Rahul Rescue Update: ‘ରାହୁଲ ପାଇଁ ଭଗବାନ ଶିବଙ୍କୁ ଡାକିଲେ ଛତିଶଗଡ଼ ପୋଲିସ…‘ଅପରେସନ ରାହୁଲ’ ସଫଳ ହେବା ପାଇଁ…’ ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଛତିଶଗଡ ବୋରୱେଲରେ ଫସିଥିବା ନାବାଳକ ରାହୁଲ ବିଷୟରେ ତ ନିଶ୍ଚୟ ଜାଣିଥିବେ । ଗାତ ଭିତରେ ରାହୁଲ 80 ଘଣ୍ଟାରୁ ଅଧିକ ସମୟ ରହି ସାରିଛି । ଆଜି ପଞ୍ଚମ ଦିନରେ ଅପରେସନ ରାହୁଲ । ଗତ ଶୁକ୍ରବାର ଦିନ ରାହୁଲ ବୋରୱେଲରେ ଫସିଥିଲେ ଆଉ ଆଜି ହେଉଛି ମଙ୍ଗଳବାର । ଏ ପର୍ଯ୍ୟନ୍ତ ବି ରାହୁଲଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ । ହେଲେ ରାହୁଲଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରୟାସ ଜାରି ।

୮୦ ଫୁଟ ଗାତ ତଳେ ଫସି ରହିଛି ରାହୁଲ । ବନ୍ଧୁଗଣ ଆପଣ ମାନେ ଏହି କଥା ବି ନିଶ୍ଚୟ ଜାଣିଥିବେ ଯେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ପଥର ବାଧକ ସାଜିଛି । ଧୀରେ ଧୀରେ ନିସ୍ତେଜ ହେଇ ଯାଉଛନ୍ତି ରାହୁଲ । ଛତିଶଗଡ ଯାଞ୍ଜଗିର ଚମ୍ପା ଜିଲ୍ଲା ଫିରିଡ ଗାଁରେ ଏବେ ଶୋକାକାଳ ପରିବେଶ ସୃଷ୍ଟି ହୋଇଛି । ରାହୁଲର ମା, ବାପା ଓ ସମ୍ପର୍କୀୟ ସମସ୍ତେ ଆବାକ ହୋଇ ଯାଇଛନ୍ତି ।

ରାହୁଲର ପାଖାପାଖି ପହଞ୍ଚିଲେଣି ଉଦ୍ଧାରକାରୀ ଦଳ । ଏବେ ମିଡିଆ ରିପୋର୍ଟସ ଅନୁସାରେ ରାହୁଲର ପାଖାପାଖି ପହଞ୍ଚିଲେଣି ଉଦ୍ଧାରକାରୀ ଦଳ । ଏନଡିଆରଏଫ, ଏସଡିଆରଏଫ, ରୋବୋଟିକ ଟିମ ଓ ଜିଲ୍ଲା ପ୍ରଶାସନ ଏହି ରେସକ୍ୟୁ ଅପରେସନକୁ ଆହୁରି ଜୋରଦାର କରିଛନ୍ତି । ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ।

ତେବେ ବନ୍ଧୁଗଣ ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଦିନ ରାତି ଏକ କରି ସାରିଛନ୍ତି ।  ଏ ସବୁ ଭିତରେ କେବେ ରାହୁଲକୁ ଉଦ୍ଧାର କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ବନ୍ଧୁଗଣ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ରାହୁଲଙ୍କ ଉଦ୍ଧାର ପାଇଁ ଏବେ କେବଳ ଜନସାଧାରଣ ନୁହେଁ ପୋଲିସ ଅଧିକାରୀ ମାନେ ବି ପ୍ରାର୍ଥନା କରୁଛନ୍ତି । ଭାଇରାଲ ହେଉଥିବା ଭିଡିଓରେ ପୋଲିସ କର୍ମୀ ମାନେ ରାହୁଲଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ପୂଜା କରୁଥିବାର ନଜର ଆସୁଛନ୍ତି । ସମସ୍ତେ ହାତ ଯୋଡି ଭଗବାନଙ୍କୁ ଡାକୁ ଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ ଛତିଶଗଡ ପୋଲିସ ଭଗବାନ ଶିବଙ୍କ ପୂଜା ରାହୁଲଙ୍କ ଉଦ୍ଧାର ପାଇଁ କରିଛନ୍ତି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *