‘ଚଉଠି ରାତିରେ ମୋ ଧର୍ମପତ୍ନୀ କଣେଇ କି ମୋ ବଡ଼ବଡ଼ ଦାନ୍ତକୁ ଦେଖିବା ପରେ କହିଲେ…’: ଅଭିନେତା Asrumochan Mohanty

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କୁ ନିଶ୍ଚୟ ଜାଣିଥିବେ । ଅଶ୍ରୁମୋଚନ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ଚଳଚିତ୍ର କରିଛନ୍ତି ଏବଂ ତାଙ୍କର ଜବରଦସ୍ତ ଅଭିନୟକୁ ଦେଖିବା ପାଇଁ ଓଡିଶାବାସୀ ବେସ ପସନ୍ଦ ବି କରନ୍ତି । ବନ୍ଧୁଗଣ ଅଶ୍ରୁମୋଚନ ନିଜର ଜବରଦସ୍ତ ଅଭିନୟ ପାଇଁ ଅନେକ ପୁରସ୍କାର ବି ସମ୍ମାନିତ ହୋଇଛନ୍ତି ।

ତେବେ ଏହାରି ମଧ୍ୟରେ ଅଶ୍ରୁମୋଚନଙ୍କର ଏକ ସାକ୍ଷାତ୍କାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସାକ୍ଷାତ୍କାରରେ ସେ ନିଜର ବ୍ୟକ୍ତିଗତ ଜୀବନୀ ବିଷୟରେ କହିଛନ୍ତି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଅଶ୍ରୁମୋଚନ ଏହି ସାକ୍ଷାତ୍କାରରେ କହିଛନ୍ତି-‘ଶ୍ରୀରାମ ପଣ୍ଡାଙ୍କ ସହ ମୁଁ ବହୁତ ମିଶିଛି । ମୁଁ ଏହି ଚାଳ ଘରେ ରହୁଥିଲି ଆଜ୍ଞା ସେ ଶାସ୍ତ୍ରୀ ନଗରରେ ରହୁଥିଲେ ସକାଳ ହେବା ମାତ୍ରେ ତାଙ୍କ ବୁଲେଟ ଆସି ଲାଗିବ ମୋତେ କହିବେ କଣ କରୁଛୁ ଚାହା ବନେଇବୁ ମୁଁ କହିବି ମତେ ଆସେନି ଆଜ୍ଞା । ସେ କହିବେ ଚାହା ପିବୁ ମୁଁ ମନା କରେ ସେ କୁହନ୍ତି ତୁ ବସ ଗାଡିରେ ।

ବହୁତ ଜାଗା ବୁଲେଇବେ ତାଙ୍କ ସାଙ୍ଗ ମାନଙ୍କୁ ଦେଖା କରିବେ ତା ପରେ କହିବେ ଦେଖିଲୁ କେତେ ସାଙ୍ଗ ମୋର । ମୁଁ କହିବି ମୋତେ କାହିଁକି ଦେଖେଇଲେ । ସେ କହିବେ ତୁ ମୋର ଆସିଷ୍ଟାଣ୍ଟ ହେବୁ ଟି । ମୁଁ କହେ ମୋର ଆସିଷ୍ଟାଣ୍ଟ ହେବି ଯେ ହେଲେ ମୋର କାମ ଅଛି ଟି । ଶ୍ରୀରାମ ଭାଇ ଦେଖନ୍ତୁ ମୁଁ ବହୁତ କଷ୍ଟ କରେ ମତେ କୁହନ୍ତି ତୁ ନାଁ କମେଇବୁରେ ବ୍ୟସ୍ତ ହନି । ଶ୍ରୀରାମ ଭାଇ ମତେ ବହୁତ ଭଲ ପାନ୍ତି ।

ମୋର ବାହାଘର ବେଳେ ମୁଁ କିଛି ଖୋଜୁ ନଥିଲି ବାପା ଖୋଜୁ ଥିଲେ ଘରୋଇ ଝିଅ ଟିଏ ଶିକ୍ଷିତ ଝିଅ ଟିଏ । ବାହାଘର ହେଲା ଥରେ ଚଉଠି ରାତିରେ ସେ ମୋତେ ଗଳିକି ଏମିତି ଚାହୁଁ ଛନ୍ତି । ମୁଁ କହିଲି କଣ ହେଲା ଏମିତି ଅନାଉଛ ମତେ କହିଲେ ନାହିଁ ମତେ ସମସ୍ତେ କହୁଥିଲେ ତମର ଦାନ୍ତ ବଡ ବଡ ମୁଁ ଟିକେ ଦେଖୁ ଥିଲି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଶ୍ରୁମୋଚନ କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *