ହିମାଳୟରୁ ଆରମ୍ଭ ଅଫିସର ବାବୁଙ୍କ ପ୍ରେମ କାହାଣୀ ! ଦେଖନ୍ତୁ ଏହି ଲିଷ୍ଟରେ କେଉଁ କେଉଁ ଅଫିସର ଅଛନ୍ତି ସାମିଲ ? (List Of Bureaucrat Couples)

ମସୁରୀରେ ଦେଖାସାକ୍ଷାତ ପରେ ଆରମ୍ଭ ହେଉଛି ଭଲପାଇବା । ହିମାଳୟର ପାଦଦେଶରେ ଲେଖା ଯାଉଛି ବାବୁଙ୍କ ପ୍ରେମ କାହାଣୀ । ଓଡ଼ିଶାର ଦୁଇ ଜିଲ୍ଲାପାଳଙ୍କ ଦ୍ୱିତୀୟ ବିବାହ ପରେ ଏବେ ଅଫିସର ବାବୁଙ୍କ ପ୍ରେମ କାହାଣୀକୁ ନେଇ ରାଜ୍ୟରେ ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ମସୁରୀରେ ଥିବା ପ୍ରଶାସନିକ ଅଧିକାରୀଙ୍କ ତାଲିମ କେନ୍ଦ୍ରରୁ ହିଁ ଆରମ୍ଭ ହେଉଥିବା ଏହି ପ୍ରେମ କାହାଣୀରେ ନା ଧର୍ମ ବାଧକ ସାଜୁଛି ନା ବୟସ କଣ୍ଟା ହେଉଛି ।

ଏମିତି ଅନେକ ଅଫିସର ଅଛନ୍ତି ଯେଉଁ ମାନଙ୍କ ପ୍ରେମ ପରବର୍ତ୍ତୀ ସମୟରେ ବିବାହ ବନ୍ଧନରେ ପରିବର୍ତ୍ତିତ ହୋଇଛି । ତେବେ ଆସନ୍ତ ରାଜ୍ୟ ତଥା ଦେଶର ସେହି ଭଳି କିଛି ଆଇଏଏସ ଏବଂ ଆଇପିଏସଙ୍କ ବିବାହ ଉପରେ ନଜର ପକେଇବା । ଓଡିଶା ସରକାରରେ 5T ସଚିତ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଭିକେ ପାଣ୍ଡିୟାନ ଜଣେ ପ୍ରଶାସନିକ ସେବା ଅଧିକାରୀଙ୍କୁ ବିବାହ କରିଛନ୍ତି ।

ଭିକେ ପାଣ୍ଡିୟାନ ଓଡିଶା ସରକାରରେ ମିସନ ଶକ୍ତି ନିର୍ଦ୍ଦେଶିକା ଥିବା ଆଇଏଏସ ସୁଜାତା ପାଣ୍ଡିୟାନଙ୍କୁ ବିବାହ କରିଛନ୍ତି । 1996 ବ୍ୟାଚରେ ଆଇଏଏସ ଅଫିସର ଅର୍ବିନ ପାଢି ବର୍ତ୍ତମାନ ଓଡିଶା ସରକାରରେ କୃଷି ବିଭାଗର ମୁଖ୍ୟ ସଚିବ ରହିଛନ୍ତି । ସେ ଓଡିଶାର ପରିବହନ ସଚିବ ଉଷା ପାଢିଙ୍କୁ ବିବାହ କରିଛନ୍ତି । ଭୁବନେଶ୍ବରର ସାଂସଦ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ମଧ୍ୟ ଜଣେ ଆଇଏଏସ ଅଫିସରଙ୍କୁ ବିବାହ କରିଛନ୍ତି ।

ସେ ବର୍ତ୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଥିବା ଆଇଏଏସ ଅଫିସର ସନ୍ତୋଷ ଷଡଙ୍ଗୀଙ୍କୁ ବିବାହ କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ଆଇଏଏସ ଅଧିକାରୀ ସୁଶୀଲ ଲୁହାନି ଆଇପିଏସ ଅଫିସର ରେଖା ଲୋହାନିଙ୍କୁ ବିବାହ କରିଛନ୍ତି । ଭାରତ ସରକାରରେ କଞ୍ଜୁମର ଅଫେୟାର୍ସ ମନ୍ତ୍ରାଳୟର ସଚିବ ଥିବା ଆଇଏଏସ ଅଧିକାରୀ ସଂଜୀବ ଚୋପଡା କେନ୍ଦ୍ର ସରକାରରେ ଅତିରିକ୍ତ ସଚିବ ଦାୟିତ୍ଵରେ ଥିବା ରଞ୍ଜନା ଚୋପଡାଙ୍କ ସହ ବିବାହ କରିଛନ୍ତି ।

ଆଇଏଏସ ଅଫିସର ରୂପା ରୋଷନ ସାହୁଙ୍କୁ ବିବାହ କରିଛନ୍ତି ଆଇପିଏସ ଅନୁପ ସାହୁ । ଆଇଏଏସ ମନୋଜ ଆହୁଯା ଆଇଏଏସ ଆରତୀ ଆହୁଯାଙ୍କୁ ବିବାହ କରିଛନ୍ତି । ଆଇଏଏସ ସୌରବ ଗୌର ଆଇଏଏସ ଅନୁଗରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେହି ପରି ଆଇପିଏସ ଶୁଭା ଶର୍ମା ଆଇଏଏସ ଅଫିସର ଭାସ୍କର ଜ୍ୟୋତି ଶର୍ମାଙ୍କୁ ବିବାହ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *