ଦର୍ଶକ ବନ୍ଧୁ ନବ ଦାସଙ୍କର ହତୟଆକାରୀ ଗୋପାଳ ଦାସ ଏବେ ଚୌଦ୍ଵାର ଜେଲରେ ଅଛି । ଗୋପାଳର ନାର୍କୋ ଟେଷ୍ଟ ଶେଷ ହେବା ପରେ ତାକୁ ଝାରସୁଗୁଡା ଅଣା ଯାଇଥିଲା ସେଠାରେ ତାର ବୟାନ ରେକର୍ଡ କରାଯିବା ପରେ ତାକୁ ଚୌଦ୍ଵାର ଜେଲ ପଠା ଯାଇଛି । ଏବେ ଗୋପାଳ ଜେଲରେ ଥାଇ ପେପର ପଢୁଛି ଆଉ ଭାଗବତ ପାଠ କରୁଛି । ଗୋପାଳକୁ ନେଇ ସାରା ଓଡିଶାବାସୀ ନିଜର ମତ ରଖିଛନ୍ତି ।
ଆଉ ଏହାରି ମଧ୍ୟରେ ଆଇନଜୀବୀ ସୁମନ୍ତ ସ୍ଵାଇଁ ଗଣମାଧ୍ୟମ ଆଗରେ ଆସି ଏକ ବଡ ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଲାଣି । ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆଇନଜୀବୀ ସୁମନ୍ତ ସ୍ଵାଇଁ କହିଛନ୍ତି-‘ଆଜ୍ଞା ଦେଖନ୍ତୁ ମୁଁ ଆଇନଜୀବୀ ହେଲେ ମଧ୍ୟ ଆଜି ଗୋପାଳ ଦାସଙ୍କ ପାଇଁ ନିଜ ତରଫରୁ କେସ ଫାଇଲ କରିଛି ।
ଗୋପାଳ ଦାସକୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ତାର ପରିବାରକୁ କିପରି ସୁରକ୍ଷା ଯୋଗାଇ ଦିଆଯିବ । ଯେପରି ପୂର୍ବରୁ ମମିତା ମେହେର ହତୟଆକାଣ୍ଡରେ ଗୋବିନ୍ଦ ସାହୁକୁ ଆତ୍ମହତୟଆର ରୂପ ଦିଆ ଯାଇଥିଲା ତାର ପୁନରାବୃତି ନ ହେବା ପାଇଁ ମୁଁ ଆଜି ଏ ଫାଇଲଟି ଆବେଦନ କରିଛି । ଦେଖନ୍ତୁ ଆଗରୁ ଅନେକ ଥର ଗୋପାଳର ମେଡିକାଲ ଟେଷ୍ଟ ହୋଇଛି ଆଉ ସେ ପାଗଳ ବୋଲି ଆଖ୍ୟା ଦିଆ ଯାଇଛି ।
ଆଉ ପୁଣି ତାର ମେଡିକାଲ ଟେଷ୍ଟ କରେଇବା ମୁଁ ଭାବୁଛି ମୋ ପକ୍ଷେ ଏଇଟା ଠିକ ନୁହେଁ । ମୁଁ ଆବେଦନ କରିଛି ତା ସେଲରେ ସେ ଯାହା ବି କରୁଛି ସବୁ ସିସିଟିଭିରେ କଏଦ ହେବା ଦରକାର । ଯଦି ଏହାର ବିଚୂତ ଘଟେ ଯଦି ବିନା ସିସିଟିଭିରେ ସେ ଆତ୍ମହତୟଆ କରେ ବୋଲି କୁହାଯାଏ ତା ହେଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ, ହୋମ ଡିପାର୍ଟମେଣ୍ଟ ଦାୟୀ ରହିବେ ଏବଂ ମାନ୍ୟବର କୋର୍ଟ ବି ଦାୟୀ ରହିବେ ।
କାହିଁକି ନା ଓଡିଶାବାସୀ ଏବେ ବହୁତ କୋର୍ଟ ଉପରେ ଆଶା ବିଶ୍ଵାସ ରଖିଛନ୍ତି । ତେଣୁ ସମ୍ବିଧାନ କେବେ ହେଲେ ଯାହା ଭୁଲ ସେଇ ବାଟରେ ଯିବ ନାହିଁ । ନିହାତି ଭାବେ ସତ୍ୟ ସାମ୍ନାକୁ ଆସିବ ମୁଁ ମଧ୍ୟ ଗୋପାଳକୁ ଭେଟିବା ପାଇଁ ଯିବି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।