ବନ୍ଧୁଗଣ, ଯାତ୍ରା ଅଭିନେତ୍ରୀ ପୂଜା ପଣ୍ଡା କହିଛନ୍ତି ଯେ, ଆଙ୍କରିଙ୍ଗ ଲାଇନ ରେ ଏଟା ମୋର ଫାଷ୍ଟ । କଳା ମନ୍ଦିରରେ ପ୍ରଥମେ ମୁଁ ଆଗରୁ ଡ୍ୟାନ୍ସର ଥିଲି । ଆଗେ ତୁଳସୀ ଗଣନାଟ୍ୟ ରେ ଡ୍ୟାନ୍ସ କରୁଥିଲି, ଏହାପରେ କୋଣାର୍କ ରେ ଡ୍ୟାନ୍ସ କଲି, କୋଣାର୍କ ପରେ ଏବେ କଳା ମନ୍ଦିର, ତୁଳସୀରେ ୪ ବର୍ଷ ହୋଇଯାଇଛି ଏବଂ କୋଣାର୍କ ରେ ୨ ବର୍ଷ ଏବଂ ଏହାପରେ କୋରୋନା ହେତୁ ସବୁକିଛି ବଦଳିଗଲା । ମାତ୍ର ଆମ୍ଭଠାରୁ ବେସୀ ଦୁଃଖ ପାଇଛନ୍ତି ଟେଣ୍ଡ ପିଲା । ୨ ବର୍ଷ ଘରେ ରହିବା ପରେ ୬ ମାସ ତଳେ ଯେତେବେଳେ ସ୍ଟେଜ କୁ ଗଲି ବହୁତ କାନ୍ଦ ଲାଗିଲା ।
ପ୍ରଥମ ସ୍ଟେଜ ବହୁତ କାନ୍ଦିଲୁ । ମାତ୍ର ଆଗକୁ ଶୁଣିବାକୁ ମିଳୁଛି ଯେ ଛୋଟପିଲାଙ୍କର କୋରୋନା ଭଳି ମାରାତ୍ମକ ରୋଗ ପୁଣି ଆସିବାକୁ ଯାଉଅଛି ଏଣୁ ବହୁତ ଭୟ ଲାଗୁଛି । ପୂଜା ପଣ୍ଡା କହିଲେ ମୋ ପରିବାର ଲୋକେ ଯାତ୍ରା କୁ କେହି ପସନ୍ଦ କରୁ ନଥିଲେ ମାତ୍ର ମୁଁ ଆମ୍ଭ ଘରର ଆର୍ଥିକ ପରିସ୍ଥିତି କାରଣରୁ ଏହି ଲାଇନ କୁ ଆସିଲି । ବାପା ମୋ ଉପରେ ରାଗିଲେ ମାତ୍ର କ୍ରମେ ସେ ମୋ ଯାତ୍ରା ଦେଖି ବହୁତ ଖୁସି ହେଲେ ।
ମୁଁ ବାହା ହୋଇଛି ମାତ୍ର ଏବେ ମୋ ସ୍ଵାମୀ ମୋ ପାଖରେ ନାହାଁନ୍ତି । କରୋନା ମାଡ ଯେତେବେଳେ ପଡିଲା, ମୁଁ ଭଲପାଇନ ଘରୁ ପଳାଇ ଆସିଥିଲି । ଆଜିକା ଯୁଗର ଛୁଆ ମୁଁ ବାପା ମା’ ଙ୍କ କଥା ବୁଝିଲିନି କିଛି । ବାପା ମା’ କହିଲେ କାହିଁ ଏଭଳି କରୁଛୁ ଭଲ ନୁହେଁ ଏ ସବୁ । ମାତ୍ର ମୁଁ ମାଲିଲିନି ପଳାଇ ଆସିଲି ଘରୁ ।
କୋରନା ସମୟରେ ମୋ ସ୍ଵାମୀ ଛୋଟ ଡ୍ରେସ ପିନ୍ଧି ଟ୍ରକ ରେ ନାଚିବା ପାଇଁ ନେଇଥିଲେ ମାତ୍ର ତାକୁ ଦେଖି ମୁଁ ଡଋଗଲି । କାରଣ ସେ ଜାଗା ମୋ ପାଇଁ ଠିକ ନଥିଲା । ଏହାପରେ ମୁଁ ଗର୍ଭବତୀ ହେଲି । ମୋର ଝିଅଟିଏ ମୋ ବାପା ଘରେ ଜନ୍ମ ହେଲା କାରଣ ଶାଶୁ ଶଶୁର ଭଲ ନଥିଲେ । ଏହାପରେ ମୋ ସ୍ଵାମୀ ଙ୍କୁ ଡାକିଲି ସେ ଆସି ଦେଖାକଲେ ଝିଅ କୁ ଆଉ ମତେ, ଏବଂ କହିଲେ ଯେ ଭଲ ହେବ ଆମ୍ଭେ ଅଲଗା ହୋଇଯିବା ।
ମାତ୍ର ଆମ୍ଭେ ଜୀବନ ସାରା ପାଇଁ ହାତ ଧରି ଶାଶୁଘରକୁ ଯାଇଥାଉ କିନ୍ତୁ ସେଠାରେ ହାତ ଧରିଥିବା ସ୍ଵାମୀ ହିଁ ଯଦି ମନକୁ ବୁଝିବନି ତେବେ କିଛି ନ ବୁଝି ନ ସୁଝି ଜଣଙ୍କ ହାତ ଧରି ଯିବା ଟା ମୁର୍ଖାମି ହେବ । ମାତ୍ର ମୁଁ ବହୁତ ଖୁସି ଅଛି ଏବେ ମୋ ଝିଅ କୁ ନେଇ ଏକୁଟିଆ ରହି । ତେବେ ବନ୍ଧୁଗଣ ଏହିଭଳି ନିଜ ମନର କଥା କହିଛନ୍ତି ଯାତ୍ରା ଅଭିନେତ୍ରୀ ତଥା ଡ୍ୟାନ୍ସର ପୂଜା ପଣ୍ଡା ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।