ବେଡ ରୁମ୍ ରୁ ବାହାରିଲେ ଶତାଧିକ ନାଗ ଛୁଆ (Baby Cobras), ଯାହାକୁ ଦେଖିଲେ ଆପଣଙ୍କ ରାତିର ନିଦ ହଜିଯିବ…

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନାଗ ସାପ ନିଶ୍ଚୟ ଦେଖିଥିବେ । ଆମ ହିନ୍ଦୁ ଧର୍ମରେ ନାଗ ସାପକୁ ଅତି ପୂଜନୀୟ ମାନା ଯାଏ ।

କାରଣ ନାଗ ସାପକୁ ଆମ ହିନ୍ଦୁ ପୁରାଣ ଅନୁସାରେ ଭଗବାନ ଶିବ ସବୁବେଳେ ନିଜ ବେକରେ ଧାରଣ କରିଥାନ୍ତି । ତେଣୁ ଆଦିମ ଯୁଗରୁ ନାଗ ସାପ ଦେଖିଲେ ଲୋକ ମାନେ ପୂଜା କରିବା ସହ କ୍ଷୀର ପିଇବାକୁ ଦେଇଥାନ୍ତି । ହେଲେ ବନ୍ଧୁଗଣ ଏହି ନାଗ ସାପ ଯେତିକି ପୂଜନୀୟ ସେତିକି ଘାତକ ମଧ୍ୟ ହୋଇଥାଏ । ଯଦି ନାଗ ସାପ କାହାକୁ ଚୋଟ ମାରିବ ତା ହେଲେ ସେହି ମଣିଷ ମାତ୍ର କିଛି ମିନିଟ ମଧ୍ୟରେ ନିଜର ପ୍ରାଣ ହରାଇବ ।

ଭାରତରେ ସାପ ମାନଙ୍କୁ ଉଦ୍ଧାର କରି ଜଙ୍ଗଲରେ ଛାଡିବା ପାଇଁ ଅନେକ ସାପ ଧରାଳି ମାନେ ରହିଛନ୍ତି । ଆଜି ବି କେଉଁଠି ଯଦି ସାପ ବାହାରେ ତେବେ ଆପଣ ଏହି ସାପ ଧରାଳି ମାନଙ୍କୁ ସୂଚନା ଦେଲେ ସେମାନେ ଆସି ସାପକୁ ଉଦ୍ଧାର କରିବେ । ଆମ ଓଡିଶାରେ ମଧ୍ୟ ଏଭଳି ଜଣେ ପ୍ରକ୍ଷାତ ସାପ ଧରାଳି ଅଛନ୍ତି ଆଉ ତାଙ୍କର ନାମ ହେଉଛି ମିର୍ଜା ଆରିଫ ।

ମିର୍ଜା ଆରିଫ ଆମ ଓଡିଶାର ଅନେକ ସ୍ଥାନକୁ ଯାଇ ସାପ ମାନଙ୍କୁ ଉଦ୍ଧାର କରନ୍ତି । ତେବେ ଗତ କିଛି ସମୟ ହେବ ମିର୍ଜାଙ୍କର ଏକ ସାପ ଉଦ୍ଧାର ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମିର୍ଜା ଏକ ଘରକୁ ସାପ ଉଦ୍ଧାର କରିବାକୁ ଯାଇଛନ୍ତି । ଏହି ଘର ତଳେ ଅନେକ ସଂଖ୍ୟାରେ ନାଗ ଛୁଆ ଉଦ୍ଧାର କରିଛନ୍ତି ମିର୍ଜା । ନାଗ ଛୁଆଙ୍କ ସହ ଅନେକ ନାଗ ଅଣ୍ଡା ମଧ୍ୟ ଉଦ୍ଧାର କରିଛନ୍ତି ।

ଆପଣ ମାନେ ସମସ୍ତେ ଏତେ ନାଗ ଛୁଆଙ୍କୁ ଦେଖି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ । ଥରେ ଭାବନ୍ତୁ ଦର୍ଶକ ବନ୍ଧୁ ଯଦି ସେହି ନାଗ ଛୁଆ ଗୁଡିକ ବଡ ହେଇଯାଇଥାନ୍ତେ ତା ହେଲେ ସେହି ଘରେ ଥିବା ଲୋକ ମାନଙ୍କର ଅବସ୍ଥା କଣ ହେଇଥାନ୍ତା । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *