Breaking News: ବର୍ତ୍ତମାନର ବଡ ଖବର, ଆଜି ଠାରୁ ବନ୍ଦ ରହିବ ସମସ୍ତ ପେଟ୍ରୋଲ ପମ୍ପ, ଦେଖନ୍ତୁ କେଉଁ ଦିନ ପର୍ଯ୍ୟନ୍ତ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜିଠାରୁ ୨ ଦିନ ପାଇଁ ଧର୍ମଘଟ କୁ ଓହ୍ଲାଇବ ପେଟ୍ରୋଲିୟମ ଡିଲର ଆସୋସିଏସନ । ଆଜିଠାରୁ ସନ୍ଧ୍ୟା ୬ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ପେଟ୍ରୋଲପମ୍ପ । ସରକାର ଟ୍ୟାକ୍ସ କମାଇବା ଦ୍ଵାରା ପେଟ୍ରୋଲ ପମ୍ପ ଡିଲର୍ସ ମାନେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି । ଏଥିପାଇଁ ତୈଳ କମ୍ପାନୀ ମାନଙ୍କ ଠାରୁ କ୍ଷତି ପୁରଣ ଦାବୀ କରୁଛନ୍ତି ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ତୈଳ କମ୍ପାନୀ ବିରୁଦ୍ଧରେ ଆଇନ ର ସହାୟତା ନିଆଯିବ ।

୨ ଦିନ ଧରି ତୈଳ କମ୍ପାନୀ ମାନଙ୍କ ଠାରୁ କୌଣସି ପ୍ରଡ଼କ୍ଟ କିଣା ହବନାହିଁ ବୋଲି ଡିଲର୍ସ ଆସୋସୋସିୟନ ପକ୍ଷରୁ କୁହାଯାଇଅଛି । ତେବେ ସେମାନେ କହିଛନ୍ତି ଯେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଙ୍କୁ ଆମ୍ଭର ଅନୁରୋଧ ଯେ ଯେତେବେଳେ ସେମାନେ କୌଣସି ଭ୍ୟାଟ କମଉଛନ୍ତି ସେମାନେ ଗ୍ରାଜୁଆଲି କମାନ୍ତୁ ।

କମେଇବା ପାଇଁ ଗଲେ ଆମ୍ଭେ ଯେତେ କମାଇବା ଜନ ସାଧାରଣଙ୍କ ସାଙ୍ଗରେ ଅଛୁ, ମାତ୍ର ଯେଉଁ ଅତ୍ୟଧିକ ମୂଲ୍ୟବୋଧ ରହୁଛି, ଜନସାଧାରଣଙ୍କୁ ମଧ୍ୟ ବୋଝ ପଡୁଛି ଏବଂ ଆମ୍ଭକୁ ମଧ୍ୟ କଷ୍ଟ ହେଉଛି । ରେଟ କମିଲେ ଆମ୍ଭେ ଖୁସି ମାତ୍ର ଯେଉଁଭଳି ଭାବରେ ସେମାନେ କମଉଛନ୍ତି ସେଟା ଡିଲର ମାନେ ପମ୍ପ ଚଳାଇବା ବହୁତ କଷ୍ଟ । ବର୍ତ୍ତମାନ ୯.୫୦ ପେଟ୍ରୋଲରେ ଏବଂ ଡିଜେଲ ରେ ୭ ଟଙ୍କା କମାଇଲେ ଯାହାକି ଜଣେ ଜଣେ ଡିଲର ରାତାରାତି ୧୦ ରୁ ୧୨ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି ।

ଏଣୁ ଆମ୍ଭେ ସମସ୍ତ ଜନସାଧାରଣ ଙ୍କ ସ୍ଵାର୍ଥ କୁ ଦ୍ରୁଷ୍ଟି ରେ ରଖି ଦିନରେ ପମ୍ପ ଖୋଲା ରହିବ ଏବଂ ୨ ଦିନ ପାଇଁ ସିମ୍ବଲିକ ସନ୍ଧ୍ୟା ୬ ରୁ ସକାଳ ୬ ବନ୍ଧ ରହିବ ଏବଂ କମ୍ପାନୀ ରୁ କୌଣସି ପ୍ରଡ଼କ୍ଟ ନ ଉଠାଇବା ପାଇଁ ଡିଲର ମାନଙ୍କୁ କୁହାଯାଇଅଛି । ତେବେ ଗୋଟେ ପାର୍ଶ୍ଵ ରେ ଡିଜେଲ ଏବଂ ପେଟ୍ରୋଲ ଦରଦାମ କମାଇବା ଜନସାଧାରଣ ଙ୍କ ପାଇଁ ଆନନ୍ଦ ର ବିଷୟ ହେଲା ବେଳକୁ ଅନ୍ୟ ପାର୍ଶ୍ଵ ରେ ଡିଲର ମାନଙ୍କ ପାଇଁ ଏହା କାଠିକର ପାଠ ପାଲଟି ଯାଇଛି ଅର୍ଥାତ ଡିଲର ମାନେ ଅନେକ କ୍ଷୟକ୍ଷତି ସହୁଛନ୍ତି ବୋଲି କହିଛନ୍ତି ।

ତେବେ ଏ ନେଇ ସରକାର କେଉଁ ପଦକ୍ଷପ ଗ୍ରହଣ କରୁଛନ୍ତି ତାହା ଦେଖିବା ଅପେକ୍ଷାର ବିଷୟ ପାଲଟିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *