ସାମ୍ନାକୁ ଆସିଲା Tunguru ର ଅସଲ ଚେହେରା ! ‘ଆଉ ଅଟୋ ଚଲେଇବିନି, ଫିଲ୍ମ କରିବି 2 କୋଟି ସମ୍ପତି ହେଲେ ତୋର ମୋର ଜଙ୍ଗଲ ଚାଲିଯିବା, ସେଠି ଯାଇ ଆମେ…’ ଦେଖନ୍ତୁ ପୁରା Video

ନମସ୍କାର ବନ୍ଧୁଗଣ ତେବେ ଟୁଙ୍ଗୁରୁ ଭୋଳ, ରାଜ୍ୟରେ ସଂପ୍ରତି ସବୁଠୁ ଚର୍ଚ୍ଚିତ ନାଁ । ଗାଁଠୁ ନେଇ ସହର ହାଟରେ ଘାଟରେ ଟୁଙ୍ଗୁରୁଙ୍କୁ ନେଇ ଚର୍ଚ୍ଚା । ବିବାହିତ ମହିଳାଙ୍କ ସହ ତାଙ୍କର ପ୍ରେମ ସଂପର୍କ ରାଜ୍ୟରେ ଚହଳ ପକାଇବା ପରେ ଏବେ ପରିଚିତ ଚେହେରା ପାଲଟି ଯାଇଛନ୍ତି ଟୁଙ୍ଗୁରୁ ଭୋଳ । ସୋସିଆଲ ମିଡିଆରେ ଏବେ ସେ ଖୁବ୍ ଭାଇରାଲ୍ । ତାଙ୍କ ନାମରେ କେତେ କବିତା ଲେଖାଗଲାଣି, ଗୀତ ବି ବାହାରିଲାଣି ।

ଏହି ସବୁ ଘଟଣା ପରେ ଟୁଙ୍ଗୁରୁଙ୍କ ଚାହିଦା ବଢିବାରେ ଲାଗିଛି । ଏପରିକି ଆଲବମ୍ ସୁଟିଂ ପାଇଁ ତାଙ୍କୁ ଡକରା  ହେଲାଣି । ବିବାହିତ ମହିଳାଙ୍କ ସହ ପ୍ରେମ ସଂପର୍କ ଟୁଙ୍ଗୁରୁଙ୍କ ସାଧାରଣ ଜୀବନ ଶୈଳୀକୁ ବଦଳାଇ ଦେଇଛି । ତାଙ୍କ ସହ ଲୋକେ ସେଲଫି ନେଉଛନ୍ତି । ଘରୁ ବାହାରିବା ମାତ୍ରେ ଟୁଙ୍ଗୁରୁ ସଂପ୍ରତି ମାର୍କେଟରେ ଚିହ୍ନା ପରିଚିତ ମୁହଁ ପାଲଟି ଯାଇଛନ୍ତି ।

ବର୍ଷା ନାମୀ ମହିଳାଙ୍କ ସହ ତାଙ୍କ ପ୍ରେମ ଏତେ ଚହଳ ପକାଇଲା ଯେ ଅଳ୍ପ ଦିନ ଭିତରେ ତାଙ୍କ ନାମରେ ଗୀତ ବି ବାହାରିଗଲା । ଭୁବନେଶ୍ଵରରେ ଏବେ ତାଙ୍କ ଚାହିଦା ବି ବଢିଗଲାଣି । ଏଥିରୁ ଆପଣ ଅନୁମାନ କରି ପାରିବେ ଯେ, କିଛି ପ୍ରଯୋଜକ ତାଙ୍କୁ ନେଇ ଆଲବମ୍ କରୁଛନ୍ତି । ଆଉ ଆଲବମ୍ ସୁଟିଂରେ ସୋମବାର କୋଣାର୍କରେ ଅଛନ୍ତି ଟୁଙ୍ଗୁରୁ ଭୋଲ । ଏବେ ସେ ବହୁତ ବ୍ୟସ୍ତମୟ ଲୋକ ପାଲଟିଛନ୍ତି ।

ତେବେ ଏମ୍ସ ମେଡିକାଲକୁ ଅଟୋ ନେଇ ଯାଉଥିବା ସମୟରେ ଟୁଙ୍ଗୁରୁଙ୍କର ଦେଖା ହୁଏ ବର୍ଷା ନାମକ ଜଣେ ବିବାହିତ ମହିଳାଙ୍କ ସହିତ । ବାସ୍, ତାପରେ ଆରମ୍ଭ ହୋଇଯାଇଥିଲା ଦୁହିଙ୍କ ମଧ୍ୟରେ କଥାବର୍ତ୍ତା ଆଉ ପ୍ରେମ ସମ୍ପର୍କ । ତେବେ ବର୍ଷା ଭଡ଼ା ବାବଦରେ ୩୦୦ ଟଙ୍କା ଦେଇ ମାର୍କେଟ ବୁଲାଇବାକୁ କହୁଥିଲେ ବୋଲି କହିଛନ୍ତି ଟୁଙ୍ଗୁରୁ । ସେହିପରି ପ୍ରତ୍ୟେକ ଦିନ ଟୁଙ୍ଗୁରୁ ତାଙ୍କୁ ଗୋଲାପ ଫୁଲ ଦେଉଥିଲେ ବୋଲି କହିଛନ୍ତି ବର୍ଷା ।

ତେବେ ଟୁଙ୍ଗୁରୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଅଭିଯୋଗ ଆଣିଥିଲେ ବର୍ଷା । ଏପରିକି ସ୍ୱାମୀ ଓ ୨ ସନ୍ତାନଙ୍କୁ ଛାଡ଼ି ଟୁଙ୍ଗୁରୁଙ୍କୁ ବାହାହେବା ପାଇଁ ଭରତପୁର ଥାନାରେ ବସି ରହିଥିଲେ ଭାଉଜ ବର୍ଷା । ବର୍ଷା ଘରେ କିଛିଦିନ ଧରି ରହିଥିଲେ ଟୁଙ୍ଗୁରୁ । ପରେ ପୋଲିସକୁ ମାମଲା ଯିବା ପରେ ଦୁହେଁ ପରସ୍ପର ଉପରେ ଦୋଷାରୋପ ଆରମ୍ଭ କରି ଦେଇଥିଲେ ।

ତେବେ ବର୍ତ୍ତମାନ ଭାଇରାଲ କଲ ରେକର୍ଡ ରେ ଶୁଣିବାକୁ ମିଳୁଛି କିଛି ଅଲଗା କଥା ତେବେ ଟୁଙ୍ଗୁରୁ ବର୍ଷା ଙ୍କୁ କହୁଛନ୍ତି କି ତୁ ଏତେ ବ୍ୟସ୍ତ ହୁଅ ନାହିଁ । ମୁଁ ବର୍ତ୍ତମାନ ଆକ୍ଟିଂ କରିବି ଫେମସ ହେଇ ଯିବି ଦୁଇ କୋଟି ଟଙ୍କା ସମ୍ପତ୍ତି ଆସିବା ପରେ ଆମେ ଦୁହେଁ ପଳେଇବା ଆଉ ବାହା ହେଇଯିବା । ତେବେ ଏହି କଥା ବାର୍ତ୍ତା ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *