ବିଲ ମଝିରେ ହଠାତ ମାଡି ଆସିଲା ହାତୀ, ନିମିଷକ ମଧ୍ୟରେ ଦଳି ଦେଇ ନେଇଗଲା ଚାଷୀଙ୍କ ଜୀବନ…ଦେଖନ୍ତୁ Video

ବନ୍ଧୁଗଣ ଧାନ ଚାଷ କରିବାକୁ ପ୍ରତିଦିନ ଯାଇଥିଲେ ଚାଷୀ ଟିଏ ହେଲେ ଜାଣି ନଥିଲେ ବିଲରେ କାମ କରୁଥିବା ବେଳେ ତାଙ୍କ ଜୀବନ ଚାଲିଯିବ ବୋଲି । ହଠାତ ଚାଲି ଆସିଲେ ହାତୀ ଆଉ ଦଳି ଦେଇଗଲେ ଚାଷୀ ଜଣଙ୍କୁ । ବିଲ ମଝିରେ ଛଟପଟ ହୋଇ ତାଙ୍କ ପ୍ରାଣ ବାୟୁ ଉଡିଗଲା । ହିନ୍ଦୋଳ ଫରେଷ୍ଟ ରେଞ୍ଜର ରାସୋଳୋ ସେକ୍ସନ ରାସୋଳୋରେ ଧାନ କ୍ଷେତ ଜଗିବାକୁ ଯାଇ ଚାଲି ଗଲା ଗୋଟେ ନିରୀହ ଚାଷୀଙ୍କ ଜୀବନ ।

ଦର୍ଶକ ବନ୍ଧୁ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ରାସୋଳୋ ଅଞ୍ଚଳର । ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ଆଉ ଏହି ଖବରଟି ସମସ୍ତଙ୍କୁ ଚକିତ କରିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ତେବେ ଦର୍ଶକ ବନ୍ଧୁ ମୃତକ ଜଣକ ହେଲେ ରାସୋଳୋ ମୁଣ୍ଡିଆ ସାହିର ପଞ୍ଚୁ ବେହେରା । ସେ ସୋମବାର ସକାଳୁ ନିଜ ଧାନ କ୍ଷେତ ବୁଲିବାକୁ ଯାଇଥିଲେ । ଆଉ ଠିକ ସେତିକି ବେଳେ ହଠାତ ଏକ ଦନ୍ତା ହାତୀ ମୁହଁରେ ପଡି ଯାଇଥିଲେ । ଏହା ପରେ ବିକଳ ହୋଇ ଚିତ୍କାର କରିବାକୁ ଲାଗିଥିଲେ ପଞ୍ଚୁ ବେହେରା । ହେଲେ ପାଖରେ ତାଙ୍କର ଆଉ କେହି ନଥିବାରୁ ହାତୀ କବଳରୁ ସେ ବର୍ତ୍ତୀ ପାରି ନଥିଲେ ।

ଏହା ଫଳରେ ବିଲ ମଝିରେ ହିଁ ହାତୀଟି ତାଙ୍କୁ ଦଳି ମକଚି ଦେଇଥିଲା । ଯାହାଫଳରେ କି ବିଲ ମଝିରେ ହିଁ ପଞ୍ଚୁ ବେହେରାଙ୍କ ମୃତ୍ୟୁ ଘଟିଲା । ତେବେ ଘଟଣା ସ୍ଥଳରେ ହାତୀ ଉପଦ୍ରବର ଚିହ୍ନ ଦେଖିବାକୁ ମିଳିଛି । ଖବର ପାଇ ବନ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ମର ଶରୀରକୁ ଉଦ୍ଧାର କରିଛନ୍ତି । ତେବେ ଏଠାରେ ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢୁ ଥିବା ବେଳେ ଲୋକେ ଏବେ ଘରୁ ବାହାରିବା ମଧ୍ୟ ସୁରକ୍ଷିତ ମନେ କରୁ ନାହାନ୍ତି ।

ଦର୍ଶକ ବନ୍ଧୁ ଏବେ ଏହି ଘଟଣାକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଆଉ ଅନେକ ଲୋକ ଏହି ଘଟଣା ବିଷୟରେ ଜାଣି ନିଜର ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *