ଦର୍ଶକ ବନ୍ଧୁ ଦଶମରେ ପଢୁଥିବା ବେଳେ ଗାଁରୁ ରାଗି ଭୁବନେଶ୍ବର ଚାଲି ଆସିଥିଲେ ଅର୍ଚ୍ଚନା ନାଗ । ଏଠାରେ ଦୀର୍ଘ ଦିନ ଧରି ଏକ ବିଉଟି ପାର୍ଲରରେ କାମ କରୁଥିଲେ । ପାର୍ଲରରେ ଆସୁଥିବା ସମ୍ଭ୍ରାନ୍ତ ମହିଳା ମାନଙ୍କୁ ଦେଖି ମନେ ମନେ ସ୍ତିର କରିଦେଇଥିଲେ ଯେ, ସେ ବି ଦିନେ ଧନୀ ହେବେ । ହେଲେ ଏଥିପାଇଁ ସେ ଯେଉଁ ବାଟ ବାଛିଲେ ତାହା ଆଜି ତାଙ୍କୁ ଜେଲ ଚାରି କାନ୍ଥ ଭିତରେ ବନ୍ଦୀ କରି ଦେଇଛି ।
ମହିଳା ବ୍ଲାକ ମେଲର ଅର୍ଚ୍ଚନା ନାଗ ଗିରଫ ହେବା ପରେ ତାଙ୍କ କଳା କାର୍ଣ୍ଣମାର ପରଦାଫାସ ହେଇଛି । ଅର୍ଚ୍ଚନା ପ୍ରଥମେ ନିଜ ଚେହେରାରେ ପରିବର୍ତ୍ତନ ଆଣିଥିଲେ । ବିଭିନ୍ନ ପ୍ରସାଧନ ସାମଗ୍ରୀ ବ୍ୟବହାର କରି ସେ ନିଜ କଳା ଚେହେରାକୁ ଗୋରା କରିଥିଲେ, ପରେ ସେହି ଚେହେରାର ମାୟା ଜାଲରେ ଜଣେ ପରେ ଜଣେ ବଡ ବଡିଆ ମାନଙ୍କୁ ଫସାଇ ଥିଲେ ।
ଗୁପ୍ତ କ୍ୟାମେରାରେ ସେମାନଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରି ପରେ ତାଙ୍କୁ ବ୍ଲାକ ମେଲ କରୁଥିଲେ । କେବଳ ନିଜେ ନୁହେଁ ଅନ୍ୟ ଯୁବତୀ ମାନଙ୍କୁ ଏଥିରେ ସାମିଲ କରି ଖରାପ କାମରେ ଲଗାଉ ଥିଲେ । ଏହି ଉପାୟରେ କଳାହାଣ୍ଡି କେଶିଙ୍ଗାର ଆଦିବାସୀ ଅଞ୍ଚଳରୁ ଆସିଥିବା ଅର୍ଚ୍ଚନା ମାତ୍ର 6-7 ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ମାଲିକିଆଣୀ ହୋଇଗଲେ ।
ସେ ଏମିତି ମାୟା ରଚୁ ଥିଲେ ଯେ, ନେତାଙ୍କ ଠାରୁ ଆରମ୍ଭ କରି ସୁନା ଗହଣା ବିକୁ ଥିବା ଅନେକ ବଡ ବଡ ବିଜନେସ ମ୍ୟାନ ତାଙ୍କ ପାଖରେ ଫସି ଯାଉଥିଲେ । ଏମିତି କି ଫିଲ୍ମ ପ୍ରଯୋଜକ ମାନେ ବି ଫସି ଯାଉଥିଲେ । ହେଲେ ଚଳଚିତ୍ର ଜଗତର ଲୋକପ୍ରିୟ ପ୍ରଯୋଜକ ଅକ୍ଷୟ ପରିଜା ତାଙ୍କ ଜାଲରେ ଫସି ଯାଇଥିଲେ ।
ଏହା ପରେ ଅର୍ଚ୍ଚନାଙ୍କୁ ମହଙ୍ଗା ପଡିଗଲା । ସେ ପୋଲିସ ଜାଲରେ ଫସି ଗଲେ । ତେବେ ଅର୍ଚ୍ଚନାଙ୍କ ଏହି ବିଶାଳ କଳା ସାମ୍ରାଜ୍ୟ ଛିଡା ହେବା ପଛରେ ଆଉ କିଛି ବଡ ବଡିଆ ଲୋକଙ୍କ ହାତ ଥିବା ଜଣା ପଡିଛି । ଜଣା ପଡିଛି ଯେ, ଅର୍ଚ୍ଚନା ବିଉଟି ପାର୍ଲରରେ କାମ କରୁଥିବା ବେଳେ ଏକ ଫିଲ୍ମ ପ୍ରଯୋଜକଙ୍କ ସହ ତାଙ୍କର ସମ୍ପର୍କ ଗଢି ଉଠି ଥିଲା । ରାକେଟର ମୁଖ୍ୟ ହୋଇ ସେ ଏସବୁ କରୁଥିଲେ ଆଉ ତାଙ୍କ ସହ ଥିଲେ ଜଣେ ହାସ୍ୟ ଅଭିନେତା ।
ତାଙ୍କ ନିର୍ଦ୍ଦେଶରେ ଅର୍ଚ୍ଚନା ସାମାଜିକ ଗଣମାଧ୍ୟମରେ କିଛି ବଡ ବଡିଆଙ୍କୁ ମିଠା ମିଠା କଥା କହି ଫସାଉ ଥିଲେ । ବିଶ୍ଵାସ ଜିତି ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ ଆଉ ଏହା ପରେ ତାଙ୍କୁ ବ୍ଲାକ ମେଲ କରୁଥିଲେ । ତେବେ ଜଣେ ହାସ୍ୟ ଅଭିନେତା ବି ଏଥିରେ ଆଗରୁ ସାମିଲ ଥିବା ନେଇ ସୂଚନା ମିଳିଛି । ହେଲେ ତାଙ୍କ ପରିଚୟ ବିଷୟରେ କୌଣସି ସୂଚନା ମିଳି ନାହିଁ । ତା ହେଲେ ଦର୍ଶକ ବନ୍ଧୁ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।