Anubhav ଙ୍କ ଘରେ କେମିତି ରହୁଥିଲେ ବର୍ଷା ? ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କିଛି ଦିନ ହେବ ଉଭୟ ଅନୁଭବ ଓ ବର୍ଷା ସୋସିଆଲ ମିଡିଆରେ ନିଜ ପାରିବାରିକ ବିବାଦକୁ ନେଇ ବହୁତ ଚର୍ଚ୍ଚାରେ ରହୁଛନ୍ତି । । ତେବେ ବନ୍ଧୁଗଣ ଗତ କିଛି ଦିନ ତଳେ ଅନୁଭବ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ବର୍ଷାଙ୍କ ବିରୋଧରେ କିଛି ବଡ ବୟାନ ଦେଇଥିଲେ ।

ଏହା ପରେ ଉଭୟ ବର୍ଷା-ଅନୁଭବ ସାରା ଓଡିଶାରେ ଚର୍ଚ୍ଚାରେ ଅଛନ୍ତି । ଅନୁଭବ ସେହି ଭିଡିଓରେ ବର୍ଷାଙ୍କୁ ଭଲ ପାଇବା ଥିଲା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ବୋଲି କହିଥିଲେ । ଏହି ଭିଡିଓକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା ଆଉ ଏହା ପରେ ବର୍ଷା ଅନୁଭବଙ୍କ ବିରୋଧରେ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯାହାଫଳରେ କୋର୍ଟ ଉଭୟଙ୍କୁ ଉଭୟଙ୍କ ବିରୋଧରେ ସୋସିଆଲ ମିଡିଆରେ କିଛି କହିବା ପାଇଁ ମନା କରି ଦେଇଥିଲା ।

ଏହି ଘଟଣାର କିଛି ଦିନ ପରେ କୋର୍ଟ ଅନୁଭବଙ୍କ ପିଟିସନକୁ ଗ୍ରହଣ କରିନେଲା ଆଉ ବର୍ଷାଙ୍କୁ ଅନୁଭବଙ୍କ ପୈତୃକ ବାସ ଭବନ ଛାଡିବା ପାଇଁ ନିର୍ଦ୍ଦେଶ ଦେଲା । ଏବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ଅନୁଭବ ବର୍ଷାଙ୍କୁ 30 ହଜାର ଟଙ୍କା ବୈଠ କରିଛନ୍ତି । ଏହି ଆଧାରରେ ବର୍ଷା ଆଉ କିଛି ଦିନ ପରେ ଅନୁଭବଙ୍କ ପୈତୃକ ବାସ ଭବନରୁ ସବୁଦିନ ପାଇଁ ଚାଲିଯିବେ ।

ସର୍ବ ସମ୍ମୁଖରେ ବର୍ଷାଙ୍କ ସପୋର୍ଟ କରିବା ବର୍ଷାଙ୍କ ପ୍ରତିଟି ଇଛା ସୁଖ ଦୁଃଖକୁ ବୁଝୁ ଥିବା ଅନୁଭବ ବି ଆଉ ବର୍ଷାଙ୍କ ସହ ରହିବେନି । ଏହି କିଛି ଦିନ ହେବ ଅନୁଭବ ଆଉ ବର୍ଷାଙ୍କ ବିବାଦ ସୋସିଆଲ ମିଡିଆ ପାଇଁ ଅଧିକ କଳଙ୍କିତ ହୋଇଗଲା । ଯଦି ବନ୍ଧୁଗଣ ଅନୁଭବ ଆଉ ବର୍ଷାଙ୍କ ପୁରୁଣା ଭିଡିଓ ଦେଖିବେ ତା ହେଲେ ଆପଣ ବି ଭାବବିହୁଳ ହୋଇଯିବେ ।

ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ବର୍ଷା କେଉଁ ଭଳି ଭାବରେ ଅନୁଭବଙ୍କ ଘରେ ସମୟ ଅତିବାହିତ କରୁଥିଲେ ତାହା ନଜର ଆସୁଛି । ବନ୍ଧୁଗଣ ଏହି ଭିଡିଓ ଦେଖି ଲାଗୁନି ଏତେ ସୁନ୍ଦର ସମ୍ପର୍କ ମାତ୍ର କିଛି ବର୍ଷରେ ଭାଙ୍ଗିଗଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *