ଅଧିକ ଖାଉ ନଥିଲେ ବି ମୋଟା ହୋଇଯାଉଛନ୍ତି କି ? ନିଶ୍ଚୟ ଜାଣି ରଖନ୍ତୁ ଏହି କଥା ! (Mousumi Mishra)

ଆଜିକାଲି ସମସ୍ତେ ବ୍ୟସ୍ତପୂର୍ଣ ଜୀବନଶୈଳୀରେ ରହୁଛନ୍ତି । କିନ୍ତୁ ଏହା ସତ୍ବେ ନିଜ ସ୍ୱାସ୍ଥ୍ୟ ଉପରେ ବି ଧ୍ୟାନ ଦେବା ଉଚିତ । କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଅଳ୍ପ ଖାଇବା ସତ୍ବେ ବି କାହିଁକି କିଛି ଲୋକମାନେ ମୋଟା ହୋଇ ଯାଆନ୍ତି ସେହି ବିଷୟରେ କହିବୁ । ପ୍ରାୟତଃ ମହିଳାମାନେ ଏହା ଅଭିଯୋଗ କରିଥାନ୍ତି କି ଆମର ଖାଇବା ବହୁତ ଅଳ୍ପ ତଥାପି ଆମେ ମୋଟା କାହିଁକି ହୋଇ ଯାଉଛୁ । କହିବାକୁ ଗଲେ ୩୦ ବର୍ଷ ପର୍ଯ୍ୟନ୍ତ ସବୁ ଠିକ ଚାଲିଥାଏ ।

କିନ୍ତୁ ଯେତେବେଳେ ଗୋଟିଏ ମହିଳା ୩୫ ବର୍ଷ ଓ ପୁରୁଷ ୪୦ ବର୍ଷ ପାର କରିଥାନ୍ତି ତେବେ ସେହି ସମୟରେ ବହୁତ ରୋଗ ସେମାନଙ୍କ ଶରୀରରେ ଦେଖାଯାଏ । ପୂର୍ବେ ଆପଣ ଯାହା ବି ଖାଉ ଥିଲେ ହଜମ ହୋଇ ଯାଉ ଥିଲା କିନ୍ତୁ ଏହି ୩୫ ଓ ୪୦ ବର୍ଷ ପାର ହେଲେ ସେହି ଖାଦ୍ୟ ହଜମ ହବ ନାହିଁ । ଏମିତିରେ ଖାଦ୍ୟରେ ସବୁବେଳେ ଦୁଇ ଚାରୋଟି ଜିନିଷ ମିଶାନ୍ତୁ । ସବୁଦିନ ଆପଣ ଏହାକୁ ଖାଆନ୍ତୁ ।

ଯେମିତି କି ଦହି ପାଣି, ଶାଗ ଓ ସାଲାଡ । ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି ତେବେ ଆପଣ ରାତିରେ ବି ସାଲାଡ ଖାଇ ପାରିବେ । ସବୁବେଳେ ଫଳ ଜୁସକୁ ମନା କରନ୍ତୁ ଓ ଫଳ ସେବନ କରନ୍ତୁ । କାରଣ ଫଳରେ ଫାଇବାର ଅଛି । ଭଗବାନ ଆମ ମୁହଁରେ ଦାନ୍ତ ଦେଇଛନ୍ତି ଓ ଏହାର ଉପଯୋଗ କରନ୍ତୁ ।

ଆପଣ ପ୍ରତ୍ୟକ ଖାଦ୍ୟକୁ ସଠିକ ରୂପରେ ଚୋବାଇ ଖାଆନ୍ତୁ । ଆପଣ ଯେତେବେଳେ ଖାଉଛନ୍ତି ତେବେ ଖାଇବା ସମୟରେ ଖାଦ୍ୟ ଉପରେ ଆପଣଙ୍କ ନଜର ଥିବା ଦରକାର । ଟିଭି ଓ ମୋବାଇଲ ଦେଖି ଖାଇବା ଭୁଲ ଅଟେ । କାରଣ ଆପଣଙ୍କ ମନ ଯଦି ଖାଦ୍ୟରେ ଥିବ ତେବେ ଆପଣଙ୍କ ଖାଦ୍ୟ ହଜମ ହବ । ଏହିଭଳି ସବୁ ଛୋଟ ଛୋଟ ଜିନିଷ ଉପରେ ଯଦି ଆପଣ ଧ୍ୟାନ ରଖିବେ ତେବେ ଆପଣଙ୍କୁ ଓଜନ ବଢିବାର କିମ୍ବା ଓଜନ କମ କରିବାର ଟେନସନ ରହିବ ନାହିଁ ।

ସବୁଦିନ ବ୍ୟାୟମ ଓ ଯୋଗ କିମ୍ବା ଦୌଡିବାକୁ ଯାଆନ୍ତୁ । ଆପଣ ଯଦି ବ୍ୟାୟମ ଓ ନିଜର ଖାଦ୍ୟ ଉପରେ କଣ୍ଟ୍ରୋଲ କରୁଛନ୍ତି ତେବେ ଆପଣ ନିଜକୁ ଫିଟ ରଖି ପାରିବ । କହିଦେଉଛୁ କି ଆଜିକାଲି ଯେଉଁ ସବୁ ରୋଗ ହେଉଛି ତାହା ସବୁ ଆପଣଙ୍କ ଖରାପ ଜୀବନଶୈଳୀ ଓ ଆଜିକାଲିର ଖାଦ୍ୟପେୟ ଯୋଗୁ ହୋଇଥାଏ । କେତେକ ରୋଗ ପାଇଁ ଡାକ୍ତର ଅଛନ୍ତି । କିନ୍ତୁ ଯେଉଁ ରୋଗ ସବୁ ଭଉଳ ଜୀବନଶୈଳୀ ଯୋଗୁ ହୋଇଥାଏ ତାକୁ ଠିକ କରିବାକୁ ଚେଷ୍ଟା କରନ୍ତୁ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *