ଲଗାତାର 10 ଦିନ ଅଦା ବାଲା ଚା’ ପିଇବା ସ୍ଵାରା ଯାହା ହେଲା…ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ…(Health Tips)

ଆମ ଦେଶରେ ପ୍ରାୟତଃ ଲୋକମାନେ ଚା ରୁ ନିଜର ସକାଳ ଆରମ୍ଭ କରନ୍ତି । କିନ୍ତୁ କହିଦେଉଛୁ କି ଅଦାରେ ତିଆରି ଚା କେବଳ ସ୍ଵାଦ ବଢାଏ ନାହିଁ ଏହା ସହିତ ସ୍ୱାସ୍ଥ୍ୟ ଉପରେ ବି ପ୍ରଭାବ ପକାଇଥାଏ । କିନ୍ତୁ ସବୁ ଜିନିଷର ଗୋଟିଏ ସୀମା ଥାଏ, ଯଦି ଆପଣ ଅତ୍ୟଧିକ ସେବନ କରିବେ ତେବେ ତାହା କ୍ଷତି ପହଞ୍ଚାଇ ଥାଏ । ଯଦି ଆପଣ ଅଦା ଦ୍ଵାରା ତିଆରି ଚା ପିଉଛନ୍ତି ତେବେ ସମ୍ଭାଳି ଯାଆନ୍ତୁ । କାରଣ ଆପଣଙ୍କ ପାଇଁ ଏହି ଚା ମିଠା ବିଷ ହୋଇପାରେ । ଆଜି ଆମେ ଆପଣଙ୍କୁ ଅଦାରେ ତିଆରି ଚା ବିଷୟରେ କହିବୁ ।

ଲୋକମାନେ ଅଦା ସେବନର ବହୁତ ଲାଭ ଅଛି ବୋଲି ଜାଣିଛନ୍ତି । କିନ୍ତୁ ଗୋଟିଏ ଦିନରେ କେତେ ମାତ୍ରାରେ ଅଦାର ସେବନ କରିବା ଉଚିତ ଏହା ବିଷୟରେ କେହି ବି ଜାଣି ନାହାନ୍ତି । ଅଦାରେ ତିଆରି ଚା ଅତ୍ୟଧିକ ସେବନ ଦ୍ଵାରା କେତେକ ଲୋକମାନଙ୍କୁ ପେଟର ସମସ୍ୟା, ଏସିଡିଟି, ଛାତିରେ ଯନ୍ତ୍ରଣା, ବ୍ଲଡ ପ୍ରେସର, କେସ ଝଡିବା ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଗର୍ଭବତ୍ତୀ ମହିଳାମାନଙ୍କ କ୍ଷେତ୍ରରେ ମିସ କ୍ୟାରେଜର ଭୟ ବି ବଢିଯାଏ ।

ଅଦା ଦ୍ଵାରା ତିଆରି ଚା ଅତ୍ୟଧିକ ସେବନ କରିବା ଦ୍ଵାରା ଆପଣଙ୍କ ପାଚନ କ୍ରିୟା ଉପରେ ବି ବହୁତ ପ୍ରଭାବ ପଡିପାରେ । ଯାହାର ଫଳ ସ୍ୱରୂପ ଏହା ବାହାରିଥାଏ କି ଲୋକମାନଙ୍କୁ ଡାଇରିଆ, ଛାତି ଓ ମୁହଁରେ ଯନ୍ତ୍ରଣା ଅନୁଭବ ହୋଇଥାଏ । କହିବାକୁ ଗଲେ ଅଦାରେ Gingerol ନାମକ ଗୋଟିଏ ତତ୍ଵ ମିଳିଥାଏ ଓ ଏହି Gingerol ପେଟରେ ଅଧିକ ଏସିଡ କରିଥାଏ । ଯେଉଁ କାରଣରୁ ଏସିଡଟି ସମସ୍ୟା ଉତ୍ତପନ୍ନ ହୋଇଥାଏ । ଏହା ବିଭିନ୍ନ ସମସ୍ୟାର କାରଣ ବି ହୋଇଥାଏ ।

ଅଦାରେ ମିଳୁଥିବା ଏହି Gingerol କେସ ବଢିବାରେ ବି ବାଧା ସୃଷ୍ଟି କରିଥାଏ । ଶରୀରରେ ଏହାର ମାତ୍ରା ବଢିଯିବା କାରଣରୁ କେସ ଝଡିବା ଆରମ୍ଭ ହୋଇଯାଏ । ଏହା ସହିତ କହିଦେଉଛୁ କି ଯେଉଁ ଲୋକମାନଙ୍କୁ ଡାଏବେଟିସ ଅଛି ସେମାନେ ବି ଅଦାର ଚା ଠାରୁ ଦୂରେଇ ରୁହନ୍ତୁ । କାରଣ ଅଦା ଦ୍ଵାରା ବ୍ଲଡ ସୁଗାର ଲେବୁଲ କମ ହୋଇଯାଏ ଓ ଏହିଭଳି ହେବା ଦ୍ଵାରା ମଣିଷ କେଉଁଠି ବି ଓ କେତେବେଳେ ବି ମୁଣ୍ଡ ବୁଲାଇ ପଡି ପାରେ । ଯେଉଁମାନେ ହୃଦୟ ସମ୍ବନ୍ଧିତ ରୋଗର ଶିକାର ଅଛନ୍ତି ଓ ରକ୍ତ ପତଳା କରିବା ପାଇଁ ଔଷଧ ସେବନ କରୁଛନ୍ତି ସେମାନଙ୍କୁ ବି ଅଦାର ଚା ଠାରୁ ଦୂରେଇ ରହିବା ଉଚିତ ।

ଅଦା ଦ୍ଵାରା ତିଆରି ଚା ପିଇବା ଦ୍ଵାରା ମାନସିକ ଚିନ୍ତା ବଢିଯାଏ । ଏହା ସହିତ ଏହି ଚା ପିଇବା ଦ୍ଵାରା କେତେକ ଲୋକମାନଙ୍କୁ ନିଦ ନ ଆସିବାର ସମସ୍ୟା ମଧ୍ୟ ଆସିଥାଏ । କହିଦେଉଛୁ କି ଯେଉଁ ଲୋକମାନଙ୍କୁ ରାତିରେ ଚା ପିଇବାର ଅଭ୍ୟାସ ଅଛି ଓ ଚା ରେ ଅଦା ମିଶାଇ ସେବନ କରୁଛନ୍ତି । ତେବେ ଏହିଭଳି କରନ୍ତୁ ନାହିଁ । ନଚେତ ଆପଣଙ୍କ ନିଦ ତ ଉଡିଯିବ । ଛାତିରେ ଯନ୍ତ୍ରଣା ଓ ମାନସିକ ଚିନ୍ତା ଆପଣଙ୍କୁ ଶୋଇବାକୁ ଦବ ନାହିଁ । ଏହା ସହିତ ଅନ୍ୟ ବିଭିନ୍ନ ପ୍ରକାରର ସମସ୍ୟାର ସାମ୍ନାକୁ କରିବାକୁ ପଡିଥାଏ । ସେଥିପାଇଁ ଅଦା ଦ୍ଵାରା ତିଆରି ଚା ଅଳ୍ପ ସେବନ କରନ୍ତୁ କିମ୍ବା ପୂରାପୂରି ବନ୍ଦ କରି ଦିଅନ୍ତୁ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *