ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଏତେବଡ଼ ତ୍ରୁଟି ! ଭାରତର ପ୍ରଥମ ନାଗରିକଙ୍କ ସୁରକ୍ଷାରେ କଣ ପାଇଁ କରାହେଉଛି ଅବହେଳା ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଦିବାସୀ ଝିଅ ବୋଲି ନାହିଁ ସୁରକ୍ଷା ! ଭାଷଣ ଅଧାରୁ କଟିଗଲା ଲାଇନ ! ରାଷ୍ଟ୍ରପତିଙ୍କ ହେଲିକପ୍ଟର ପାଖରେ ଉଠା ହେଉଛି ଫୋଟ ! ତେବେ ସୂଚନା ମୁତାବିକ ନିକଟରେ ଓଡିଶା ଗ୍ରସ୍ତରେ ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସିଥିଲେ । ତେବେ ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତିଙ୍କର ସୁରକ୍ଷା ପ୍ରତି ସବୁବେଳେ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । କାରଣ ରାଷ୍ଟ୍ରପତି ହେଉଛନ୍ତି ୩ ସେନାର ମୁଖ୍ୟ ।

ତାଙ୍କ ହାତରେ ଫାଶୀ ପାଇବାକୁ ଯାଉଥିବା ଦୋଷୀକୁ ମଧ୍ୟ ଦରକାର ପଡିଲେ କ୍ଷମା ମଧ୍ୟ କରିଦିଆଯାଇଥାଏ । ହେଲେ ଓଡିଶା ଗ୍ରସ୍ତରେ ଆସି ସେଠାରେ ରହିଥିବା ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରତି ହେଳା କରାଯାଇଛି ବୋଲି ପ୍ରଶ୍ନ ଉଠିଛି ? ଯାହାକୁ ନେଇ ଏବେ ସବୁଆଡେ ଚର୍ଚାର ପରିସର ହୋଇଛି । କାରଣ ରାଷ୍ଟ୍ରପତି ଆସିଥିବା ହେଲିକପ୍ଟର ପାଖରେ ସାଧାରଣ ଲୋକ ଯାଇ ଫୋଟୋ ଉଠାଇବାର ଦୃଶ୍ୟ ସାମ୍ନାକୁ ଆସିଛି ।

ଯେତେବେଳେ କି ବିନା ଅନୁମତିରେ କୌଣସି ଲୋକଙ୍କର ହେଲିକପ୍ଟର ପାଖକୁ ଯିବା ବାରଣ ଥାଏ । ଏହା ଛଡା ଶ୍ରୀରାମଚନ୍ଦ୍ର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଭାଷଣ ଦେଉଥିବା ସମୟରେ ହଟାତ ଭାବେ ଲାଇନ କଟିଯାଇଥିଲା । ଯେଉଁ କାରଣରୁ ରାଷ୍ଟ୍ରପତିଙ୍କୁ ୯ ମିନିଟ କାଳ ଅନ୍ଧାର ପରିବେଶରେ ରହିବାକୁ ପଡିଥିଲା । ତେବେ ଏନେଇ ରାଷ୍ଟ୍ରପତିଙ୍କ ସୁରକ୍ଷା ଦିଗ ପ୍ରତି ଏକ ବହୁତ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାଷ୍ଟ୍ରପତି ଜଣେ ଆଦିବାସୀ ଝିଅ ବୋଲି କଣ ତାଙ୍କର ସୁରକ୍ଷାକୁ ଅବହେଳା କରଯାଇଥିଲା । ନା ଏହା ପଛରେ ଆଉ କଣ ରହିଛି ପ୍ରକୃତ କାରଣ ? ଯାହାକୁ ନେଇ ଏବେ ସବୁଆଡେ ସମାଲୋଚନା କରାଯାଉଛି । ତେବେ ଏତେ ସବୁ ଘଟି ସାରିଲା ପରେ ମଧ୍ୟ ଏନେଇ କୌଣସି ପ୍ରକାର ଅସନ୍ତୁଷ୍ଟି ମହାମୟୀ ରାଷ୍ଟ୍ରପତି ପ୍ରକାଶ କରିନାହାନ୍ତି । ତେବେ ଏହି କଥାରୁ ଆମ ଦେଶର ମହା ମହିମ ରାଷ୍ଟ୍ରପତିଙ୍କର ଉଦାରତା ଓ ମହାନତା ସ୍ପଷ୍ଠ ଭାବରେ ବାରି ହୋଇ ପଡୁଛି ।

ସମସ୍ତେ କହୁଛନ୍ତି । ଆମ ଓଡିଶା ମାଟିର ଝିଅ ଆମ ଆଦିବାସୀ ଝିଅ ରାଷ୍ଟ୍ରପତି ହୋଇ ଆମ ଓଡିଶା ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି । ଏହା ସହିତ ଏତେ ବଡ ପଦବୀରେ ରହି ମଧ୍ୟ ତାଙ୍କ ମନରେ କୌଣସି ଗର୍ବ କିମ୍ବା ଅହଂଭାବନା ତିଳେ ମାତ୍ର ନାହିଁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *