ତୃତୀୟ ଶ୍ରେଣୀରେ ପଢୁଥିବା କୁନି ପୁଅ ବବି ଦଶମ ଶ୍ରେଣୀ ପିଲାଙ୍କୁ ପଢାଉଛି ଗଣିତ, ପ୍ରଶଂସା କରି Sonu Sood କହିଲେ କିଛି ଏମିତି…

ବନ୍ଧୁଗଣ ଯଦି ଆମେ ଭାରତର ବିହାର ରାଜ୍ୟ ବିଷୟରେ କହିବା ତା ହେଲେ ବିହାରରେ ଥିବା କୌଣସି ପ୍ରତିଭା ଲୁଚି ରହେ ନାହିଁ । ସମସ୍ତ କ୍ଷେତ୍ରରେ ବିବାହର ଯୁବପିଢିଙ୍କ ଭୂମିକା ରହିଥାଏ । ଏଠାରେ ଛୋଟ ଛୋଟ ପିଲା ମାନଙ୍କ ମଧ୍ୟରେ ବି ପ୍ରତିଭା ରହିଥାଏ । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଛାତ୍ର ବିଷୟରେ କହିବାକୁ ଯାଉଛୁ ଯିଏ ତୃତୀୟ ଶ୍ରେଣୀରେ ପାଠ ପଢୁଛି ହେଲେ ଦଶମ ଶ୍ରେଣୀର ଛାତ୍ର-ଛାତ୍ରୀ ମାନଙ୍କୁ ଗଣିତ ପଢାଉଛି ।

ଦର୍ଶକ ବନ୍ଧୁ ଆପଣଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଛାତ୍ର ବିଷୟରେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଛାତ୍ର ଜଣକର ବିଷୟରେ କହିବାକୁ ଯାଉଛୁ ତାର ନାମ ହେଉଛି ବବି ରାଜ । ବବି ପାଟଣା ଜିଲ୍ଲାର ମସୋଢିରେ ରୁହେ । ବବି ରାଜ ଏବେ ପାଟଣାରେ ବହୁତ ଚର୍ଚ୍ଚାରେ ଅଛି ।

ବନ୍ଧୁଗଣ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ବବି ରାଜର ସ୍ମରଣ ଶକ୍ତି ଏତେ ଅଧିକ ରହିଛି ଯେ, ସେ ଦଶମ ଶ୍ରେଣୀର ସିଲାବସ ମନେ ରଖିଛି । ଅବଶ୍ୟ ବବି ରାଜର ବୟସ ବହୁତ କମ ହେଲେ ତାର ବୁଦ୍ଧି କୌଣସି ବିଦ୍ଵାନ ମଣିଷ ଠାରୁ କମ ନୁହେଁ । ବବି ରାଜ ଦଶମ ଶ୍ରେଣୀ ଛାତ୍ର-ଛାତ୍ରୀ ମାନଙ୍କୁ ଅତି ସହଜରେ ଗଣିତ ପଢାଇ ଦେଉଛି । ବବି ରାଜଙ୍କ ପ୍ରତିଭା ଦେଖି ବଲିଉଡର ସୁପର ଷ୍ଟାର ଶୋନୁ ସୁଦ ପ୍ରଶଂସା କରିଛନ୍ତି ।

କେବଳ ଏତିକି ନୁହେଁ ଶୋନୁ ବବିର ସମସ୍ତ ପଢା ଦାୟିତ୍ଵ ବି ନେଇଛନ୍ତି ।  ବନ୍ଧୁଗଣ ବବି ରାଜ ଗଣିତ ଗୁରୁ ନାମରେ ପୁରା ପାଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବବି ରାଜର ବାପାଙ୍କ ନାମ ହେଉଛି ରାଜକୁମାର । ବବିଙ୍କ ବାପା ରାଜକୁମାର ଜଣେ ଶିକ୍ଷକ ଅଟନ୍ତି । ବର୍ତ୍ତମାନ ବବିଙ୍କ ବୟସ ମାତ୍ର 8 ବର୍ଷ ଅଛି । ହେଲେ ଏତେ କମ ବୟସରେ ତାଙ୍କର ପ୍ରତିଭା ଅତୁଳନୀୟ ରହିଛି ।

ବବି ରାଜ ନବମ ଓ ଦଶମ ଶ୍ରେଣୀର ଗଣିତ ପାଠ ଅତି ସହଜରେ ସମାଧାନ କରିପାରୁଛନ୍ତି । କେବଳ ଏତିକି ନୁହେଁ ସେ ନବମ ଏବଂ ଦଶମ ଶ୍ରେଣୀର ଛାତ୍ର-ଛାତ୍ରୀ ମାନଙ୍କୁ ପାଠ ବି ପଢାଉ ଛନ୍ତି । ମିଡିଆ ରିପୋର୍ଟସ ଅନୁସାରେ କରୋନା କାଳରେ ସମସ୍ତ ସ୍କୁଲ ଓ କୋଚିଙ୍ଗ ବନ୍ଦ ହୋଇଯାଇଥିଲା । ଆଉ ସେହି ସମୟରେ ବବି ଘରେ ବସି ପଢିବା ଆଉ ପଢେଇବା ପ୍ରକ୍ରିୟା ଆରମ୍ଭ କରିଥିଲେ ।

ବବି ସପ୍ତମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସମସ୍ତ ଗଣିତ ଅତି ସହଜରେ ସମଧାନ କରିପାରୁଛନ୍ତି । ବବିଙ୍କର ଇଛା ଅଛି ବଡ ହୋଇ ସେ ଏକ ବୈଜ୍ଞାନିକ ହେବା ପାଇଁ । ଆଉ ତାଙ୍କର ଏହି ଇଛାକୁ ପୂରଣ କରିବା ପାଇଁ ଶୋନୁ ସୁଦ ତାଙ୍କର ପଢା ଦାୟିତ୍ଵ ନେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *