Exclusive: ସେପଟେ ବର୍ଷାଙ୍କୁ କହୁଛନ୍ତି ‘ତୁ ମୋ ଧନ, ମୁଁ ତତେ ହିଁ ବାହା ହେବି’ ଆଉ ଏପଟେ ମନା କହୁଛନ୍ତି ‘ମୁଁ କାହିଁକି ତାକୁ ବାହା ହେବି, ସେ ଗୋଟେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ଘଟଣା ହେଉଛି ବିବାହିତା ମହିଳା ଏବଂ ଟୁଙ୍ଗୁରୁ ଭୋଳଙ୍କ କାହାଣୀ । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ଏହି ଘଟଣାର । ଜଣେ ବିବାହିତା ମହିଳା ତାଙ୍କର ଆଉ ତାଙ୍କ ସ୍ବାମୀଙ୍କର ଇଜ୍ଜତ ମହତ ଭୁଲି ଏଭଳି କିଛି କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ସେ ନିଜ ସ୍ଵାମୀଙ୍କ କଥା ଭୁଲି ଯାଇ ଜଣେ ଯୁବକଙ୍କ ପ୍ରେମରେ ପଡିଛନ୍ତି । ଆଉ ସେ ଜିଦ୍ ଧରି ବସିଛନ୍ତି କି ମୁଁ ସେହି ଯୁବକକୁ ବିବାହ କରିବି ।

ଆଉ ଏହି ସମ୍ପର୍କରେ ସେହି ବିବାହିତା ଟୁଙ୍ଗୁରୁ ଭୋଳ କହିଛନ୍ତି, ମୁଁ ଅଟୋ ଚଲାଏ । ତେବେ ପ୍ରଥମେ ଆମର ଏମ୍ସ ହସ୍ପିଟାଲରେ ଦେଖା ହେଲା । ଏମ୍ସ ହସ୍ପିଟାଲରେ ମୋତେ ସେ କହିଲେ ଭଡ଼ା ନିଅ ଆଉ ମୋତେ ଛାଡ଼ିଦିଅ । ମୋ ଦେହ ଅସୁସ୍ଥ ଅଛି ବୋଲି ସେ ମୋତେ କହିଲେ । ଆଉ ନେବା ଆଣିବା ପାଇଁ ମୋ ଫୋନ ନମ୍ୱର ମାଗିକି ନେଲେ । ଆଉ ମୋତେ ଫୋନ୍ କରନ୍ତି ନେବା ଆଣିବା କରିବାକୁ ।

ତାପରେ ମୁଁ ତାଙ୍କୁ ଛାଡ଼ିବାକୁ ତାଙ୍କ ଘରକୁ ବି ଯାଏ । ଆଉ ସେ ମୋତେ ଘରକୁ ଡାକିଲେ ଆଉ ଖାଇବାକୁ ବି ଦେଲେ । ଆଉ କହିଲେ ଆମେ ଗୋଟେ ଶେଲ୍ଫି ଉଠାଇବା । ମୁଁ କହିଲି ମୋର କିଛି ଅସୁବିଧା ହେବନି କି ସେ କହିଲା ନାଁ ନାଁ କିଛି ଅସୁବିଧା ହେବନି । ତେବେ ତାପରେ ସେ ମୋତେ କୋର୍ଟ ମ୍ୟାରେଜ୍ କରିବାକୁ ବାଧ୍ୟ କରିଲା । ମୁଁ କହିଲି ତମର ପୁଅ ଦୁଇଟି ଅଛି, ଆଉ ଶାଶୁ ଶଶୁର ଘର ମୁଁ ତୁମକୁ ବାହା ହେଇ ପାରିବିନି ।

ତେବେ କିନ୍ତୁ ବର୍ତ୍ତମାନ ଆଉ ଏକ କଲ ରେକର୍ଡ ବର୍ଷା ଆଣିଛନ୍ତି ଯେଉଁଥିରେ ବର୍ଷା ଟୁଙ୍ଗୁରୁ କୁ ଫୋନ କରିଥିଲେ ଏବଂ ମିଛ ରେ କହିଥିଲେ ଯେ, ସେ ନିଜର ହାତ କାଟି ଦେଇଛନ୍ତି ଏବଂ ଏଥିପାଇଁ ହସ୍ପିଟାଲ ଆସିଛନ୍ତି । ଏହା ସହିତ ବର୍ଷା ଟୁଙ୍ଗୁରୁ ଙ୍କୁ ଫୋନ ରେ ଆପଣ ବୋଲି କହି ସମ୍ବୋଧନ କରିଥିଲେ ଯେଉଁ କାରଣରୁ ଟୁଙ୍ଗୁରୁ ତାଙ୍କ ଉପରେ ରାଗିଥିଲେ ।

ତେବେ ଏହାପରେ ସେ କହିଛନ୍ତି ଯେ, ସେ କେବଳ ବର୍ଷା ଙ୍କୁ ହିଁ ନିଜ ଘରକୁ ବୋହୁ କରି ନେବେ ଓ ସାରା ଓଡ଼ିଶା ତାଙ୍କ ବାହାଘର ଦେଖିବ । ତେବେ ପୂର୍ବରୁ ନିଜକୁ ନିର୍ଦୋଷ ବୋଲି କହୁଥିବା ଟୁଙ୍ଗୁରୁ ଏବେ ସ୍ଵୟଂ ସତ କୁ ଫୋନ ରେ ସ୍ୱୀକାର କରିଛନ୍ତି ।

ତେବେ କିନ୍ତୁ ଯେତେବେଳେ ଏହି କଲ ରେକର୍ଡ କଥା ଟୁଙ୍ଗୁରୁ କୁ ପଚରା ଗଲା ସେତେବେଳେ ସେ କହିଥିଲା କି ମୁଁ କଣ ପାଇଁ ତାକୁ ବାହା ହେବି । ଯିଏ ତୁମକୁ ଗାଇଡ଼ କରୁଛି ତା ପାଖକୁ ଯାଅ । ମୁଁ ତାକୁ ବାହାହେବି ନାହିଁ । ତେବେ କିଏ କଣ କହୁଛି ତାହା ଉପରେ ବର୍ତ୍ତମାନ ସମସ୍ତେ ଦ୍ଵନ୍ଦ ରେ ଅଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *