Bollywood ରୁ ଆସିଲା ପୁଣି ଏକ ବଡ ଦୁଃଖ ଖବର ! Lata Mangeshkar ଙ୍କ ପରେ ଏହି ବଡ କଳାକାରଙ୍କ ହେଲା ପରଲୋକ !

ବନ୍ଧୁଗଣ ବର୍ତ୍ତମାନ ଆମ ଭାରତ ଏକ ବହୁତ ବଡ ଦୁଃଖ ସମୟର ସମ୍ମୁଖୀନ ହେଉଛି । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଭାରତ ରତ୍ନ ଲତା ମଙ୍ଗେସକର ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଗାୟିକା ଲତା ମଙ୍ଗେସକରଙ୍କ ଦେହାନ୍ତ ଗତ ପହଡଦିନ ହୋଇଥିଲା ।  ଗତ କିଛି ସମୟ ହେବ ସୋସିଆଲ ମିଡିଆରେ କେବଳ ଲତାଙ୍କର ଫଟୋ ଓ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ୯୨ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି । ତେବେ ବନ୍ଧୁଗଣ ସେ ଗତ ଜାନୁୟାରୀ ମାସ ୮ ତାରିଖରେ କରୋନା ମହାମାରୀରେ ଚିହ୍ନଟ ହୋଇଥିଲେ । କରୋନାରେ ଚିହ୍ନଟ ହେବା ପରେ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା ହେଲେ ବନ୍ଧୁଗଣ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ଵର ହେବାରୁ ଗତ ପହଡଦିନ ସେ ଆମ ମାନଙ୍କୁ ଛାଡି ଚାଲି ଯାଇଥିଲେ ।

ତେବେ ଦେଶର କେତେକ ବଡ ବଡ ନେତା, ଫିଲ୍ମଷ୍ଟାର, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବନ୍ଧୁଗଣ ଲତାଙ୍କ ଦେହାନ୍ତକୁ ମାତ୍ର ଦୁଇ ଦିନ ହୋଇଛି ଓ ଆଜି ଆଉ ଏକ ବଡ ଦୁଃଖ ଖବର ସାମ୍ନାକୁ ଆସିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଦୁଃଖ ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପ୍ରଭିନ କୁମାରଙ୍କ ପରଲୋକ ଘଟିଛି । ବିଆର ଚୋପ୍ରାଙ୍କ ପ୍ରସିଦ୍ଧ ସିରିଏଲ ‘ମହାଭାରତ’ରେ ପ୍ରଭିନ ଭୀମଙ୍କ ଭୂମିକାରେ ନଜର ଆସିଥିଲେ । ନିଜର ଦମଦାର ଅଭିନୟ ପାଇଁ ପ୍ରଭିନ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିଲେ । ପ୍ରଭିନ କୁମାର ସୋବତୀଙ୍କ ଅଭିନୟକୁ କେହି ବି ଭୁଲିପାରିବେ ନାହିଁ । ମାତ୍ର ୭୪ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି ।

ସେ ହିନ୍ଦୀ ଟେଲିଭିଜନ ସିରିଏଲ ସହିତ କେତେ ବଲିଉଡ ଫିଲ୍ମରେ ବି କାମ କରିଛନ୍ତି । ତେବେ ବନ୍ଧୁଗଣ ଜୀବନର ଶେଷ ସମୟରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲେ ପ୍ରଭିନ । ତାଙ୍କ ବିୟୋଗରେ ସାରା ଭରତ ବର୍ଷରେ ଶୋକର ଛାୟା ଖେଳି ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରଭିନଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *