ସାମ୍ନାକୁ ଆସିଲା ଅଭିନେତ୍ରୀ Rashmi ଙ୍କ ଚିଠି ..ଲେଖିଗଲେ କିଛି ଏମିତି…ଖୋଲିବ କି ରଶ୍ମିଙ୍କ ମୃତ୍ୟର ରହସ୍ୟ ?

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ଅଭିନେତ୍ରୀ ରଶ୍ମିରେଖା ଙ୍କ ମୃତ ଦେହ ଉଧାର କରାଯିବା ପରେ ପୋଲିସ କୁ ମିଳିଛି ରଶ୍ମିରେଖା ଙ୍କ ହାତ ଲେଖା ଚିଠି । ଡାଏରୀ କୁ ଏବେ ପୋଲିସ ଉଧାର କରିଛି । ତେବେ ଏଥିରେ ଯାହା ଲେଖା ହୋଇଛି ଏହି ହାତ ଲେଖା ଓ ତ୍ରିକୋଣୀୟ ପ୍ରେମ । ସେପଟେ ରଶ୍ମିତାଙ୍କ ବାପାଙ୍କ ଅଭିଯୋଗ ରଶ୍ମୀଙ୍କ ଆଖି ରେ ଯେଉଁ ଭଳି ଭାବେ ଗୁରୁତର ଆଘାତ ଲାଗିଛି ସେ ସବୁକୁ ଦେଖିଲେ ଅନେକ ପ୍ରଶ୍ନ ଉଠୁଛି ।

ପ୍ରଥମ ପ୍ରଶ୍ନ ଉଠୁଛି ଏହି ଯେଉଁ ହାତ ଲେଖା ଚିଠି ମିଳିଛି ତାହା କଣ ରଶ୍ମିଙ୍କର । ଯଦି ଏହି କଥା ଟି ସତ ତେବେ ରଶ୍ମିଙ୍କୁ ଏହି କଥା ଲେଖିବାକୁ କେହି ବାଧ୍ୟ କରୁଥିଲା କି । କାରଣ ଏଥିରେ କଣ ପାଇଁ ଲେଖା ହୋଇଛି ଏଥିରେ ସନ୍ତୋଷକୁ ଦୋଷ ଦେବା ନାହି କି ପୋଲିସରେ କେସ କରିବା ନାହି । ଯେତେବେଳେ ରଶ୍ମୀଙ୍କ ବାପା ଯେ ସନ୍ତୋଷଙ୍କ ନାଁ ରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

ରଶ୍ମୀଙ୍କ ବାପା କହିଛନ୍ତି କି ରଶ୍ମୀ ଦୀର୍ଘ ୪ ବର୍ଷ ହେବ ଫିଲ୍ମ ଲାଇନରେ କାମ କରୁଥିଲେ । କିନ୍ତୁ ଏବେ ୩ ମାସ ହେବ ଫାଇନାନ୍ସରେ କାମ କରୁଥିଲେ ଯେଉଁଠି ସନ୍ତୋଷ କାମ କରୁଥିଲେ । ସେ ନୟାପଲ୍ଲୀରେ ରହିବା ଭିତରେ ସନ୍ତୋଷ ଓ ରଶ୍ମୀଙ୍କ ଭିତରେ କଣ ଚାଲିଥିଲା ତାହା ବିଷୟରେ ରଶ୍ମୀଙ୍କ ବାପା କିଛି ଜାଣି ନାହାନ୍ତି ବୋଲି କହିଛନ୍ତି । କିନ୍ତୁ ସନ୍ତୋଷ ଗତ ୧୧ ରେ ରଶ୍ମୀଙ୍କ ବାପାଙ୍କୁ ଫୋନ କରି କହିଲା କି ରଶ୍ମୀର ଆଖି ଛେଚି ହୋଇ ଯାଇଛି ତୁମେ ଆସି ଦେଖିକି ଯାଅ ।

ରବିବାର ଦିନ ରଶ୍ମିଙ୍କୁ ଦେଖା କରିବାକୁ ତାଙ୍କ ବାପା ଯାଇଥିଲେ ଆଉ ଦେଖିଲେ ଆଖି ମାଡ ହୋଇଛି ଓ ସନ୍ତୋଷ ପାତ୍ର ରଶ୍ମିଙ୍କୁ ମାରିକି ଏମିତି କରିଛି ବୋଲି ରସମୀଙ୍କ ବାପା କହିଛନ୍ତି । ତେବେ ଏହି ନୋଟ ଆଉ ତ୍ରିକୋଣୀୟ ପ୍ରେମକୁ ନେଇ ରଶ୍ମୀଙ୍କ ମୃତ୍ୟୁ ଏବେ ବି ସନ୍ଦେହ ଘେର ଭିତରେ ରହିଛି । ତେବେ ଅରଜ ସହ ଆଗରୁ ରଶ୍ମୀ ମିଳାମିଶା କରୁଥିଲେ । କିନ୍ତୁ ପରେ ସନ୍ତୋଷ ଓ ରଶ୍ମୀଙ୍କ ପରିଚୟ ହୋଇଥିଲା ।

ଯାହା କାରଣରୁ ସନ୍ତୋଷ ମଧ୍ୟ ରଶ୍ମିଙ୍କୁ ଭଲ ପାଇ ବସିଥିଲେ । ରାଜା ଓ ରଶ୍ମୀଙ୍କ ମିଳାମିଶାକୁ ନେଇ ରାଗି ଆଜି ସନ୍ତୋଷ ରଶ୍ମୀକୁ ହତ୍ୟା କରିଥିବା କଥା ରଶ୍ମୀଙ୍କ ବାପା ଅଭିଯୋଗ କରିଛନ୍ତି । ଶନିବାର ଦିନ ରଶ୍ମୀ ତାଙ୍କ ବାପାଙ୍କ ଫୋନ ଉଠାଇଲେ ନାହି । ସେଦିନ ରାତିରେ ସନ୍ତୋଷ ରଶ୍ମୀଙ୍କ ବାପାଙ୍କୁ ଫୋନ କରି କହିଛି କି ରଶ୍ମୀ ଆଉ ନାହି ତୁମେ ଆସି ନେଇ ଆଜି ସେ ଆତ୍ମହତ୍ୟା କରିଛି । ଯେବେ ରଶ୍ମୀଙ୍କ ବାପା ପହଞ୍ଚିଲେ ପୋଲିସ ସେଠାରେ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଥିଲେ । ରଶ୍ମୀ ଓ ସନ୍ତୋଷ ସ୍ଵାମୀ ସ୍ତ୍ରୀ ଭାବେ ଭଡାଘରେ ରହୁଥିଲେ । ଏହି ଘଟଣା ର ତଦନ୍ତ ପରେ ଜଣାପଡିବ ପୁରା ସତ୍ୟତା ।

ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *