Bollywood ର ଏହି 5 ଜଣ ଷ୍ଟାର ବୃଦ୍ଧ ବୟସରେ ବି କରିଛନ୍ତି ବିବାହ, ନମ୍ବର 4 ତ ନିଜ ୭୦ ତମ ଜନ୍ମ ଦିନରେ କରିଥିଲେ ବିବାହ

ନମସ୍କାର ବନ୍ଧୁଗଣ ତେବେ ପ୍ରେମର କୌଣସି ବୟସ ନ ଥାଏ ଏପରି କଥା ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଯେବେ ମଣିଷକୁ ସଚ୍ଚା ପ୍ରେମ ମିଳିଯାଏ ତେବେ ବିଭା କରିବା ପାଇଁ ଅପେକ୍ଷା କରିବା ଉଚିତ ନୁହେ । କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ପ୍ରଥମ ବିବାହ ତିଷ୍ଠି ନ ପାରିବାରୁ ସେମାନେ ଦ୍ଵିତୀୟ ବିବାହ କରିଥାନ୍ତି । ଆଜି ଆମେ ବଲିଉଡର ଏମିତି କିଛି କଳାକାରଙ୍କ ବିଷୟରେ କହିବାକାଉ ଯାଉଛୁ ଯେଉଁମାନେ ବୃଦ୍ଧାବସ୍ଥାରେ ସାତ ଫେରା ନେଇ ବିବାହ କରିଛନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଯେଉଁ ମାନଙ୍କ ବୟସ ରେ ବହୁତ ତଫାତ ରହିଛି । ବନ୍ଧୁଗଣ ଆପଣ ମାନେ ତ ଅଧିକାଂଶ ଦେଖିଥିବେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରାୟ ଅଭିନେତା ଏବଂ ଅଭିନେତ୍ରୀ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ବୟସ ସୀମା ର ପାର୍ଥକ୍ୟ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ।

୧- ପ୍ରଥମରେ ହେଉଛନ୍ତି ସେଫ ଅଲ୍ଲୀ ଖାନ । ସେଫ ଅଲ୍ଲୀ ଖାନ ୪୦ ବର୍ଷ ପରେ କରିନା କପୁରଙ୍କ ସହ ମ୍ୟାରେଜ କରିଥଲେ । କରିନା ବୟସରେ ୧୩ ବର୍ଷ ସେଫଙ୍କ ଠାରୁ ସାନ ଅଟନ୍ତି । ସେଫ ପ୍ରଥମେ ଅମୃତା ସିଂଙ୍କ ସହ ବିବାହ କରିଥିଲେ ଯିଏ ତାଙ୍କ ଠାରୁ ୧୨ବର୍ଷ ବଡ ଥିଲେ ।


୨- ଦ୍ଵିତୀୟ ରେ ହେଉଛନ୍ତି ନିନା ଗୁପ୍ତା । ବଲିଉଡର ଜଣାଶୁଣା ଅଭିନେତ୍ରୀ ନେନା ଗୁପ୍ତା ୪୬ବର୍ଷରେ ଦିଲ୍ଲୀର ବିବେକ ମେହେରାଙ୍କ ସହ ମ୍ୟାରେଜ ଜରିଛନ୍ତି । ବିବେକ ଓ ନେନାଙ୍କର ଆମେରିକାରେ ବିବାହ ହୋଇଥିଲା । ବିବେକ ସିଓ ଭାବେ କାମ କରନ୍ତି । ନେନାଙ୍କର ପୂର୍ବ କ୍ରିକେଟର ବିବିୟନ ରିଚର୍ଡ୍ସଙ୍କ ସମ୍ପର୍କ ଥିଲେ ମଧ୍ୟ ଦୁହେଁ ମ୍ୟାରେଜ କରି ନ ଥିଲେ ।


୩- ତୃତୀୟ ରେ ହେଉଛନ୍ତି ଊର୍ମିଳା ମାତୋଣ୍ଡକର । ବଲିଉଡରେ ୯୦ ଦଶକରେ ଊର୍ମିଳା ମାତୋଣ୍ଡକର ନିଜର ଅଭିନୟ ଓ ଡ୍ୟାନ୍ସ ପାଇଁ ଖୁବ ଚର୍ଚ୍ଚାରେ ରହିଥିଲେ । ବଲିଉଡର ରଙ୍ଗିଲା ଗାର୍ଲ ୪୩ ବର୍ଷରେ ତାଙ୍କ ଠାରୁ ୯ ବର୍ଷ ଛୋଟ ମୋହସିନ ଅଖତିୟାରଙ୍କ ସହ ବିବାହ କରିଥିଲେ । ମୋହସିନ କାଶ୍ମୀରରେ ରୁହନ୍ତି । ସେ ଜଣେ ବ୍ୟବସାୟୀ ଓ ମଡ଼େଲର ଅଟନ୍ତି ।


୪- ଚତୁର୍ଥ ରେ ହେଉଛନ୍ତି କବୀର ବେଦୀ । କବୀର ବେଦୀଙ୍କ ମ୍ୟାରେଜ ବହୁତ ଚର୍ଚ୍ଚାରେ ରହିଥିଲା । ସେ ୭୦ ବର୍ଷରେ ତୃତୀୟ ଥର ବିବାହ କରିଥିଲେ । ସେ ତାଙ୍କର ୭୦ତମ ଜନ୍ମ ଦିବସରେ ନିଜ ବନ୍ଧୁ ପରବୀନ ଦୁସାଞ୍ଜଙ୍କ ସହ ମ୍ୟାରେଜ କରିଥିଲେ । ପରବିନ କବୀରଙ୍କ ଠାରୁ ୨୮ ବର୍ଷ ସାନ ହୋଇଥିବାରୁ ଏମାନଙ୍କ ମ୍ୟାରେଜକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।


୫- ପଞ୍ଚମରେ ହେଉଛନ୍ତି ପ୍ରୀତି ଜିନ୍ଟା । ବଲିଉଡର ଡିମ୍ପଲ ଗାର୍ଲ ପ୍ରୀତି ଜିନ୍ଟା ୪୦ବର୍ଷରେ ଆମେରିକାର ବ୍ୟବସାୟୀ ଗୁଡଇନକଙ୍କ ସହ ମ୍ୟାରେଜ କରିଥିଲେ । ପ୍ରୀତି ନିଜ ସ୍ବାମୀଙ୍କ ଠାରୁ ୧୦ବର୍ଷ ବଡ ଅଟନ୍ତି । ଦୁହେଁ ବିବାହ ପୂର୍ବରୁ ରିଲେସନରେ ଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *