ଦର୍ଶକ ବନ୍ଧୁ ସୁନାକୁ ନେଇ ଆସିଛି ଏକ ବଡ ନିୟମ । ତେବେ ଏହି ନିୟମ ଏପ୍ରିଲ 1ରେ ଲାଗୁ ହେବାକୁ ଯାଉଛି । ତେବେ ଏହି ନୂଆ ନିୟମ ଅନୁସାରେ ଆପଣ କେବଳ ହଲମାର୍କ ସୁନା କିଣିବେ । ଯଦି ଆପଣଙ୍କ ଘରେ ସୁନା ଅଛି ତେବେ ଆପଣ ବିକ୍ରି କରିପାରିବେ ନାହିଁ କାରଣ ସେଥିରେ କୌଣସି ହଲମାର୍କ ନାହିଁ । ବନ୍ଧୁଗଣ ଏମିତିରେ ଏହି ନିୟମ ଆପଣ ମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟି ଥିବ। ଯଦି ଆପଣ ସୁନା ବିକ୍ରି କରିବାକୁ ଚାହୁଁ ଛନ୍ତି ତେବେ ସେଥିରେ ହଲମାର୍କ ଚିହ୍ନ ରହିବା ଆବଶ୍ୟକ ।
ଏଇଠି ପ୍ରଶ୍ନ ଉଠୁଛି ଆପଣଙ୍କ ଘରେ ପୁରୁଣା ସୁନା ଅଛି କି ଯଦି ଅଛି ତା ହେଲେ ଆପଣ କଣ କରିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କର ଏହି ପ୍ରଶ୍ନର ଉତ୍ତର ଦେବୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଯେବେ ବି ଲୋକ ମାନେ ସୁନା କିଣନ୍ତି ସେମାନେ କେବେ ନା କେବେ ତାହା ବିକ୍ରି କରିଥାନ୍ତି ଆଉ ସେତେବେଳେ ଭାବନ୍ତି ଆମକୁ ସେହି ସୁନାର ଉଚିତ ମୂଲ୍ୟ ମିଳିବ ନା ନାହିଁ ।
ହେଲେ ଏବେ ତ ଏହି ନୂଆ ନିୟମ ଅନୁସାରେ ଆପଣ ପୁରୁଣା ସୁନା ବିକ୍ରି ହିଁ କରିପାରିବେ ନାହିଁ । କାରଣ ହଲମାର୍କ ବିନା ସୁନାର କୌଣସି ଗାରେଣ୍ଟି ନାହିଁ । ହେଲେ ଯଦି ଆପଣଙ୍କ ପାଖରେ ହଲମାର୍କ ସୁନା ଅଛି ତା ହେଲେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆପଣ ତାକୁ ବିକ୍ରି କଲେ ଆପଣଙ୍କୁ ସଠିକ ମୂଲ୍ୟ ମିଳିବ ।
ତେଣୁ ଯଦି ଆପଣଙ୍କ ପାଖରେ ପୁରୁଣା ସୁନା ଅଛି ତା ହେଲେ ବି ଆପଣ ଚିନ୍ତା କରନ୍ତୁ ନାହିଁ ଆପଣ ସେହି ସୁନାର ହଳମର୍କ କରି ଉଚିତ ମୂଲ୍ୟରେ ତାହା ବିକ୍ରି କରିପାରିବେ । ଆପଣଙ୍କୁ ପୁରୁଣା ସୁନା ହଲମାର୍କିଂ କରିବାକୁ ହେଲେ 35 ଟଙ୍କା ଚାର୍ଜ ଦେବାକୁ ପଡିବ । ଏହା ସହ ଆପଣଙ୍କୁ ଏହାର ଜିଏସଟି ଚାର୍ଜ ମଧ୍ୟ ଦେବାକୁ ପଡିବ ।
ମିଡିଆ ରିପୋର୍ଟସ ଅନୁସାରେ ଆପଣ 200 ଟଙ୍କାରେ ନିଜର ପୁରୁଣା ସୁନାକୁ ହଲମାର୍କିଂ କରିପାରିବେ । ଆପଣ ଚାହିଁଲେ ଆପଣଙ୍କ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ହେଲେ ଏଥିପାଇଁ ବି ଆପଣଙ୍କୁ ଜିଏସଟି ଦେବାକୁ ପଡିବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।