ବନ୍ଧୁଗଣ କିନ୍ନର ମାନଙ୍କ ଜୀବନୀ ବହୁତ କଷ୍ଟ ଦାୟକ ହୋଇଥାଏ ଆଉ ଆପଣ ମାନେ ଏହା ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ଦୁନିଆରେ ଥିବା କିନ୍ନର ମାନଙ୍କୁ ତାଙ୍କ ପରିବାର ଆଉ ଏ ସମାଜ ଗ୍ରହଣ କରି ନଥାନ୍ତି । ସେମାନେ କେଉଁଠି ଭିକ ମାଗି ତ କେଉଁଠି ଦେହ ବେପାର କରି ଚଳି ଥାନ୍ତି । ବନ୍ଧୁଗଣ ଏମିତିରେ କିଛି ଏଭଳି କିନ୍ନର ଅଛନ୍ତି ଯେଉଁ ମାନେ ନିଜ ଜୀବନରେ କିଛି ବଡ କରି ଦେଖାଇ ଥାନ୍ତି ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସାଧନା ମିଶ୍ର ।
ଆପଣ ମାନେ ସମସ୍ତେ ସାଧନା ମିଶ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସାଧନା ଗତ କିଛି ଦିନ ତଳେ ଏକ ସାକ୍ଷାତ୍କାର ଦେଇଥିଲେ । ସେହି ସାକ୍ଷାତ୍କାରରେ ସାଧନା ନିଜ ମନର କଥା ସବୁ କହିଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ସାଧନା ନିଜର ଏହି ସାକ୍ଷାତ୍କାର ଭିଡିଓରେ ବହୁତ ଇମୋସନାଲ ହେଇଯାଇଛନ୍ତି । ସାଧନା କହିଛନ୍ତି-‘ମୁଁ ଟିକେ ଅନଲକି ଏହି ଲଭ ଆଉ ଭଲ ପାଇବା ମାମଲାରେ । ହଁ ଏମିତି କିଛି ମଣିଷ ମୋ ଲାଇଫକୁ ଆସିଛନ୍ତି ଯେଉଁ ମାନେ କି ମୋର ଭାବନା ସାଙ୍ଗରେ ଖାପ ଖୁଆଇ ପାରି ନାହାନ୍ତି ବୋଧେ । ମନର ମଣିଷ ଟିଏ ଆଜି ପର୍ଯ୍ୟନ୍ତ ମୋତେ ମିଳି ନାହାନ୍ତି । ଯେଉଁ ମାନେ ବି ଥିଲେ ଗୋଟେ ସମୟରେ ଆସିଛନ୍ତି ଆଉ ଭଲ ବନ୍ଧୁ କେତୋଟି ହୋଇଛନ୍ତି ।
ଗୋଟେ ସମୟରେ ମୁଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲି କାରଣ ଗୋଟେ ସମୟରେ ମୋତେ ଭଲ ପାଇବାର ଅନୁଭୃତି ହୋଇଥିଲା । ହେଲେ ସେ ମଣିଷ ମୋତେ ବିନା କାରଣରେ ଛାଡି ଦେଇଥିଲା । ଭଲ ପାଇବାରେ କିଛି ଲୋକ ମୋ ଭାବନା ସହ ଖେଳି ଛନ୍ତି । କିସ ଭଳି ଏକ ବିଶ୍ଵର ଆଦିବାସୀ ସଂସ୍ଥା ବିଶ୍ଵର ପ୍ରଥମ ଆଦିବାସୀ ବିଶ୍ଵ ବିଦ୍ୟାଳୟରେ ମୋର ନିଯୁକ୍ତି ହୋଇଥିଲା ।
ସେଠାରେ 10 ହଜାର ଷ୍ଟାଫଙ୍କ ସହ ମୁଁ ଥିଲି । ହେଲେ କେବେବି ମୋତେ ଅନୁଭବ ହେଇନି ଯେ ମୁଁ ଟ୍ରାନ୍ସ ଜେଣ୍ଡର ବୋଲି । ସେଇଠି ପିଲା ମାନେ ମୋତେ ମା ଡାକନ୍ତି ଆଉ ସେବେ ମୁଁ ଜାଣିଲି ମା ହେବା ପାଇଁ ଗର୍ଭାଶୟ ଦରକାର ନାହିଁ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସାଧନା ମିଶ୍ର ନିଜ ମନର କଥା କହିଛନ୍ତି । ତେବେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।