‘ଓଡିଶାକୁ ବହୁତ ବହୁତ ଧନ୍ୟବାଦ, ସେମାନେ ଆମକୁ…’ ଓଡ଼ିଶାକୁ ପ୍ରଶଂସାରେ ପୋତି ପକେଇଲେ ସ୍ଥାନୀୟ ଜିଲ୍ଲାପାଳ, କଣ କହିଲେ ଦେଖନ୍ତୁ Video

ବନ୍ଧୁଗଣ ଏବେ ସମସ୍ତ ସ୍ଥାନରେ କେବଳ ଗୋଟିଏ ଘଟଣାର ଚର୍ଚ୍ଚା ଜୋର ଧରିଛି । ଏହି ଘଟଣାଟି ହେଉଛି ବୋରୱେଲ ଭିତରେ ଫସିଥିବା ରାହୁଲର । ତେବେ ବନ୍ଧୁଗଣ ଗତ ଶୁକ୍ରବାର ଠାରୁ ଗତ ମଙ୍ଗଳବାର ପର୍ଯ୍ୟନ୍ତ ବୋରୱେଲରେ ଫସିଥିବା ରାହୁଲ ମୃତ୍ୟୁକୁ ବାଦ ଦେଇ ଦୀର୍ଘ ୧୦୫ ଘଣ୍ଟା କାଳ ସଂଘର୍ଷ କରି ବିଜୟ ହୋଇଛି । ପଥର ଚଟାଣର ଛାତି ଚିରି ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ ସାହୁ ।

ବନ୍ଧୁଗଣ ରାହୁଲ ହେଉଛି ଏକ ଦିବ୍ୟାଙ୍ଗ ନାବାଳକ । ସେ କଥା କହି ପାରେନି କି ଶୁଣିପାରେନି । ହେଲେ ବନ୍ଧୁଗଣ ତାର ଧର୍ଯ୍ୟ ଆଉ ସାହାସ ଆଗରେ ହାର ମାନିଲା ମୃତ୍ୟୁ । ପଥରର ଛାତି ଚିରି ସେ ଆଜି ପଦାକୁ ଆସିଛି । ରାହୁଲକୁ ଉଦ୍ଧାର କରିବା ପରେ ସିଧା ବିଳାସପୁର ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ସେଠାରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରାଯାଉଛି ।

ସେ ବର୍ତ୍ତମାନ ସୁସ୍ଥ ଥିବ ଅଭିଜ୍ଞ ଡାକ୍ତର ମାନେ କହିଛନ୍ତି । ବର୍ତ୍ତମାନ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥା ସ୍ତିର ଥିବା ବେଳେ ରାହୁଲ ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ରାହୁଲଙ୍କ ବାପା-ମା ତା ପାଖରେ ଥିବା ବେଳେ ରାହୁଲର ସ୍ୱାସ୍ଥ୍ୟ ଉପରେ ବିଶେଷଜ୍ଞ ଡାକ୍ତର ମାନଙ୍କ ନଜର ରହିଛି । ତେବେ ବନ୍ଧୁଗଣ ଛତିଶଗଡ ପ୍ରଶାସନ ଗଣମାଧ୍ୟମ ସାମ୍ନାରେ ଓଡିଶାକୁ ଧନ୍ୟବାଦ ଜଣାଇ ଛନ୍ତି ।

ସେ କହିଛନ୍ତି, ଆପଣ ମାନେ ମୋ ଟିମର ଲୋକ ମାନଙ୍କୁ ଦେଖି ପାରୁଥିବେ ତାଙ୍କ ମୁହଁରେ ଏବେ ଖୁସି ଅଛି । ହେଲେ ତାଙ୍କ ମୁହଁରେ ଆସିଥିବା ଖୁସିର ଶ୍ରେୟ ମୁଁ ଓଡିଶାକୁ ଦେବା ପାଇଁ ଚାହୁଁଛି । ମୁଁ ଓଡିଶାର ଲୋକ ମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ଓଡିଶାର ବଡ ସଂଖ୍ୟାର ଲୋକ ମାନେ ଆମ ସହ ଜଡିତ ରହିଲେ । ଏହି ଅଭିଯାନକୁ ଆପଣ ମାନେ ଲଗାତାର ଓଡିଶାରେ ଦେଖାଇଲେ ।

ଯାହାଫଳରେ ସମସ୍ତ ଲୋକ ପ୍ରାର୍ଥନା କରିଲେ ଆଉ ଆପଣ ମାନଙ୍କ ପ୍ରାର୍ଥନା ପାଇଁ ଏହି ଅଭିଯାନ ସଫଳ ହୋଇଛି । ମୁଁ କେବଳ ଏତିକି କହିବାକୁ ଚାହୁଁଛି ଜୟ ଓଡିଶା ଜୟ ଜଗନ୍ନାଥ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଛତିଶଗଡ ପ୍ରଶାସନ ବିଭାଗ ଓଡିଶାକୁ ଧନ୍ୟବାଦ ଜଣାଇ ଛନ୍ତି । ତେବେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *