Rahul ପାଇଁ ବରଦାନ ସାଜିଲା ଦିବ୍ୟାଙ୍ଗଙ୍କ ଶକ୍ତି, ହେଲେ କିପରି ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ… 

ଯେଉଁ ଶାରୀରିକ ଅକ୍ଷମତା ପାଇଁ ଏହି କୁନି ପିଲାର ବାପ-ମା ଦିନେ ମନ ଊଣା କରୁଥିଲେ ସେହି ଦିବ୍ୟାଙ୍ଗ ଶକ୍ତି ରାହୁଲକୁ ନୂଆ ଜୀବନ ଦେଇଛି । ପିଲା ଦିନରୁ କଥା କହିବାରେ ଆଉ କଥା ଶୁଣିବାରେ ସମସ୍ୟା ଥିଲା ଯାହା ଫଳରେ ରାହୁଲର ମାନସିକ ବିକାଶ ସ୍ଵାଭାବିକ ତୁଳନାରେ ସାମାନ୍ଯ ମନ୍ଥର ଥିଲା ବୋଲି କୁହାଯାଉଛି । ହେଲେ ଏହି ଦୁର୍ବଳତା ଆଜି ରାହୁଲର ଜୀବନ ବଞ୍ଚାଇ ଦେଇଛି । ବିଜ୍ଞାନ କହୁଛି ଯଦି କୌଣସି ଶିଶୁର ଶ୍ରବଣ ଶକ୍ତି ବା ବାଦ ଶକ୍ତିରେ ଦୁର୍ବଳତା ଥାଏ,

ତା ହେଲେ ସେ ଶିଶୁର ଅନ୍ୟ କୌଣସି ନା କୌଣସି ଶକ୍ତି ସ୍ଵାଭାବିକ ଠାରୁ ଆହୁରି ଅଧିକ ଥାଏ ।  ହୁଏତ ସେହି ଶକ୍ତିର ଅଧିକାରୀ ହେଉଛନ୍ତି ରାହୁଲ । ବୋଧେ ଏଥିପାଇଁ ସାହାସର ଶକ୍ତି ଅଧିକ ଥିଲା । ଭୟ କିମ୍ବା ଦୁର୍ବଳତା ରାହୁଲ ପାଖରେ ନଥିଲା । ନହଲେ ପାଞ୍ଚ ଦିନ ଧରି କିଛି ଇଞ୍ଚର ଗାତ ଭିତରେ ରହି କେମିତି ସଂଘର୍ଷ କରିଥାନ୍ତା ରାହୁଲ ।

ବନ୍ଧୁଗଣ ଥରେ ଚିନ୍ତା କରନ୍ତୁ ରାହୁଲଙ୍କ ସ୍ଥାନରେ ଆପଣ କିମ୍ବା ଆମେ ଥିଲେ କଣ ହୋଇଥାନ୍ତା । ଆମେ କଣ ରାହୁଲ ଭଳି ପାଞ୍ଚ ଦିନ ପର୍ଯ୍ୟନ୍ତ ବୋରୱେଲ ଗାତ ଭିତରେ ସଂଘର୍ଷ କରିପାରି ଥାନ୍ତୁ ଅସଲରେ ଆମେ ଧର୍ଯ୍ୟ ହାରି ଥାନ୍ତୁ । ଅନ୍ୟ ପଟରେ ବାହାରେ ଥିବା ହଜାର ହଜାର ଲୋକଙ୍କ ଆଶୀର୍ବାଦ ବି ଏହି କୁନି ପିଲାଟି ଉପରେ ଥିଲା । ଯେଉଁଥିପାଇଁ ବୋଧେ ଭଗବାନ ବି ରାହୁଲକୁ ବଞ୍ଚାଇ ଦେଲେ ।

ବନ୍ଧୁଗଣ ଏଠି ଆମେ କହୁ ରଖୁଛୁ କି ଗତ ଶୁକ୍ରବାର ଠାରୁ ଗତ ମଙ୍ଗଳବାର ପର୍ଯ୍ୟନ୍ତ ବୋରୱେଲରେ ଫସିଥିବା ରାହୁଲ ମୃତ୍ୟୁକୁ ବାଦ ଦେଇ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ପଥର ଚଟାଣର ଛାତି ଚିରି ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ । ବନ୍ଧୁଗଣ ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ନାବାଳକ । ସେ କଥା କହି ପାରେନି କି ଶୁଣିପାରେନି ।

ହେଲେ ବନ୍ଧୁଗଣ ତାର ଧର୍ଯ୍ୟ ଆଉ ସାହାସ ଆଗରେ ହାର ମାନିଲା ମୃତ୍ୟୁ । ପଥରର ଛାତି ଚିରି ସେ ଆଜି ପଦାକୁ ଆସିଛି । ରାହୁଲକୁ ଉଦ୍ଧାର କରିବା ପରେ ସିଧା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ସେଠାରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *