୁରୀ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି । ତେବେ ବର୍ତ୍ତମାନ ସ୍କୁଲ ଏବଂ କଲେଜ ଖୋଲିବାର ନିଷ୍ପତ୍ତି ନିଆ ହୋଇ ଯାଇଛି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *