ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଘଟଣା ,ସଂପର୍କରେ କହିବୁ ତାହାକୁ ଶୁଣିଲେ ଆପଣ ମାନେ ବହୁତ ହିଁ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହିପରି ଘଟଣା ଆପଣ ମାନେ ହୁଏତ କେବେ ଶୁଣିନଥିବେ । ଆମ ସମାଜ ଧୀରେ ଧୀରେ ଏତେ ତଳକୁ ଖସିଗଲାଣିକି ଆଜିର ଏହି ଶିକ୍ଷିତ ସମାଜରେ ଲୋକମାନେ ଶିକ୍ଷା ଗ୍ରହଣ କରି ମଧ୍ୟ ଅଶିକ୍ଷିତ ପରି କାମ କରୁଛନ୍ତି । ଗୋଟିଏ ସମସ୍ୟା ସମାଧାନର ରାସ୍ତା ଏପରି ବାହାର କରୁଛନ୍ତି ଯାହା ଅନ୍ୟ ଜଣେ ଲୋକଙ୍କ ପାଇଁ ,ସମସ୍ୟା ପାଲଟି ଯାଉଛି ।
ଆଜିର ସମୟରେ ଲୋକମାନେ ଠିକ ଭୁଲର ବିଚାର ସଠିକ ଭାବରେ କରିପାରୁ ନାହାନ୍ତି । ତେବେ ଆପଣ ମାନେ ଅନେକ ସମୟରେ ବିଭିନ୍ନ ଘଟଣା ବିଷୟରେ ଶୁଣିଥିବେ ତେବେ ଆମେ ଆପଣ ମାନଙ୍କୁ ଆଜି ଯେଉଁ ଘଟଣା ସଂପର୍କରେ କହିବୁ ତାହା ସବୁଠାରୁ ଭିନ୍ନ ଅଟେ । ତେବେ ଏହି ଘଟଣାଟି ପ୍ରେମ ସଂପର୍କକୁ ନେଇ କରି ମାତ୍ର ଏଥିରେ ଟ୍ୱିଷ୍ଟ କିଛି ଅଲଗା ରହିଛି ଯାହାକି ଆମର ଏହି ଶିକ୍ଷିତ ସମାଜ ପାଇଁ ବହୁତ ନିନ୍ଦନୀୟ ଅଟେ ।
ତେବେ ଟୁଙ୍ଗୁରୁ ଭୋଳକୁ ୨୪ ବର୍ଷ । ହେଲେ ତାଙ୍କ ପ୍ରେମିକା ବର୍ଷା ଭୋଳଙ୍କୁ ୨୮ ବର୍ଷ । ତଥାପି ପ୍ରେମ ଏମିତି ଭିଡୁଛି ଯେ, କଥା ଥାନା ଯାଏଁ ଗଲାଣି । ବର୍ଷାଙ୍କ ଏକା ଜିଦ୍ ମୁଁ ବାହା ହେବି ତ କେବଳ ଟୁଙ୍ଗୁରୁ ଭୋଳକୁ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ ଏଥିରେ ଅସୁବିଧା । ବାସ୍ତବରେ ବିବାହ କରିବାକୁ ଜିଦି ଧରିଥିବା ଏହି ମହିଳା ଜଣକ ପୂର୍ବରୁ ବିବାହିତ । ତାଙ୍କର ୨ଟି ଛୁଆ ବି ଅଛନ୍ତି ।
ହେଲେ ସେ ନିଜ ସ୍ବାମୀଙ୍କୁ ଛାଡି ଟୁଙ୍ଗୁରୁଙ୍କ ପ୍ରେମରେ ପଡିଛନ୍ତି । ହେଲେ ତାଙ୍କ ପରିବାର ଲୋକେ ଜଣେ ବିବାହିତ ମହିଳା ସହ ବିବାହ କରାଇ ଦେବାକୁ ଇଚ୍ଛୁକ ନୁହଁନ୍ତି । ଯେଉଁଥିପାଇଁ ସେମାନେ ଟୁଙ୍ଗୁରୁଙ୍କୁ ଘରୁ ଛାଡୁ ନାହାନ୍ତି । ହେଲେ ପ୍ରେମିକା ମହିଳା ଜଣକ ବିବାହ କରିବେ ବୋଲି ଆଜି ଭରତପୁର ଥାନାରେ ହାଜର ହୋଇଥିଲେ । ହାତରେ ଥିଲା ବରଣମାଳା, ଶଂଖା, ସିନ୍ଦୁର । ପୁଲିସ ପାଖରେ ଏକା ଜିଦ୍ ମୁଁ ବାହା ହେବି ତ କେବଳ ଟୁଙ୍ଗୁରୁ ଭୋଳକୁ ।
ତେବେ ସୂଚନାଯୋଗ୍ୟ, ଏହି ମହିଳା ଜଣକ ପୂର୍ବରୁ ବିବାହ କରିଥିଲେ । ହେଲେ ଗୋଟିଏ ଦିନ ଶରୀର ଅସୁସ୍ଥ ପାଇଁ ଡାକ୍ତରଖାନା ଯେଉଥିବା ବେଳେ ଟୁଙ୍ଗୁରୁ ଭୋଳଙ୍କ ସହ ଦେଖା ହୋଇଥିଲା । ଟୁଙ୍ଗୁରୁ ଥିଲେ ଅଟୋଚାଳକ । ଏବଂ ସମ୍ପର୍କୀୟ ଦିଅର । ସେଇଠୁ ପ୍ରେମ ଆରମ୍ଭ ହେଲା ବୋଲି ମହିଳାଙ୍କ ଦାବି । ବୟସରେ ଟୁଙ୍ଗୁରୁ ସାନା ହେଲେ ବି ବର୍ଷା ତାଙ୍କୁ ବିବାହ କରିବେ ବୋଲି ଜିଦି ଧରିଛନ୍ତି ।
ଏପରିକି ସେ ଟୁଙ୍ଗୁରୁଙ୍କ ପାଇଁ ନିଜ ସ୍ବାମୀ ଓ ୨ଟି କଅଁଳା ଛୁଆଙ୍କୁ ବି ଛାଡିଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି । ମହିଳା କଥା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ । ତାଙ୍କ କହିବା କଥା, ନିଜ ବାପା, ମା’ ହୁଅନ୍ତୁ କି ସ୍ବାମୀ କେହି ତାଙ୍କୁ ସେତେ ଭଲ ପାଇ ନାହାନ୍ତି ଯେତେ ତାଙ୍କୁ ଟୁଙ୍ଗୁରୁ ଭଲ ପାଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।