କିନ୍ନର ସାଜି ନିଜର ଦମଦାର ଅଭିନୟରେ ଫ୍ୟାନ୍ସ ଙ୍କ ହୃଦୟ କିଣିନେଲେ Bollywood ର ଏହି 5 ଜଣ Actor, 5 ନମ୍ବର ଆକ୍ଟର ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଗୀତ ଟ୍ରେଣ୍ଡରେ ରହିଛି । ଏହି ଗୀତଟି ହେଉଛି ବଲିଉଡ ଫିଲ୍ମ ‘କୁଆଁରା ବାପ’ର ‘ସଜ ରହେ ଗଲି ମେରି ଅମା’ । ଏହି ଗୀତରେ କିଛି କିନ୍ନର ମାନେ ନାଚୁ ଥିବାର ନଜର ଆସିଛନ୍ତି । ଅତୀତରେ ଏହି ସ୍ଵର ବର୍ଷ ବର୍ଷ ଧରି ବଲିଉଡରେ ପ୍ରତିଧ୍ଵନିତ ହେଉଛି । କୁଆଁରା ବାପ ପରେ ତାୟବ ଅଲି ପ୍ୟାର କା ଦୁସ୍ମନ ଗୀତରେ ହାଏ ହାଏ ଶୁଣିବାକୁ ମିଳିଥିଲା । କହିବାକୁ ଗଲେ ଅତୀତରେ କିନ୍ନରଙ୍କ ଚରିତ୍ରକୁ କେବଳ କିଛି ହାସ୍ୟର ସହ ବା କିଛି ଥଟା ମଜା ପାଇଁ ଦେଖାଯାଉଥିଲା ।

ପରେ କାହାଣୀ ଓ ବିଷୟ ବସ୍ତୁରେ ଏପରି ପରିବର୍ତ୍ତନ ଆସିଲା ଯେ, କିନ୍ନରଙ୍କୁ କିଛି ଏପରି ଭାବରେ ଦେଖାଗଲା ଫିଲ୍ମ ସେମାନଙ୍କ ଚରିତ୍ର ବିନା ଅଧୁରା ରହିଯିବ । ଏହି କିନ୍ନର ଚରିତ୍ର ମାନେ କେତେବେଳେ ହସାଇ ଥାନ୍ତି ତ କେତେବେଳେ କନ୍ଦେଇ ଦିଅନ୍ତି । ସେମାନେ ନିଜ ଅଭିନୟରେ ଏମିତି ଡରେଇ ଛନ୍ତି ଯାହା ଦେଖି ବଡ ବଡ ଖଳନାୟକ ମାନେ ତୁଛ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଏପରି କିଛି କଳାକାରଙ୍କ ବିଷୟରେ ଯେଉଁ ମାନେ ବଡ ପରଦାରେ କିନ୍ନର ଚରିତ୍ରରେ ଅଭିନୟ କରିଥିଲେ ମଧ୍ୟ ଦର୍ଶକଙ୍କୁ ଦେଇଛନ୍ତି ବେସ ମନୋରଞ୍ଜନ ।

ତମନା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ବଲିଉଡ ଫିଲ୍ମ ତମନା । ଏହି ଫିଲ୍ମରେ ବଲିଉଡ ଅଭିନେତା ପରେଶ ରାୱାଲ କିନ୍ନର ଭୂମିକାରେ ନଜର ଆସିଥିଲେ । ପରେଶ ଏହି ଚଳଚିତ୍ରରେ ନିଜ ଦକ୍ଷତାକୁ ପ୍ରମାଣ କରିଛନ୍ତି । ଏହି ଫିଲ୍ମରେ ପରେଶଙ୍କ ଦମଦାର ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରିଥିଲେ ।

ସଡକ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛି ଫିଲ୍ମ ସଡକ । ସଡକରେ ଅଭିନେତା ସଦାଶିବ ମହାରାଣୀ ହୋଇଥିଲେ । ଏହି ଫିଲ୍ମରେ ସେ ଏତେ ଦମଦାର ଅଭିନୟ କରିଥିଲେ ଯେ, ସଞ୍ଜୟ ଦତ୍ତ ଓ ପୂଜା ଭଟ୍ଟ ଆଦି କଳାକାରଙ୍କୁ ପଛରେ ରଖିଦେଲେ ।

ସବନମ ମାଉସୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ବଲିଉଡ ଫିଲ୍ମ ସବନମ ମୁଶି । ଏହି ଫିଲ୍ମରେ ବଲିଉଡ ଅଭିନେତା ଆଶୁତୋଷ ରାଣା ସବନମ ମାଉସୀ ଭୂମିକାରେ ଅଭିନୟ କରିଥିଲେ । ରାଜନୀତି ଜଗତରେ ବିଜୟ ଲାଭ କରିଥିବା ସବନମ ମାଉସୀ ଦେଶର ଅଳ୍ପ କେତେକ କିନ୍ନରଙ୍କ ମଧ୍ୟରୁ ଅନ୍ଯତମ । ତେବେ ଏହି ଫିଲ୍ମରେ ଆଶୁତୋଷ ନିଜର ଦମଦାର ଅଭିନୟ ପଦର୍ଶନ କରି ଲୋକପ୍ରିୟ ହୋଇଥିଲେ ।

ରଜୋ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ବଲିଉଡ ଫିଲ୍ମ ରଜୋ । ଏହି ଫିଲ୍ମରେ ବଲିଉଡ ଅଭିନେତା ମହେଶ ମଞ୍ଜରେକାର ଓ ରବି କିଶନ କିନ୍ନର ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମରେ ଉଭୟ କଳାକାର ଜବରଦସ୍ତ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ।

ଲକ୍ଷ୍ମୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ବଲିଉଡ ଫିଲ୍ମ ଲକ୍ଷ୍ମୀ । ଏହି ଫିଲ୍ମରେ ଅଭିନେତା ଶରତ କେଲକର ଓ ଅଭିନେତା ଅକ୍ଷୟ କୁମାର କିନ୍ନର ଭୂମିକାରେ ନଜର ଆସିଥିଲେ । ଏହି ଫିଲ୍ମଟି ସୁପର ହିଟ ମଧ୍ୟ ହୋଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *