ଯେଉଁ ପିଲାକୁ ଦିନେ Alka Yagnik ଧକ୍କା ମାରି ଷ୍ଟୂଡିଓ ରୁ ବାହାର କରି ଦେଇଥିଲେ, ଆଜି ସେହି ପିଲା କରୁଛି Bollywood ରେ ରାଜ

ବନ୍ଧୁଗଣ ନମସ୍କାର ତେବେ ଆପଣ ମାନେ ନିଶ୍ଚିତ ଗୀତ ଶୁଣିଥିବେ ଏବଂ ଗାଇବାକୁ ମଧ୍ୟ ପସନ୍ଦ କରୁଥିବେ । ତେବେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଉଦିତ ନାରାୟଣ, କୁମାର ସାନୁ, ସୋନୁ ନିଗମ, ଅଲକା ୟାଗ୍ନିକ, ଶ୍ରେୟା ଘୋଷାଲ, ସୁନିଧି ଚୌହାନ ଭଳି ଅନେକ ମହାନ ଗାୟକ ଓ ଗାୟିକା ଅଛନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଆପଣ ମାନଙ୍କ ପ୍ରିୟ ଅଲକା ୟାଗ୍ନିକ ଙ୍କ ସମ୍ବନ୍ଧରେ କହିବୁ । ଅସି ଏବଂ ନବେ ଦଶକ ର ପ୍ରସିଦ୍ଧ ଗାୟିକା ଥିଲେ ଅଲକା ୟାଗ୍ନିକ । ତାଙ୍କର ସମସ୍ତ ଗୀତ ସୁପରହିଟ ହୋଇଥିଲା ।

ତାଙ୍କର ମଧୁର ସ୍ୱର ରେ ଦର୍ଶକ ମାନେ ମୋହିତ ହୋଇ ଯାଇଥିଲେ । ସେ ‘କୟାମତ ସେ କୟାମତ ତକ’ ରେ ମଧ୍ୟ ପ୍ଲେ ବ୍ୟାକ୍ ଦେଇଥିଲେ । ଜୁହି ଚାୱଲା ଙ୍କ ପାଇଁ ସେ ପ୍ଲେ ବ୍ୟାକ୍ ସିଙ୍ଗିଙ୍ଗ କରିଥିଲେ । ତାଙ୍କର ଗୀତ ‘ଏକ ଦୋ ତିନ୍’ ତାଙ୍କୁ ରାତାରାତି ସେଲିବ୍ରିଟି ବନାଇ ଦେଇଥିଲା । ଏହି ଗୀତ ରୁ ହିଁ ସେ ପ୍ରସିଦ୍ଧି ହାସଲ କରିଥିଲେ । ଏହି କାରଣରୁ ଅନେକ ସଙ୍ଗୀତକାର ଅଲକା ୟାଗ୍ନିକ ଙ୍କ ସହିତ କାମ କରିବାକୁ ଚାହୁଁଥିଲେ ।

ଉଦିତ ନାରାୟଣ ଏବଂ କୁମାର ସାନୁ ଙ୍କ ସହିତ ତାଙ୍କ ସଙ୍ଗୀତ ଯୋଡ଼ି ଖୁବ ହିଟ ସାବ୍ୟସ୍ତ ହୋଇଥିଲା । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ମହାନ ଗାୟିକା ଙ୍କ ସହିତ ଜଡ଼ିତ ଏକ ଘଟଣା ସମ୍ବନ୍ଧରେ କହିବୁ । ଯାହା ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏହି କାହାଣୀ ଗାୟିକା ଅଲକା ୟାଗ୍ନିକ ଏବଂ ବଲିଉଡ ଇଣ୍ଡଷ୍ଟ୍ରୀ ର ପର୍ଫେକ୍ସନିଷ୍ଟ ଆମୀର ଖାଁ ଙ୍କ ସହ ଜଡ଼ିତ ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ପ୍ରକୃତ ଘଟଣା ଟି କିଛି ଏପରି ଭାବରେ ହୋଇଥିଲା ଯେ, ୧୯୮୮ ମସିହାରେ ଫିଲ୍ମ ‘କୟାମତ ସେ କୟାମତ ତକ’ ର ଏକ ଗୀତ ରେକର୍ଡ ହେଉଥିଲା ଏବଂ ସେହି ସମୟରେ ଅଭିନେତା ଆମୀର ଖାଁ ଆସି ଅଲକା ୟାଗ୍ନିକ ଙ୍କ ସାମ୍ନାରେ ବସି ପଡ଼ିଲେ । ଏହା ଦେଖି ଅଲକା ୟାଗ୍ନିକ ଅସହଜ ହୋଇ ପଡ଼ିଲେ ଏବଂ ଗୀତ ଗାଇ ପାରିଲେ ନାହିଁ । ସେ ରାଗରେ ଆମୀର ଖାଁ ଙ୍କୁ ଷ୍ଟୁଡ଼ିଓ ରୁ ବାହାରକୁ ଯିବାକୁ କହିଲେ ।

ଏହାପରେ ଗୀତ ର ରେକର୍ଡିଂଗ ସରିବା ପରେ ନାସିର ହୁସେନ ଅଲକା ଙ୍କ ସହିତ ଫିଲ୍ମ ର ଷ୍ଟାର କାଷ୍ଟ ଙ୍କ ସହିତ ଭେଟ କରାଇଲେ । ଏହି ଫିଲ୍ମ ର ନାୟକ ଥିଲେ ଆମୀର ଖାଁ ଏବଂ ନାୟିକା ଥିଲେ ଜୁହି ଚାୱଲା । ଆମୀର ଖାଁ ଇଣ୍ଡଷ୍ଟ୍ରୀ ରେ ନୂଆ ଥିଲେ ଯେଉଁ କାରଣରୁ ଅଲକା ୟାଗ୍ନିକ ତାଙ୍କୁ ଜାଣିପାରି ନଥିଲେ । ଜାଣିବା ପରେ ସେ ଆମୀର ଖାଁ ଙ୍କୁ କ୍ଷମା ମାଗିଥିଲେ ଏବଂ ଆମୀର ଖାଁ ମଧ୍ୟ ତାଙ୍କୁ କ୍ଷମା କରିଦେଇଥିଲେ ।

ଏହି ଘଟଣା ସମ୍ବନ୍ଧରେ ଅଲକା ସ୍ୱୟଂ ନିଜର ଏକ ଇଣ୍ଟରଭ୍ୟୁ ରେ କହିଥିଲେ । ବର୍ତ୍ତମାନ ମଧ୍ୟ ଯେବେବି ଏହି ଦୁହିଁଙ୍କ ସାକ୍ଷାତ ହୋଇଥାଏ ଦୁହେଁ ସେହି ଘଟଣା ସମ୍ବନ୍ଧରେ ମନେ ପକାଇ ଖୁବ ହସନ୍ତି । ସେହି ସମୟରେ ଅଲକା ଙ୍କୁ ଜଣା ନଥିଲା ଯେ ବିନା କାରଣରେ ସେ ଯାହାକୁ ଷ୍ଟୁଡିଓ ରୁ ବାହାର କରି ଦେଇଥିଲେ ସେହି ବ୍ୟକ୍ତି ବଲିଉଡ ର ସୁପରଷ୍ଟାର ସାଜିଯିବ । ବର୍ତ୍ତମାନ ତାଙ୍କ ଫିଲ୍ମ ର ଅପେକ୍ଷା ରେ କେବଳ ଦର୍ଶକ ମାନେ ହିଁ ନୁହେଁ ବଲିଉଡ ର ଷ୍ଟାର ମାନେ ମଧ୍ୟ ଅପେକ୍ଷା କରି ରହୁଛନ୍ତି ।


ତାଙ୍କର ଗୋଟିଏ ଝଲକ ପାଇବା ପାଇଁ ଦର୍ଶକ ମାନେ ପାଗଳ ହୋଇ ଯାଉଛନ୍ତି । ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ର ପର୍ଫେକ୍ସନିଷ୍ଟ ନାମରେ ମଧ୍ୟ ନାମିତ ହୋଇ ସାରିଛନ୍ତି । ଆମୀର ଖାଁ ବର୍ଷକୁ ମାତ୍ର ଗୋଟିଏ ଫିଲ୍ମ ହିଁ କରନ୍ତି । କିନ୍ତୁ ତାଙ୍କର ଫିଲ୍ମ କୋଟିଏ ରୁ ଅଧିକ ରୋଜଗାର କରିଥାଏ ଏବଂ ବକ୍ସ ଅଫିସ ରେ ସୁପରହିଟ ସାବ୍ୟସ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଅଭିନେତା ଆମୀର ଖାନ ଦୁଇ ଦୁଇ ଥର ବିବାହ କରିଛନ୍ତି ପ୍ରଥମ ସ୍ତ୍ରୀ ହେଉଛନ୍ତି ରୀନା ଦତ୍ତା ଏବଂ ତାଙ୍କୁ ଛାଡପତ୍ର ଦେଇ ସେ କିରଣ ରାଓ ଙ୍କୁ ବିବାହ କରିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *