କିଏ ଆଗ ? ବାପା ନା ଦଳ, ଅଡୁଆରେ BJP ସାଂସଦ Jayant Sinha…

ନମସ୍କାର ବନ୍ଧୁଗଣ ତେବେ ରାଜନୀତି ରେ  ଧର୍ମ ସଙ୍କଟ ।  ବିଜେପି ସାଂସଦ ଜୟନ୍ତ ସିହ୍ନା ଏହି ଧର୍ମ ସଙ୍କଟରେ ପଡ଼ିଛନ୍ତି ।  ରାଷ୍ଟ୍ରପତି ନିର୍ବାଚନରେ ସେ କାହାକୁ ଭୋଟ୍‌ ଦେବେ, ତାକୁ ନେଇ ଏବେ ସେ ଧର୍ମ ସଙ୍କଟରେ ପଡ଼ି ଯାଇଛନ୍ତି ।  ବାପାଙ୍କୁ ନା ପାର୍ଟିକୁ ?  ପରିବାର ଓ ପାର୍ଟି ମଧ୍ୟରେ ସେ କାହାକୁ ବାଛିବେ ? ଗୋଟିଏ ପଟେ ଜୟନ୍ତ ସିହ୍ନାଙ୍କ ବାପା ଯଶଓ୍ୱନ୍ତ ସିହ୍ନା ବିରୋଧୀ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ନିଜ ଦଳ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରି । ତେବେ ରାଷ୍ଟ୍ରପତି ନିର୍ବାଚନ ନେଇ ଉଭୟ ପଟୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ଏନଡିଏ ମେଣ୍ଟ ତରଫରୁ ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପଦୀ ମୁର୍ମୁର୍ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନ୍ନୀତ କରାଯାଇଥିବା ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ବିରୋଧୀ ମେଣ୍ଟ ୟଶବନ୍ତ ସିହ୍ନାଙ୍କ ନାମ ଘୋଷଣା କରିଛି । ବିରୋଧୀ ମେଣ୍ଟ ତରଫରୁ ୟଶବନ୍ତ ସିହ୍ନାଙ୍କ ନାମ ଘୋଷଣା ପରେ ଅଡୁଆରେ ପଡିଛନ୍ତି ୟଶବନ୍ତଙ୍କ ପୁଅ ଜୟନ୍ତ ସିହ୍ନା । କାରଣ ଜୟନ୍ତ ଏବେ ବିଜେପି ଟିକେଟରୁ ସାଂସଦ ଅଛନ୍ତି ।

ସେପଟେ ୨୦୧୪ ରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ କରିବା ପରେ ଜୟନ୍ତ ସିହ୍ନାଙ୍କୁ ମନ୍ତ୍ରୀପଦ ମିଳିଥିଲା । ହେଲେ ତାଙ୍କ ପୂର୍ବରୁ ବାଜପେୟୀଙ୍କ ସରକାର ସମୟରେ ପିତା ୟଶବନ୍ତ ସିହ୍ନା କେନ୍ଦ୍ରମନ୍ତ୍ରୀ ଭାବେ ବି କାର୍ଯ୍ୟ କରିସାରିଛନ୍ତି । ହେଲେ ୨୦୧୪ ରେ ମୋଦୀ ସରକାର ଗଠନ ହେବା ପରେ କୌଣସି କାରଣରୁ ୟଶବନ୍ତ ବିଜେପିରୁ ଇସ୍ତଫା ଦେଇଥିଲେ ।

୨୦୨୨ ରେ ସେ ମମତା ବାନାର୍ଜୀଙ୍କ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ତେବେ ସେପଟେ ଏନଡିଏ ତରଫରୁ ଦୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ଜୟନ୍ତ ସିହ୍ନା ଏହାକୁ ସ୍ୱାଗତ କରିଛନ୍ତି । ଏହାସହ ସେ କହିଛନ୍ତି କି, ଦୌପଦୀ ମୁର୍ମୁ ଜଣେ ନିସ୍ୱାର୍ଥପର ମଣିଷ । ସେ ଆଦିବାସୀଙ୍କ ବିକାଶ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଏହାସହ ଦୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ତେବେ ଅନ୍ୟପଟେ ତାଙ୍କ ପିତା ୟଶବନ୍ତ ସିହ୍ନାଙ୍କୁ ବିରୋଧୀ ମେଣ୍ଟ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନେଇ ଜୟନ୍ତ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି କି ଏହି ପାରିବାରିକ ସଂପର୍କକୁ ରାଜନୀତିର ରଙ୍ଗ ଦିଆ ନଯାଉ । ମୁଁ ଜଣେ ବିଜେପି କର୍ମୀ ସହ ଜଣେ ସାଂସଦ ଭାବେ ଦଳର ନିଷ୍ପତ୍ତିକୁ ସମ୍ମାନ ଦେବି ବୋଲି ସେ କହିଛନ୍ତି । ତେବେ ଯଶଓ୍ୱନ୍ତ ସିହ୍ନା, ଚନ୍ଦ୍ରଶେଖର ଓ ବାଜପେୟୀ ସରକାରରେ ଅର୍ଥ, ବୈଦେଶିକ ମନ୍ତ୍ରୀ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ ।

ସେ ବାଜପେୟୀ ଓ ଆଡଭାନିଙ୍କ ଖାସ୍ ଲୋକ ଥିଲେ ।  ହେଲେ ମୋଦି-ଶାହ ଯୁଗ ଆସିବା ପରେ ପୁଅ ଜୟନ୍ତ ସିହ୍ନାଙ୍କୁ ବିଜେପି ଟିକେଟ୍‌ ଦେଇଥିଲା ।  ନିର୍ବାଚନ ଜିତି ମୋଦି ସରକାରରେ ମନ୍ତ୍ରୀ ବି ହୋଇଥିଲେ ଜୟନ୍ତ ସିହ୍ନା ।  ଏବେ ବି ସେ ସାଂସଦ ଅଛନ୍ତି ।   ତେବେ ଯଶଓ୍ୱନ୍ତ ସିହ୍ନା ବିଜେପିରୁ ଅଲୋଡ଼ା ହେବା ପରେ ମୋଦି ସରକାରକୁ କଡ଼ା ଭର୍ତ୍ସନା କରି ଆସୁଥିଲେ ।  ପରେ ଦଳ ଛାଡ଼ି ଟିଏମ୍‌ସିରେ ଯୋଗ ଦେଇଥିଲେ ।

ଏବେ ସେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ।  ହେଲେ ପୁଅ ଜୟନ୍ତ ସିହ୍ନା ଅଛନ୍ତି ବିଜେପି ସାଂସଦ ।  ରାଷ୍ଟ୍ରପତି ନିର୍ବାଚନରେ ସେ କାହାକୁ ଭୋଟ୍‌ ଦେବେ । ପରିବାର ନା ପାର୍ଟି ? ତେବେ ଦଳ ପକ୍ଷରୁ ଯଦି ହ୍ୱିପ୍ କରାଯାଏ, ସେ ଦ୍ରୌପଦୀଙ୍କୁ ଭୋଟ୍‌ ଦେବାକୁ ବାଧ୍ୟ ।   ନ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ପାର୍ଟି ।  ଏନେଇ ସେ ଧର୍ମ ସଙ୍କଟରେ ପଡ଼ି ଯାଇଛନ୍ତି ।ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *