ନମସ୍କାର ବନ୍ଧୁଗଣ, ଗାଡି କାହାକୁ ଟଙ୍କା ମାଗିବାର କଥା ଆପଣ ଶୁଣିଛନ୍ତି ନା ଦେଖିଛନ୍ତି । କିନ୍ତୁ ବର୍ତ୍ତମାନର ଏକ ଖବର ଅନୁଯାୟୀ ବ୍ଲକ ଅଫିସ ଆଗରେ ଟଙ୍କା ମାଗୁଛି ବୋଲର । ବକେୟା ଟଙ୍କା ପାଇଁ ଅଭିନବ ପ୍ରତିବାଦ । ପୋଷ୍ଟର ଲାଗିଛି ପଇସା ନ ମିଳିବା ଯାଏ ଗାଡି ଅଫିସ ସାମ୍ନାରୁ ଉଠିବ ନାହିଁ । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ କରୁଥିବ କି ବୋଲର ଗାଡିରେ ପୋଷ୍ଟର ଲଗାଇ ବୋଲରକୁ ଅଫିସ ଆଗରେ ଛାଡି ଦେଇ କିଭଳି ନ୍ୟାୟ ମାଗୁଛନ୍ତି । ତେବେ ଏହା ପଚରା ରହସ୍ୟ ତଥା କାରଣ ଆସନ୍ତୁ ଜାଣିବା ।
ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ତୁମୁରିବନ୍ଧ ବ୍ଲକ ଅଫିସ ସାମ୍ନାରେ ଦେଖିବା ପାଇଁ ମିଳିଛି । ବୋଲର ଗାଡିର ଚାରି ପାଖରେ ବକେୟା ଟଙ୍କା ଫେରି ପାଇବା ପାଇଁ ପୋଷ୍ଟର ମଡା ଯାଇଛି । ଏବଂ ସେହି ପୋଷ୍ଟରରେ ଲେଖା ଯାଇଛି 9 ରୁ 10 ଲକ୍ଷ ବକେୟା ଟଙ୍କା ନ ମିଳିବା ଯାଏ ଏଠାରୁ ଗାଡି ବିଲକୁଲ ମଧ୍ୟ ହଟିବ ନାହିଁ । ଏହା ଛଡା ବକେୟା ଟଙ୍କା ପାଇଁ ଗାଡି ମାଲିକ ବିଡିଓ ସମେତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ।
ଗାଡି ମାଲିକ ଜଣଙ୍କ ଦୀର୍ଘ ତିନି ଦିନ ହେବ ବ୍ଲକ ଅଫିସ ଆଗରେ ଗାଡିଟିକୁ ରଖି ସେଥିରେ ପୋଷ୍ଟର ଲଗାଇଦେଇ କେଉଁଆଡେ ଚାଲି ଯାଇଛନ୍ତି । ବାସ ଗାଡିକୁ ଧାରଣାରେ ଏକା ଛାଡି ଦେଇ ଯାଇଛନ୍ତି । ଆଉ ଗାଡି ନିଜ ଦେହରେ ଲାଗିଥିବା ପୋଷ୍ଟର ଜରିଆରେ ମାଗୁଛି ନ୍ୟାୟ ।
ତେବେ ଗାଡି ମାଲିକ ଜଣଙ୍କୁ ଫୋନ ଦ୍ଵାରା ଯୋଗାଯୋଗ କରାଯାଉଥିଲେ ମଧ୍ୟ ସେ କାହାର ବି ଫୋନ ଉଠାଉ ନାହାନ୍ତି । ଏହା ସହିତ ସମ୍ପୃକ୍ତ ବୋଲର ଗାଡିକୁ ବିଡିଓ ବ୍ୟବହାର କରୁଥିବା ଗାଡି ଆଗରେ ରଖି ଦେଇଥିବାରୁ ବିଡିଓ ମଧ୍ୟ ନିଜ ଗାଡିକୁ ବ୍ୟବହାର କରି ପାରୁନାହାନ୍ତି । ବିଡିଓଙ୍କୁ ଏହା ସମ୍ପର୍କରେ ପଚାରିବାରୁ ବିଡିଓ କିଛି ଜାଣି ନଥିବା କହି କଥାକୁ ଏଡାଇ ଦେଉଛନ୍ତି ।
ବ୍ଲକର କାର୍ଯ୍ୟର ବ୍ୟବହାର ପାଇଁ ବୋଲର ଗାଡିଟି ନିୟୋଜିତ ହୋଇଥିଲେ ମଧ୍ୟ ବକେୟା ଟଙ୍କା ଆଜି ଯାଏ ମିଳିନାହିଁ । ଯେଉଁଥିପାଇଁ ଗାଡି ମାଲିକ ବ୍ଲକ ଅଫିସ ଆଗରେ ଗାଡି ରଖି ଦେଇ କେଉଁ ଆଡେ ଚାଲି ଯାଇଛନ୍ତି । ତେବେ ଏଭଳି ଏକ ଘଟଣା ସମ୍ପର୍କରେ ଆପଣ ମାନଙ୍କ ମତ କଣ ରହିବ ତାହା ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ ।