‘ମୋର ସୌଭାଗ୍ଯ କି Babushan ଙ୍କ ଭଏସ ଦେଲି, ‘Daman’ ଫିଲ୍ମ ଆଜି ସାରା ଭାରତରେ ଯେମିତି…’ Sanketa Mahtre

ଦର୍ଶକ ବନ୍ଧୁ ଏବେ ଦମନ ଫିଲ୍ମକୁ ନେଇ କେବଳ ଓଡିଶା ନୁହେଁ ସାରା ଭାରତରେ ଚର୍ଚ୍ଚା । ଦୀର୍ଘ ଅନେକ ବର୍ଷ ପରେ ଓଡିଆ ଇଣ୍ଡଷ୍ଟ୍ରି ଏକ ଏପରି ଫିଲ୍ମ ଆଣିଛି ଯାହା ଓଡିଆ ଇଣ୍ଡଷ୍ଟ୍ରିର ଭବିଷ୍ୟତ ବଦଳେଇବା ପାଇଁ ଏକ ବଡ କାରଣ ପାଲଟିଛି । କାରଣ ଅନେକ ବର୍ଷ ଧରି ଓଡିଆ ଫିଲ୍ମ ଗୁଡିକ ସାଉଥ ଫିଲ୍ମର କପି ହେଉଥିଲା ତେଣୁ ଲୋକ ମାନେ ଆଉ ଓଡିଆ ଫିଲ୍ମ ଦେଖିବାକୁ ପସନ୍ଦ କରିଲେ ନାହିଁ ।

ହେଲେ ଏହି ଦମନ ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ । ଦମନ ଫିଲ୍ମଟି ଆମ ଓଡିଶାର ଏକ ମାତ୍ର ଫିଲ୍ମ ଯାହା ଆଗାମୀ ଦିନରେ ହିନ୍ଦୀ ଡବିଙ୍ଗରେ ରିଲିଜ ହେବାକୁ ଯାଉଛି । ଭାରତର 500 ହଲରେ ଦମନ ଫିଲ୍ମ ରିଲିଜ ହେବାକୁ ଯାଉଛି । ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ଏହି ଫିଲ୍ମର ହିନ୍ଦୀ ଡବିଙ୍ଗ ଚାଲିଛି । ଫିଲ୍ମର ଡାଇଲାଗ ଆଉ ଗୀତ ଗୁଡିକ ହିନ୍ଦୀ ଡବିଙ୍ଗ ହେବ ଆଉ ଦରକାର ପଡିଲେ କିଛି ସିନ୍ସ ପଲିସ ମଧ୍ୟ ହେବ ।

ଦର୍ଶକ ବନ୍ଧୁ ଏହି ଫିଲ୍ମରେ ବାବୁସାନଙ୍କ ହିନ୍ଦୀ ଭଏସ ଦେବେ ସଙ୍କେତ ମେହେତା । ସଙ୍କେତ ହେଉଛନ୍ତି ଆମ ଭାରତର ଜଣେ ଲୋକପ୍ରିୟ ଭଏସ କଳାକାର । ସେ ଅନେକ ଫିଲ୍ମରେ ନିଜର ଭଏସ ଦେଉଛନ୍ତି । ବନ୍ଧୁଗଣ ସଙ୍କେତ ବାବୁସାନଙ୍କ ଭଏସ ଦେବାକୁ ଯାଉଛନ୍ତି ଆଉ ଏହାରି ମଧ୍ୟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ସଙ୍କେତ କହୁଛନ୍ତି-‘ମୋର ସୌଭାଗ୍ୟ ଅଟେ ଯେ ମୁଁ ଦମନ ଫିଲ୍ମର ମୁଖ୍ୟ ଅଭିନେତା ବାବୁସାନ ମହାନ୍ତିଙ୍କର ଭଏସ ଦେବାକୁ ଯାଉଛି । କିଛି ଦିନ ତଳେ ମୋତେ ସୋସିଆଲ ମିଡିଆରେ ବହୁତ ଲୋକ ମେସେଜ କଲେ ଆଉ କହିଲେ ମୋତେ ଦମନ ଫିଲ୍ମରେ ଭଏସ ଦେବା ଉଚିତ । ଏହା ପରେ ମୁଁ ଦମନ ଫିଲ୍ମ ବିଷୟରେ ଜାଣିବାକୁ ଚେଷ୍ଟା କରିଲି ।

ଏହା ପରେ ମୁଁ ସାମ୍ପଲ ପଠେଇଲି ଆଉ ହଠାତ ଦମନ ଟିମର କଲ୍ ମୋ ପାଖକୁ ଆସିଲା କାମ କରିବା ପାଇଁ । ଆଉ ଆଜି ମୋର ରେକର୍ଡିଙ୍ଗ ଥିଲା । ହିନ୍ଦୀରେ ପ୍ରଥମ ଥର ଏହି ଫିଲ୍ମ ଦେଖିବାର ସୌଭାଗ୍ୟ ମୋତେ ମିଳିଛି । ମୁଁ ବହୁତ ଅଧିକ ଖୁସି ଅଛି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *