ନିକଟରେ ମୃତ୍ୟୁ ବାରାଁ କରିଥିବା Odia Celebrity ଯାହାଙ୍କ ପାଇଁ ଆଜି ବି କାନ୍ଦୁଛି ଓଡିଆ ସିନେ ଜଗତ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କିଛି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଏବେ ଆମ ମାନଙ୍କ ଗହଳରେ ନାହାନ୍ତି । ବିଗତ ଦିନରେ ଏମାନଙ୍କର ମୃତ୍ୟୁ ହୋଇଛି । ଯାହାଙ୍କ ବିୟୋଗରେ ଓଡିଆ ସିନେ ଦୁନିଆରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । ଆଜି ବି ଏମାନଙ୍କୁ ଓଡିଆ ସିନେ ଜଗତ ଝୁରୁଛି। ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ ।


୧. ଦର୍ଶକ ବନ୍ଧୁ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିରେ ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ଆପଣ ମାନେ ସମସ୍ତେ ବିଜୟ ମହାନ୍ତିଙ୍କୁ ଅନେକ ଓଡିଆ ସୁପର ହିଟ ଫିଲ୍ମରେ ଦେଖିଥିବେ । ତେବେ ୨୦୨୦ ମସିହା ତଥା କରୋନା କାଳ ସମୟରେ ବିଜୟଙ୍କ ପରଲୋକ ଘଟି ଥିଲା । ହାର୍ଟ ଆଟାକ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଦୀପା ସାହୁ । ଓଡିଆ ଆଲବମ ଜଗତରେ ଅଭିନୟ କରି ଦୀପା ସୁନାମ ଅର୍ଜନ କରିଥିଲେ ଏବଂ ତାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଥିଲା । ତେବେ ୨୦୨୦ ମସିହାରେ ଆମ ମାନଙ୍କ ପ୍ରିୟ ଦୀପା ସାହୁ ମୃତ୍ୟୁ ବରଣ କରିଥିଲେ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଦୀପା ଏ ଦୁନିଆ ଛାଡି ଥିଲେ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଆସୁଛନ୍ତି ଓଲିଉଡର ଜବରଦସ୍ତ ଗାୟିକା ତପୁ ମିଶ୍ର । ତପୁ ଅନେକ ସୁପର ହିଟ ଗୀତ ଗାଇଛନ୍ତି । ତାଙ୍କ ଗୀତ ଗୁଡିକୁ ଶୁଣିବା ପାଇଁ ଲୋକ ମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ଗତ କିଛି ଦିନ ତଳେ ତପୁ ମୃତ୍ୟୁ ବରଣ କରିଥିଲେ । ତାଙ୍କର ବିୟୋଗ ସମୟରେ ସାରା ଓଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଥିଲା ।

୪ . ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସାଲିଲ ମିତ୍ର । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସଲିଲ ମିତ୍ରଙ୍କ ଜବରଦସ୍ତ କମେଡି ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ସଲିଲ ଓଡିଆ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଥିଲେ ହେଲେ ଏକ ସଡକ ଦୁର୍ଘଟଣାରେ ସଲିଲ ପ୍ରାଣ ହରାଇ ଥିଲେ ।

୫. ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ମିହିର ଦାସ । ଆପଣ ମାନେ ସମସ୍ତେ ମିହିରଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ମିହିର ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିଲେ । ହେଲେ ଗତ କିଛି ଦିନ ତଳେ ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୀର୍ଘ ଦିନ ଧରି କିଡ୍ନି ଜନିତ ରୋଗରେ ପୀଡିତ ଥିଲେ ।

୬. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ତିଳୋତମା ଖୁଣ୍ଟିଆ । ଓଡିଆ ଚଳଚିତ୍ର ଏବଂ ସିରିଏଲ ଜଗତରେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ତିଳୋତମା ଲୋକପ୍ରିୟତା ହାସଲ କରିଥିଲେ । ହେଲେ ଗତ କାଲି ତାଙ୍କର ହାର୍ଟ ଆଟାକ ଯୋଗୁଁ ପରଲୋକ ଘଟିଛି । ଏହା କାରଣରୁ ସାରା ଓଡିଶାରେ ଏବେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *