ଅଭିନେତ୍ରୀ ରଚନା ବାନାର୍ଜୀ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ଓ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ବହୁତ ଓଡିଆ ଫିଲ୍ମରେ ମୁଖ୍ୟ ନାୟିକା ରୂପରେ ଅଭିନୟ କରିଛନ୍ତି । ତାଙ୍କର ପ୍ରାୟତଃ ସବୁ ଫିଲ୍ମ ହିଟ ମଧ୍ୟ ହୋଇଛି । ରଚନା ବାନାର୍ଜୀ କେବଳ ଓଡିଆରେ ନୁହନ୍ତି ବେଙ୍ଗଲି, ତାମିଲ, ତେଲୁଗୁ, କନ୍ନଡ ଓ ହିନ୍ଦୀ ଭାଷାରେ ବି ଫିଲ୍ମ କରିଛନ୍ତି । ପୁରା ଭାରତର ବି ତାଙ୍କର ଲୋକପ୍ରିୟତା ଅଛି । କହିବାକୁ ଗଲେ ରଚନା ବାନାର୍ଜୀ ନିଜର ଫିଲ୍ମି ଲାଇଫ ଠାରୁ ଅଧିକ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚାରେ ରହିଥାନ୍ତି ।
ଆଜି ଆମେ ଆପଣଙ୍କୁ ତାଙ୍କର ସ୍ଵାମୀ ଓ ପୁଅ ବିଷୟରେ କହିବୁ । ୨ ଅକ୍ଟୋବର ୧୯୭୪ରେ ରଚନା ବାନାର୍ଜୀଙ୍କ ଜନ୍ମ କଲିକତାରେ ହୋଇଥିଲା । ବର୍ତ୍ତମାନ ସେ ୪୭ ବର୍ଷର ହୋଇ ଯାଇଛନ୍ତି । ଓଲିଉଡ ସିନେମା ଜଗତରେ ଏମିତି ଏକ ସମୟ ଥିଲା ଯେତେବେଳେ ରଚନା ବାନାର୍ଜୀଙ୍କ ରାଜ ଚାଲିଥିଲା ।
ପ୍ରାୟତଃ ଫିଲ୍ମରେ ସେ ମୁଖ୍ୟ ନାୟିକା ରୂପରେ ନଜର ଆସୁଥିଲେ । ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଦେଖିବାକୁ ଯେତିକି ସୁନ୍ଦର ସେତିକି ସେ ପ୍ରତିଭାଶାଳୀ ବି ଅଟନ୍ତି । ଭାରତର ପ୍ରାୟତଃ ସବୁ ଭାଷାରେ ଫିଲ୍ମ କରିବା ସହିତ ୧୯୯୦ ମସିହାରେ ରଚନା ବାନାର୍ଜୀ ମିସ କୋଲକାତାର କ୍ରାଉନ ମଧ୍ୟ ନିଜ ନାଁରେ କରିସାରିଛନ୍ତି । ଯଦି ତାଙ୍କର ଫିଲ୍ମି କ୍ୟାରିୟର ବିଷୟରେ କହିବା ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ତାଙ୍କର ଯୋଡି ଥିଲା ।
ଏହି ଯୋଡି ଯେତେବେଳେ ବି ବଡ ପରଦାରେ ନଜର ଆସୁଥିଲେ ତେବେ ଫିଲ୍ମ ହିଟ ହୋଇ ଯାଉ ଥିଲା । ଦର୍ଶକମାନେ ବିଏ ହି ଯୋଡିକୁ ବହୁତ ପସନ୍ଦ କରୁଥିଲେ । ଶେଷରେ ଏହି ଯୋଡି ୨୦୦୪ରେ ବିବାହ କରି ନେଲେ । କିନ୍ତୁ କିଛି ବର୍ଷ ପରେ ଦୁଇ ଜଣ ପରସ୍ପର ଠାରୁ ଛାଡପତ୍ର ନେଇ ଅଲଗା ହୋଇଗଲେ । ୨୦୦୭ ମସିହାରେ ପ୍ରବଳ ବାସୁଙ୍କୁ ବିବାହ କରିଥିଲେ ।
ଯିଏକି ଟାଟା କମ୍ପାନୀରେ ଡେପୁଟି ମ୍ୟାନେଜର ରୂପରେ କାର୍ଯ୍ୟରତ ଅଛନ୍ତି । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁଅ ବ ଅଛି । ଯାହାର ନାଁ ପ୍ରୋନିଲ ବାସୁ । ବର୍ତ୍ତମାନ ରଚନା ନିଜର ସ୍ଵାମୀ ଓ ପୁଅ ସହ ବହୁତ ଖୁସିରେ ଅଛନ୍ତି । କହିଦେଛୁ କି ବର୍ତ୍ତମାନ ରଚନା ବାନାର୍ଜୀ ଦିଦି ନମ୍ବର ୱାନ ଶୋରେ ନଜର ଆସୁଛନ୍ତି । ଏହା ଏକ ବେଙ୍ଗଲି କାର୍ଯ୍ୟକ୍ରମ ଅଟେ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।